ଗଣମାଧ୍ୟମରେ ଅଶ୍ଳୀଳ ମନ୍ତବ୍ୟକୁ ନେଇ ତୁମୁଳକାଣ୍ଡ: ଦୁଇ ଯୁବକ ଏବଂ ଚାରି ଯୁବତୀ କୋର୍ଟଚାଲାଣ

Tumul scandal over obscene comments in media: Two young men and four young women in court

0 79

ଧର୍ମଗଡ, 16/7: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଧିନସ୍ଥ ପଣ୍ଡିଗାଁର ଯୁବତୀମାନେ ନାଚ ଗୀତ କରି ଗତ ରଜ ଉତ୍ସବ ପାଳନ କରିଥିଲେ । ଏହି ନାଚ ଗୀତର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଇଥିଲା । କିନ୍ତୁ ଏହି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓକୁ ତେନ୍ତୁଳିଖୁଣ୍ଟିର ସଂପୃକ୍ତ ଯୁବକ ଜଣକ ବିଭିନ୍ନ ଅଶ୍ଳୀଳ ପ୍ରତିକ୍ରିୟା ଦେଇଥିଲା । ଯୁବତୀମାନେ ସଂପୃକ୍ତ ଯୁବକକୁ ଚିହ୍ନଟ କରିଥିଲେ । ଯୁବକ ଜଣକ ମଙ୍ଗଳବାର ସଂଧ୍ୟାରେ ପୁଣି ପଣ୍ଡିଗାଁ ପଟକୁ ଆସିଥିବା ବେଳେ ଯୁବତୀମାନେ କିଛି ଯୁବକଙ୍କ ସହାୟତାରେ ଧରିବା ପରେ ନିସ୍ତୁକ ମାଡ ମାରିଥିଲେ । ଏହାପରେ ସଂପୃକ୍ତ ଯୁବକଙ୍କ ସମ୍ପର୍କୀୟ ଆସିବା ପରେ ଛାଡି ଦେଇଥିଲେ କିନ୍ତୁ ମାଡ ଖାଇଥିବା ଯୁବକ ଜଣକ ଘରେ ପହଞ୍ଚିବା ପରେ ପରିବାର ଲୋକ କଲମପୁର ଥାନାରେ ବିଳମ୍ବିତ ରାତିରେ କିଛି ଯୁବକ ଏବଂ ସମ୍ପୃକ୍ତ ଯୁବତୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ଏହି ଘଟଣା ଜାଣିବା ପରେ ମଙ୍ଗଳବାର ଧର୍ମଗଡ ଭାରପ୍ରାପ୍ତ ଏସଡିପିଓ ମୁକ୍ତି କୁମାର କୁଲୁ କଲମପୁର ଥାନାରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ଅନୁସନ୍ଧାନ ପରେ ଘଟଣା ସମ୍ବନ୍ଧରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଦୁଇ ଯୁବକ ଏବଂ ଚାରି ଜଣ ଯୁବତୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Leave A Reply

Your email address will not be published.