ଚାଷଜମି ରୁ ଅଜଗର ଉଦ୍ଧାର କରି ଜଙ୍ଗଲ ବିଭାଗ କୁ ହସ୍ତାନ୍ତର କଲେ ଚାଷି

Chashi rescues python from farmland and hands it over to the forest department

0 128

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରେଞ୍ଜ କୋକସରା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ମୋଟେର ପଞ୍ଚାୟତ ବାଟିଗୁଡା ଗ୍ରାମ ର ଜଣେ ଚାଷୀ ବେଣୁଧର ଦଳପତି ଙ୍କ ଚାଷଜମି ରେ ଏକ ବିରାଟକାୟ  ଅଜଗର ସାପ ଥିବା ନେଇ ଚାଷ ଜମି ରେ କାମ କରୁଥିବା ଶ୍ରମିକ ମାନେ ଗୁରୁବାର ସକାଳ ରେ ଦେଖିଥିଲେ। ପରେ ଚାଷି ବେଣୁଧର ଦଳପତି ସୁରକ୍ଷିତ ଭାବେ ଅଜଗର କୁ ଉଦ୍ଧାର କରି ଚିକିତ୍ସା ପାଇଁ କୋକସରା ପ୍ରାଣୀ ଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଇଥିଲେ। ଡାକ୍ତର ପ୍ରସନ୍ନ ପରିଡା ସାପ କୁ ପ୍ରାଥମିକ ଚିକିତ୍ସା କରିବା ପରେ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା କହିଛନ୍ତି।ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ସ୍ଥାନୀୟ କୋକସରା ବନପାଳ ରଶ୍ମି ରଞ୍ଜିତା ନାଏକ ଓ ଜଙ୍ଗଲ ବିଭାଗ ସାପ ଉଦ୍ଧାର କାରୀ ଦଳ ର ସ୍ୱାଧୀନ ଦଣ୍ଡସେନା ଙ୍କୁ ଖବର ଦେଇଥିଲେ। ଖବର ମିଳିବା କ୍ଷଣି ଜଙ୍ଗଲ ବିଭାଗ ଫରେଷ୍ଟ ଗାର୍ଡ ହିମାଦ୍ରୀ ତନୟା ବିଶି ଓ ସ୍ୱାଧୀନ ଦଣ୍ଡସେନା ପହଞ୍ଚି ସୁରକ୍ଷିତ ଭାବେ ଅଜଗର ସାପ କୁ ଉଦ୍ଧାର କରି ତାର ପ୍ରାକୃତିକ ବାସସ୍ଥାନ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିବା ସୁଚନା ଦେଇଛନ୍ତି।

2 Attachments • Scanned by Gmail

Leave A Reply

Your email address will not be published.