ଜୁଲାଇରୁ ଟ୍ରେନ ଯାତ୍ରା ହେବ ମହଙ୍ଗା

0 124

ନୂଆଦିଲ୍ଲୀ,: ଆପଣ ଟ୍ରେନ୍ରେ ଯାତ୍ରା କରନ୍ତି, ତେବେ ଆପଣଙ୍କ ପାଇଁ ବଡ଼ ଖବରୟ ଆଗାମୀ ମାସରୁ ରେଳ ଯାତ୍ରୀଙ୍କୁ ବଡ଼ ଝଟକା ଲାଗିପାରେ । ଭାରତୀୟ ରେଲୱେ କୋଭିଡ୍‌-୧୯ ମହାମାରୀ ପରେ ପ୍ରଥମ ଥର ଯାତ୍ରୀଙ୍କ ଟ୍ରେନ୍ ଭଡା ବୃଦ୍ଧି କରିବାକୁ ଯାଉଛନ୍ତି । ଭଡାରେ ମାମୁଲି ବୃଦ୍ଧି ୧ ଜୁଲାଇ ୨୦୨୫ ରୁ ଲାଗୁ ହେବ । \”ଦ ଇକୋନୋମିକ୍ସ ଟାଇମ୍ସ\’ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ନନ୍‌- ଏସି ମେଲ୍‌/ ଏକ୍ସପ୍ରେସ୍ ଟ୍ରେନ୍ ପାଇଁ ଯାତ୍ରୀଙ୍କ ଭଡାରେ ୧ ପଇସା ପ୍ରତି କିଲୋମିଟର ବୃଦ୍ଧି କରାଯିବ । ଏସି କ୍ଲାସ ପାଇଁ ଭଡାରେ ୨ ପଇସା ପ୍ରତି କିଲୋମିଟର ବୃଦ୍ଧି ହେବ । ଉଲ୍ଲେଖନୀୟ ଯେ, ୫୦୦ କିଲୋମିଟର ଯାତ୍ରା ପାଇଁ ଉପନଗରୀୟ ଟିକେଟ ଓ ସେକେଣ୍ଡ କ୍ଲାସ ଯାତ୍ରା ଭଡାରେ କେଣସି ବୃଦ୍ଧି କରାଯାଇ ନାହିଁ । ୫୦୦ କିଲୋମିଟରରୁ ଅଧିକ ଦୂର ପାଇଁ, ବୃଦ୍ଧି ଅଧା ପଇସା ପ୍ରତି କିଲୋମିଯର ହେବ । ଏହାଛଡା ମାସିକ ସିଜିନ ଟିକେଟରେ ମଧ୍ୟ ବୃଦ୍ଧି ହେବନି । ଉଲ୍ଲେଖନୀୟ ଯେ, ଅନଲାଇନ୍‌ ତତ୍କାଳ ଟିକେଟ ସିଷ୍ଟମରେ ଦୀର୍ଘ ସମୟ ଧରି ଚାଲିଥିବା ଠକେଇକୁ ଦେଖି ନିକଟରେ ରେଲୱେ ତତ୍କାଳ ଟିକେଟ ବୁକିଂ ପକ୍ରିୟାରେ ବଡ଼ ପରିବର୍ତ୍ତନ କରିଥିଲା । ୧ ଜୁଲାଇରୁ ତତ୍କାଳ ଟିକେଟ ବୁକିଂ ପାଇଁ ଆଧାର ସର୍କିଫିକେସନ୍ ବାଧ୍ୟତାମୂଳକ କରି ଦିଆଯାଇଛି । ୧୦ ଜୁନ୍ ୨୦୨୫ ରେ ଜାରି ଏକ ନିର୍ଦେଶ ଜରିଆରେ ରେଳ ମନ୍ତ୍ରଣାଳୟ ସବୁ ରେଲୱେ ଜୋନ୍କୁ ସୂଚିତ କରିଛନ୍ତି ଯେ, ଏହି ନୂଆ ଆବଶ୍ୟକତାର ଉଦେଶ୍ୟ ଏହା ସୁନିଶ୍ଚିତ କରିବା ପରେ ତତ୍କାଳ ଯୋଜନାର ଲାଭ ଅନ୍ତିମ ଉପଯୋଗକାରୀଙ୍କୁ ଯେପରି ମିଳିପାରିବ । ଉଲ୍ଲେଖନୀୟ ଯେ, ସରକାରଙ୍କ ଏହି ନିୟମ ଅନଲାଇନ୍‌ ବୁକିଂ, ରିଜରଭେସନ୍ କାଉଣ୍ଟର ଓ ଏଜେଣ୍ଟଙ୍କ ଜରିଆରେ କରାଯାଉଥିବା ବୁକିଂ ଉପରେ ଲାଗୁ ହେବୟ ଏହାର ଉଦେଶ୍ୟ ସାଧାରଣ ଲୋକଙ୍କୁ କନଫର୍ମ ତତ୍କାଳ ଟିକେଟ ସହଜରେ ମିଳିପାରିବ ।

Leave A Reply

Your email address will not be published.