ଜୟପାଟଣା ଅଞ୍ଚଳ ରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ୪ ଗିରଫ ।

0 117
ଧର୍ମଗଡ଼ :  କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଲାଖବାହାଳି କ୍ରସର ୟୁନିଟ ନିକଟରୁ ବିସ୍ଫୋରକ ଭର୍ତ୍ତି ଥିବା ଦୁଇ ଗାଡି ଜବତ କରାଯାଇଛି।ଏହି ଗାଡି ରେ ୬୫୦୦ କେଜି ବିସ୍ଫୋରକ ସହ ୧୧୫ ଟି ଡ଼ିଟୋନେଟର ଜବତ, ୪ ଗିରଫ l କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଲାଖବାହାଳୀ  କ୍ରସର ରେ ଗୋଟିଏ ଟ୍ରକ ଏବଂ ଗୋଟିଏ ପିକଆପ ଭ୍ୟାନ ରେ ୬୫୦୦ କେଜି ବିସ୍ଫୋରକ ଏବଂ ୧୧୫ ଟି ଡ଼ିଟୋନେଟର ଆସିଥିବା ନେଇ କୌଣସି ସୂତ୍ରରୁ ଖବର ପାଈଁ ଜୟପାଟଣା ପୋଲିସ ଏବଂ କଳାହାଣ୍ଡି ଖଣି ବିଭାଗ ଚଢ଼ାଉ କରି ଜବତ କରିଛି l ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି l ସୂଚନା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ ଲାଖବାହାଳୀ ସ୍ଥିତ ଏକ ପଥର କୁଆଁରୀ ରେ ଗୋଟିଏ ଟ୍ରକ ଏବଂ ଗୋଟିଏ ପିକଅପ ଭ୍ୟାନ ରେ ବିପୁଳ ପରିମାଣ ର ବିସ୍ଫୋରକ ସାମଗ୍ରୀ ସହିତ ଡିଟନେଟର ଥିବା କୌଣସି ସୂତ୍ର ରୁ କଳାହାଣ୍ଡି ଖଣି ବିଭାଗ ଖବର ପାଈଁ ଜୟପାଟଣା ଥାନା କୁ ଜଣାଇଥିଲେ l ପରେ ଜୟପାଟଣା ପୋଲିସ ଏବଂ ଖଣି ବିଭାଗ ମିଳିତ ଭାବେ ଲାଖବାହାଳୀ ପଥର କୁଆଁରୀ ରେ ଚଢ଼ାଉ କରିଥିଲେ l ଏହି ଛଡାଉ ବେଳେ ୬୫୦୦ କେଜି ବିସ୍ଫୋରକ ସହ ୧୧୫ ଟି ଡଟୋ ନେଟର ଜବତ କରିଥିଲା l ଏହି ସବୁ ସାମଗ୍ରୀ ଆଣିଥିବା ୪ ଜଣ ଡ୍ରାଇଭର କୁ ପଚରା ଉଚରା କରିବା ସହ ଏହାର କାଗଜ ପାତ୍ର ଜାଞ୍ଚ କରିଥିଲା l ବିସ୍ଫୋରକ ସାମଗ୍ରୀ ପରିବହନ କରିବା କିମ୍ବା ରଖିବା ପାଈଁ ସ୍ୱତନ୍ତ୍ର ଭାବେ ମାଇନିଂ ପ୍ଲାନ ହିସବରେ କରିବା ନିୟମ ରହିଥିବା ବେଳେ ଏହାର ଖୋଲା ଖୋଲି ଉଲଂଘନ ହୋଇଥିବା ଜାଣିବା ପରେ ବିସ୍ଫୋରକ ସାମଗ୍ରୀ ଆଣିଥିବା ଦୁଇଟି ଗାଡିର ଡ୍ରାଇଭର କୁ ଅଟକ ରଖୀ ଅଧିକ ତଦନ୍ତ କରୁଛି ପୋଲିସ l ତେବେ ଏହି ସବୁ ସାମଗ୍ରୀ କଣ୍ଟାବାଞ୍ଜି ର କଳିଙ୍ଗ ଆଣ୍ଡ କକମ୍ପାନୀ ନାମକ ଏକ କମ୍ପାନୀ ରୁ ଆସିଥିବା ଜଣା ପଡିଛି ଯାହାର ମାଲିକ ଅନୁପ କୁମାର ଅଗ୍ରୱାଲ ଏବଂ ଦୀପକ ଚାନ୍ଦ ଜୈନ ବୋଲି ଜଣା ପଡିଛି l ତେବେ ଏତେ ପରିମାଣ ରେ ବେଆଇନ ଭାବେ ବିସ୍ଫୋରଣ ଏକ ପଥର କୁଆଁରୀ ରୁ ଜବତ ହେବା ଘଟଣା କୁ ନେଇ ଅଞ୍ଚଳରେ ଚଞ୍ଚଲ୍ୟ ଖେଳି ଯାଇଛି l ତେବେ ଏଥିପାଇଁ କଳାହାଣ୍ଡି ପୋଲିସ ଏବଂ ଖଣି ବିଭାଗ କେବଳ ଡ୍ରାଇଭର ମାନଙ୍କୁ ଗିରଫ କରି କାମ ସାରିଦେବେ ନା ଏଥିରେ ସମ୍ପୃକ୍ତ କମ୍ପାନୀ ମାଲିକ ଏବଂ ପଥର କୁଆଁରୀ ମାଲିକ  କୁ ତଦନ୍ତ ପରିସର କୁ ଆଣିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି l

 

 

 

Leave A Reply

Your email address will not be published.