ବିଦ୍ୟୁତ୍ ସଂସ୍ପର୍ଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଭିଟାମାଟି କୁ ଫେରୁଛି ଶବ

0 136
ଧର୍ମଗଡ : ବିଦ୍ୟୁତ ସଂସ୍ପର୍ଶରେ ଆସି ପେଟ ପାଇଁ ଦାନା ଯୋଗାଡ଼ କରିବା ପାଇଁ ଅନ୍ୟ ରାଜ୍ୟ କୁ ଯାଇଥିବା ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦ ବାହାଦୂର ପାଳି ଠାରେ ଦୁଃଖଦ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କୁମୁଡ଼ାମୁଣ୍ଡା ଗ୍ରାମର ଭୁବନେଶ୍ୱର ବେଶ୍ରା ଙ୍କ  ଭେଣ୍ଡିଆ ପୁଅ ରାଜ କିଶୋର ବେଶ୍ରା ହାଇଦ୍ରାବାଦ ସହର ବାହାଦୂର ପାଳି ର ଏକ ଠିକାସଂସ୍ଥା ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେଘରର ଆର୍ଥିକ ସ୍ଥିତି ଶୋଚନୀୟ କାରଣରୁ ମାସେ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଗତକାଲି  ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ବିଦ୍ୟୁତ ଆଘାତ ରେ ଗୁରୁତର ହେବାରୁ ସାଥି ଶ୍ରମିକ ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ସରକାରୀ ମେଡ଼ିକାଲରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ଖବର ପାଇ ଘଟଣା ସ୍ଥଳରେ ହାଇଦ୍ରାବାଦ ପୁଲିସ ପହଞ୍ଚି ଶବ ଜବତ କରିବା ସହ,ଶବ ବ୍ୟବଚ୍ଛେଦ କରି ସମ୍ପର୍କୀୟ ଙ୍କୁ ହସ୍ତାନ୍ତର କରିଛି। ପରେ ଠିକାସଂସ୍ଥା ସହାୟତା ରେ ଏକ ଆମ୍ବୁଲାନ୍ସ ରେ ମୃତ ଶ୍ରମିକଙ୍କ ଶବ  ନିଜ ଭିତମାଟିକୁ ଫେରୁଥିବା ସୂଚନା ମିଳିଛି। ଏପଟେ ଯେଉଁ ଭେଣ୍ଡିଆ ପୁଅ ର ରୋଜଗାର ରେ ପରିବାର ଦୁଇ ମୁଠା ଖାଇବାକୁ ପାଉଥିଲେ ତାଙ୍କୁ  ହରାଇ ପରିବାର ଲୋକେ ଦୁଖଃ ରେ ଭାଙ୍ଗି ପଡିଛନ୍ତି। ଘଟଣା କୁ ନେଇ ସ୍ଥାନୀୟ ପ୍ରଶାସନ ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
Leave A Reply

Your email address will not be published.