ବିଦ୍ୟୁତ ନିରାପତ୍ତା – ନିଃସର୍ତ୍ତମୂଳକ ‘ ବ୍ଲକ୍ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୫ ପାଳନ

0 139
 କେସିଙ୍ଗା :  ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରରେ ‘ବିଦ୍ୟୁତ ନିରାପତ୍ତା – ନିଃସର୍ତ୍ତମୂଳକ’ ଶୀର୍ଷକ ଉପରେ ବ୍ଲକ୍ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୫ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ  ପାଳିତ ହୋଇଯାଇଛି। ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ଦୀକ୍ଷିତ , ଶ୍ରୀ ବିନୟ କୁମାର ସାହୁ, ଶ୍ରୀ ବିଜୟ କୁମାର ଦାଶ, ଶ୍ରୀ ଭୋଳାନାଥ ନାୟକ , ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ଶିବ ପ୍ରସାଦ ସାହୁଓ  ଶ୍ରୀ ହେମନ୍ତ କୁମାର ବାଗ, ବରିଷ୍ଠ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ଏହି ସଚେତନତା ସମାବେଶରେ ଯୋଗଦେଇଥିଲେ ଏବଂ ବିଦ୍ୟୁତ ସୁରକ୍ଷା, ଜୀବନ ରକ୍ଷା ବିଷୟରେ ଆଲୋକପାତ କରିଥିଲେ ।  କେସିଙ୍ଗା ବ୍ଲକର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟମାନଙ୍କରେ ଗଠିତ ଶକ୍ତି କ୍ଲବର ସଭ୍ୟ-ଛାତ୍ରଛାତ୍ରୀ ଏବଂ ଭାରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦାନ କରିଥିଲେ। ଏହି ଅବସରରେ ଆୟୋଜିତ ଚିତ୍ରକଳା ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ହେମନ୍ତ କୁମାର ମହୁଲିଆ ଓ ଶ୍ରୀ ଜି.କ୍ରିଷ୍ଣା ରେଡି ସଂଯୋଜନା କରିଥିଲେ। ପରିଶେଷରେ ଶିକ୍ଷକ ଶ୍ରୀ ସୁନୀଲ୍ କୁମାର ସାହୁ,ବିଦ୍ୟୁତ ଶିକ୍ଷା ପ୍ରଶିକ୍ଷକଙ୍କ ନେତୃତ୍ୱରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, କେସିଙ୍ଗାର ଛାତ୍ରୀମାନଙ୍କ ଦ୍ବାରା  ଆୟୋଜିତ ବୈଦ୍ୟୁତିକ ଉପକରଣ ପ୍ରସ୍ତୁତି, ରକ୍ଷଣାବେକ୍ଷଣ ଉପରେ ଏକ ପ୍ରଦର୍ଶନ ଏବଂ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।
Leave A Reply

Your email address will not be published.