ଭାଜପା ରେ ମିଶିଲେ ମହିମା ଗ୍ରାପ ସରପଞ୍ଚ ଓ ଅଵସର ପ୍ରାପ୍ତ ପିଇଓ

0 116
ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ହଲ ଠାରେ ଭାଜପା ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସଭାପତିତ୍ୱ ରେ ଅତିଥୀ ଭାବେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ରହି  ମିଶ୍ରଣ ପର୍ବ ରେ ସାମିଲ ହୋଇଥିବା ଶତାଧିକ ଜନ ପ୍ରତିନିଧି ଓ ଅନ୍ୟ ମାନଙ୍କୁ ଉପଢୌକନ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଏହି ମିଶ୍ରଣ ପର୍ବ ରେ ଆମପାଣି ଯୋନ ସଭାପତି ମଧୁବନ ପାତ୍ର ଙ୍କ ନେତୃତ୍ୱରେ କୋକସରା ବ୍ଲକ ମହିମା ପଞ୍ଚାୟତ ର ସରପଞ୍ଚ ଇଶରାମ କୋଲଥିଆ ଓ ଅଵସର ପ୍ରାପ୍ତ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଥିବା ରଘୁମଣି ଖମାରି ଭାଜପା ଦଳ ରେ ସାମିଲ ହୋଇଥିଲେ। ଦଳ ପକ୍ଷରୁ ତାଙ୍କୁ ଯାହା ଦାଇତ୍ୱ ମିଳିବ ତାହା ନିଷ୍ଠା ର ସହ ତୁଲାଇବେ ବୋଲି କହିଛନ୍ତି।
Leave A Reply

Your email address will not be published.