ସୌମ୍ୟାଶ୍ରୀ ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ କୋକସରା ବ୍ଲକ ର ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦ ପାଳନ

0 102

ଧର୍ମଗଡ, : ବାଲେଶ୍ଵର ଏଫ ଏମ କଲେଜ ର ଛାତ୍ରୀ ସୌମ୍ୟାଶ୍ରୀ ବିଶି  କଲେଜ ର ଅଧ୍ୟାପକ ଙ୍କ ବିରୋଧ ରେ ଆଣିଥିବା ଯୌନ ଉତ୍ପିଡ଼ନ ରେ ସଂଘର୍ଷ କରି ମଧ୍ୟ ନ୍ୟାୟ ନପାଇ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଏହି  ଘଟଣା ରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ,ବାମପନ୍ଥୀ ସମେତ ୮ ମିଳିତ ସାମୁଖ୍ୟ, ନ୍ୟାୟ ପ୍ରଦାନ ଦାବି ରେ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି।ଏହି ବନ୍ଦ ର ପ୍ରଭାବ ଓଡିଶା ର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଛି। ଅନୁରୂପ ଭାବେ କଳାହାଣ୍ଡି ଜିଲ୍ଲା କୋକସରା  ବ୍ଲକ ରେ ବନ୍ଦ ର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ ଘଣ୍ଟା ରୁ କଂଗ୍ରେସ କର୍ମୀମାନେ କୋକସରା, ଆମପାଣି ଜାତୀୟ ରାଜପଥ  ଅବରୋଧ ସହ ପିକେଟିଂ କରି ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି। କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରିବା ସହ ରାଜ୍ୟ ସରକାର ଙ୍କ ଅବହେଳା କାରଣରୁ ପିଡିତା ମୃତ୍ୟୁ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିବା ସହ ଘଟଣା ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତାଫା ଦାବି କରିଥିଲେ। ଏହାସହ ସୌମ୍ୟାଶ୍ରୀ ଙ୍କୁ ମାନସିକ ଚାପ ଦେଇ ମୃତ୍ୟୁ କରିବା ପାଇଁ ବାଧ୍ୟ କରିଥିବା ଅଧ୍ୟାପକ ଓ ଅଧ୍ୟକ୍ଷ ଓ ଦୋଷୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। କୋକସରା ସଦର ମହକୁମା ପୋଲିସ ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ରେ ବ୍ଲକ କଂଗ୍ରେସ ସଭାପତି ଙ୍କ ନେତୃତ୍ୱରେ ଲିଙ୍ଗରାଜ ବେହେରା, ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଧ. ମାଝୀ,କେଶବ ଚନ୍ଦ୍ର ନାଏକ,ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ରାଜୀବ ଗାନ୍ଧୀ ବ୍ଲକ ସଙ୍ଗଠନ ର ଆବାହକ ଅରୁଣ କୁମାର ମାଝୀ, ତ୍ରିଭୁବନ ନାଏକ,କୋକସରା ଯୋନ ସଭାପତି କମଳ ଲୋଚନ ନାଏକ,ମହେନ୍ଦ୍ର ଧରୁଆ,ରାମେଶ୍ୱର ପୁଞ୍ଜି,ହେମନ୍ତ ବାଗ,ବାବୁଲାଲ ଦୁରିଆ,ପିତାମ୍ବର ଦାସ,ଜିଲ୍ଲା ନାରିନେତ୍ରୀ ତଥା ପୂର୍ବତନ ଧର୍ମଗଡ ବିଧାୟିକା ପ୍ରାର୍ଥୀନି ରଶ୍ମିରେଖା ରାଉତ, ବ୍ଲକ ସଭାନେତ୍ରୀ ଫୁଲତୋଳା ଖମାରି ସମେତ ଶତାଧିକ କର୍ମି ସାମିଲ ରହିଥିଲେ।କୋକସରା ପୋଲିସ ଉପସ୍ଥିତ ରହି ଆଇନ ଶୃଙ୍ଖଳା ଉପରେ ସତର୍କ ଦୃଷ୍ଟି ରଖିଛି। ସେହିପରି ଲଡୁଗାଁ ଠାରେ ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମଣ ଶବର ଓ ଆମପାଣି ଠାରେ ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଛି।

Leave A Reply

Your email address will not be published.