ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆଙ୍କ ପରଲୋକ, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

Actor and MLA Shiv Mahapatra's mother passes away, CM pays last respects

0 75

ଭୁବନେଶ୍ୱର, 2/8: ଶନିବାର ପ୍ରଖ୍ୟାତ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ କନକ ମହାପାତ୍ରଙ୍କ ପରଲୋକ ଘଟିଛି । ଏହି ଖବର ଜଣାପଡିବା ପରେ ତାଙ୍କ ଖାରବେଳ ନଗର ବାସଭବନରେ ବହୁ ବ୍ୟକ୍ତି ଶେଷ ଦର୍ଶନ କରିବାକୁ ଯାଇଥିଲେ । ଏଥିରେ ବହୁ ଚଳଚିତ୍ର ଅଭିନେତା ଓ ନେତା ସାମିଲ ଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସିଦ୍ଧାନ୍ତଙ୍କ ମାଆଙ୍କୁ ଶେଷ ଦର୍ଶନ କରିଛନ୍ତି । ଏଥିସହିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ସିଦ୍ଧାନ୍ତଙ୍କ ମାଆଙ୍କ ପରଲୋକ ଖବର ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଲେକିଛନ୍ତି ଯେ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃବିୟୋଗ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ଓ ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲି । ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ।

Leave A Reply

Your email address will not be published.