ଅଯୋଗ୍ୟଙ୍କୁ ଆବାସ, ଯୋଗ୍ୟ ଗରୀବ ହିତାଧିକାରୀଙ୍କୁ ଅଣଦେଖା

0 401

ବେଲଗୁଣ୍ଠା, : ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ କରିବା ଗରୀବର ସବୁଠାରୁ ବଡ଼ ସ୍ୱପ୍ନ କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୁଅନ୍ତି ଦିନ ମଜୁରିଆ, ଖଟିଖିଆ । ଏମାନଙ୍କୁ ମିଳୁନି ପକ୍କାଘର ଖଣ୍ଡିଏ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ ମଙ୍ଗଳପୁର ଗାଁରେ । ଗାଁର ଲୋକେ ସମସ୍ତେ ପ୍ରାୟ ଗରୀବ ଶ୍ରେଣୀର
ଚାଷୀ ମୂଲିଆ । ଏହି ଗାଁର ସଦା ଜେନା ଓ ଗରୀବ ବିଧବା ଜାଇ ପାତ୍ର ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । ଏ ଦୁହିଁଙ୍କ ଘର କଥା ନ କହିଲେ ଭଲ । ଯେଉଁଠି ଦୁଇ ଓଳା ଦାନା ଯୋଗାଡ଼ କରିବା କାଠିକର ପାଠ, ସେଠି ଘର କଥା ପଚାରେ କିଏ । ଭଙ୍ଗା ଟିଣକୁ ଜରିପାଲ ଟଣା ଘରେ ବିତୁଛି ଜୀବନ । ନିର୍ବାଚନ ପରେ ନିର୍ବାଚନ ଆଉ ମାଳ ମାଳ ପ୍ରତିଶ୍ରୁତି ହେଲେ ଲୋକେ ପାଉନାହାନ୍ତି ଅନଦ୍ୟୋୟ ଆବାସ ଗୃହ ଯୋଜନା କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଫଳର ଭଙ୍ଗା ଦଦରା ଚାଳ ଛପର ଘରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ବଡ଼କଥା ହେଳା ବାରମ୍ବାର ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ପ୍ରକୃତ ହିତାଧିକାରୀ ଘର ପାଇଁ ପଞ୍ଚାୟତ ଅଫିସରୁ
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପର୍ଯ୍ୟନ୍ତ ସଦା ଜେନା ଯାଇ ଅଭିଯୋଗ କରିଥଲେ । ଖୋଦ ଜିଲ୍ଲାପାଳ ମହୋଦୟ ସଦା ଜେନାଙ୍କୁ ଘର ଯୋଗାଇ ଦେବା ପାଇଁ ଏକ ଲିଖିତ ଚିଠି ଦେଇଥିଲେ ଶୁଦ୍ଧା ଜିଲ୍ଲାପାଳଙ୍କ ଆଦେଶକୁ ଫୁ କରିଦେଇଛନ୍ତି ଗୃହ ଯୋଜନା ବିଭାଗୀୟ ଅଧିକାରୀ । ଆଉ ଜଣେ ହେଲେ ଏହି ଗାଁର ଗରିବ ବିଧବା ମହିଳା ଜାଇ ପାତ୍ର, ସରକାର ବିଧବା, ବିକଳାଙ୍ଗ ଅତି ଗରୀବମାନଙ୍କୁ ଅନ୍ତିଦ୍ୟୋୟ ଆବାସ ଯୋଜନାରେ ଘର ଖଣ୍ଡିଏ ଦେବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚିପରୁନି ଏହି ଯୋଜନା । ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଗୃହ ଯୋଗଦେବା ପାଇଁ କହିଥିଲେ । ବଦଳି ଯାଇଛି ସରକାର କିନ୍ତୁ ବଦଳି ପାରୁନି ସରକାରୀ ବାବୁମାନଙ୍କର ପୁରୁଣା ଅଭ୍ୟାସ । ଆବାସ ଯୋଜନା ସମ୍ବନ୍ଧୀୟ ସମସ୍ୟା ନେଇ ବ୍ଲକ କାର୍ଯ୍ୟଳୟକୁ ଆସୁଥିବା ହିତାଧୀକାରୀଙ୍କୁ ଆବାସ
ଯୋଜନାର ବିଭାଗୀୟ ଅଧିକାରୀ ସେମାନଙ୍କୁ ଅଶାଳୀନ ବ୍ୟବହାର କରୁଥିବାର ଅଭିଯୋଗ ହେଉଛି । ସରକାରୀ ନୀୟମକୁ ଫୁ କରି ଏହି ଦୁର୍ନୀତି ଗ୍ରସ୍ତ ସରକାରୀ ବାବୁମାନେ ସରକାରଙ୍କୁ ବଦନାମ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.