ଆଉ ଏକ ମାଇଲଖୁଣ୍ଟ ହାସଲ କଲେ ପ୍ରଧାନମନ୍ତ୍ରୀ ମୋଦି, ପଛରେ ପଡ଼ିଲେ ଇନ୍ଦିରା ଗାନ୍ଧି

PM Modi achieves another milestone, Indira Gandhi falls behind

0 165

ନୂଆଦିଲ୍ଲୀ, ୨୫ା୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତିରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ସେ ଏବେ ଭାରତର ଦ୍ୱିତୀୟ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଭାବେ (ଗୋଟିଏ ଥରରେ ବା କ୍ରମାଗତ ଭାବେ) କାର୍ଯ୍ୟ କରିବାର ରେକର୍ଡ ନିଜ ନାଁରେ କରି ନେଇଛନ୍ତି । ପୂର୍ବରୁ ଏହି ରେକର୍ଡ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନାଁରେ ରହିଥିଲା । ୨୦୨୫ ମସିହା ଜୁଲାଇ ୨୫ରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ତାଙ୍କ ଅଫିସରେ ୪୦୭୮ ଦିନ ପୂରଣ କରିଛନ୍ତି । ଇନ୍ଦିରା ଗାନ୍ଧି ୪୦୭୭ ଦିନ କ୍ରମାଗତ ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ମଧ୍ୟରେ କାର୍ଯ୍ୟ କରିଥିଲେ । ଏବେ ମୋଦି ଏହାକୁ ଅତିକ୍ରମ କରି ଯାଇଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୀତିକ ଯାତ୍ରାରେ ଐତିହାସିକ ସଫଳତା ଭାବେ ଯୋଡ଼ି ହୋଇ ସବୁ ଦିନ ପାଇଁ ରହିବ । ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ମୋଦି ଏବେ ଦେଶର ନେତୃତ୍ୱ ନେଉଛନ୍ତି । ସେ ଉଭୟ ରାଜ୍ୟ ଓ ଜାତୀୟ ସ୍ଥରରେ ଦୀର୍ଘ ୨୪ ବର୍ଷ ହେଲାଣି ନେତୃତ୍ୱ ନେବାର ଗୋଟିଏ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ତାଙ୍କ ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏପରି କୀର୍ତ୍ତିମାନ ହାସଲ କରି ନଥିଲେ । ନରେନ୍ଦ୍ର ମୋଦି ଭାରତ ପ୍ରଥମ ରାଜନେତା ଯିଏ ୧୯୪୭ ମସିହା ଭାରତ ସ୍ୱାଧୀନତା ପରେ ଜନ୍ମ ହୋଇ ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି । ଅଣ ହିନ୍ଦୀ ଭାଷା ରାଜ୍ୟରୁ ଆସି ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡର ଅଧିକାରୀ ମଧ୍ୟ ମୋଦି ହୋଇଛନ୍ତି । ସେ ଭାରତର ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ୪୦୭୮ ଦିନ ଏହି ପଦରେ ରହିଛନ୍ତି ଓ ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଅତି କମରେ ଦୁଇଟି କାର୍ଯ୍ୟକାଳ ପୂରଣ କରିଛନ୍ତି । ଲୋକସଭା ନିର୍ବାଚନରେ ସଂପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ମୋଦି ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧିଙ୍କ ପରେ ସେ ଦ୍ୱିତୀୟ ରାଜନେତା ଯିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଦ୍ୱିତୀୟ ଥର କ୍ଷମତା ଦଖଲ କରିଛନ୍ତି । ତାଙ୍କ ରାଜନୀତି ଟ୍ରାକ ରେକର୍ଡ ମଧ୍ୟ ବେଶ ଭଲ । ତାଙ୍କ ନେତୃତ୍ୱରେ ବିଜେପି କ୍ରମାଗତ ୩ ଥର ଲୋକସଭା ନିର୍ବାଚନ ଜିତିଛି । ପୂର୍ବରୁ ଏପରି ସଫଳତା କେବଳ ପଣ୍ଡିତ ଜବାହର ଲାଲ ନେହରୁ ହାସଲ କରିଥିଲେ । ଯଦି ମୋଦିଙ୍କ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳକୁ ହିସାବକୁ ନିଆଯିବ, ତା’ହେଲେ ସେ କ୍ରମାଗତ ୬ଟି ନିର୍ବାଚନ ଜିତିବାକୁ ସକ୍ଷମ ହୋଇଛନ୍ତି । ଗୁଜରାଟରେ ୩ଥର ଓ ଜାତୀୟ ସ୍ତରରେ ତାଙ୍କ ଦଳ ୩ ଥର ଲେଖାଏ ନିର୍ବାଚନ ଜିତିଛି । ୨୦୧୪ରୁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ମୋଦି ଭାରତର ଦ୍ୱିତୀୟ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ ଆଜି ନିଜ ନାଁରେ କରିଥିବା ବେଳେ ତାଙ୍କ ଉପରେ ପଣ୍ଡିତ ଜବାହରଲାଲ ନେହରୁ ରହିଛନ୍ତି । ପଣ୍ଡିତ ନେହରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରୁ ୧୯୬୪ ମସିହା ମେ’ ୨୭ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଅର୍ଥାତ ସେ ୬୧୩୧ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ନିଜୟ ତୃତୀୟ କାର୍ଯ୍ୟକାଳ ପୂରଣ କରିବାର କିଛି ଦିନ ଆଗରୁ ନେହରୁଙ୍କ ଦେହାନ୍ତ ହୋଇଥିଲା । ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୧-୫୨ରେ ହୋଇଥିଲା । ନେହରୁଙ୍କ କଂଗ୍ରେସ ଏହାକୁ ଜିତିଥିଲା । ଏହାପରେ ୧୯୫୭ ଓ ୧୯୬୨ରେ କଂଗ୍ରେସ ପୁଣି ବିଜୟୀ ହେବାରୁ ନେହରୁ ପ୍ରଧାନମନ୍ତ୍ରୀ ହୋଇଥିଲେ ।

Leave A Reply

Your email address will not be published.