ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସିପି ରାଧାକ୍ରିଷ୍ଣନ

CP Radhakrishnan files nomination for Vice Presidential election

0 110

ନୂଆଦିଲ୍ଲୀ, : ନାମାଙ୍କନ ପତ୍ର ଦାଖଲ କଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ । ସେ ବୁଧବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ଅନେକ ଏନଡିଏ ସାଂସଦ ଉପସ୍ଥିତ ଥିବା ଦେଖାଯାଇଥିଲା । ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରଥମ ପ୍ରସ୍ତାବକ ହୋଇଥିଲେ ବୋଲି ଜଣାପଡ଼ିଛି । ସିପି ରାଧାକୃଷ୍ଣନଙ୍କ ନାମାଙ୍କନ ଦାଖଲ ସମୟରେ ଏନଡିଏ ମଧ୍ୟରେ କେତେ ଏକତା ରହିଛି, ତାହା ସ୍ପଷ୍ଟ ଦେଖାଯାଇଥିଲା । ବିଜେପି ତଥା ସହଯୋଗୀ ଦଳର ସାଂସଦମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ପଟେଲ, ରାଜନାଥ ସିଂ, ଜେପି ନଡ୍ଡା, ଚିରାଗ ପାସୱାନ, ଲଲନ ସିଂ, ଜିତନ ରାମ ମାଞ୍ଜୀ ମାଞ୍ଝି, କିରେନ ରିଜିଜୁ ଏବଂ ଅର୍ଜୁନ ରାମ ମେଘୱାଲ ମଧ୍ୟ ଉପସ୍ଥିତ ଥିଲେ । ରବିବାର ବିଜେପି ନେତୃତ୍ୱାଧୀନ ଏନଡିଏ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପି ସଂସଦୀୟ ବୋର୍ଡର ବୈଠକ ପରେ ଏହି ଘୋଷଣା କରାଯାଇଥିଲା । ତାଙ୍କ ନାମ ଘୋଷଣା ହେବା ପରେ ସହଯୋଗୀ ଦଳଗୁଡ଼ିକ ମଧ୍ୟ ତାଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଚନ୍ଦ୍ରପୁରମ ପୋନୁସାମୀ ରାଧାକ୍ରିଷ୍ଣନଙ୍କ ଜନ୍ମ ୨୦ ଅକ୍ଟୋବର ୧୯୫୭ରେ ତାମିଲନାଡୁର ତିରୁପ୍ପୁରରେ ହୋଇଥିଲା । ସେ ୩୧ ଜୁଲାଇ ୨୦୨୪ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ଏହା ପୂର୍ବରୁ ସେ ପ୍ରାୟ ଦେଢ଼ ବର୍ଷ ପାଇଁ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ଝାଡ଼ଖଣ୍ଡରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ଭାରତର ରାଷ୍ଟ୍ରପତି ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.