ଉର୍ଫି ଜାଭେଦଙ୍କ ଫୁଲିଗଲା ମୁହ

Urfi Javed's face is swollen.

Urfi Javed's face is swollen.
0 180

ମୁମ୍ବାଇ, : ସୋସିଆଲ ମିଡିଆ ଷ୍ଟାର ଉର୍ଫି ଜାଭେଦ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି, କିନ୍ତୁ ଏଥର ତାଙ୍କର ବୋଲ୍ଡ ଫ୍ୟାଶନ ପାଇଁ ନୁହେଁ । ୯ ବର୍ଷ ପୂର୍ବେ କରାଯାଇଥିବା ଲିପ୍ ଫିଲର ହଟାଇବା ପରେ ତାଙ୍କର ଫୁଲା ମୁହଁର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ଦେଖି ଅନେକ ପ୍ରଶଂସକ ତାଙ୍କ ଚେହେରା ନେଇ ଚିନ୍ତା ପ୍ରକାଶ କରିଥିବା ବେଳେ କେତେକ ତାଙ୍କ ପ୍ରାକୃତିକ ଚେହେରାକୁ ପସନ୍ଦ କରୁଥିବା କହିଛନ୍ତି ଏବଂ କସମେଟିକ
ପରିବର୍ତ୍ତନ ନେଇ ପ୍ରଶ୍ନ ଉଠାଇଛନ୍ତି । ରବିବାର ଉର୍ଫି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ହସ୍ପିଟାଲରୁ ଭିଡିଓ
ସେୟାର କରିଛନ୍ତି, ଯେଉଁଥିରେ ସେ ୯ ବର୍ଷ ପରେ ଲିପ୍ ଫିଲର ହଟାଇବା ପାଇଁ ଅସ୍ତ୍ରୋପଚାର କରୁଥିବା
ଦେଖାଯାଇଛି । ଭିଡିଓରେ ଜଣେ ଡାକ୍ତର ତାଙ୍କ ଓଠରେ ଇଞ୍ଜେକସନ ଦେଉଥିବା ବେଳେ ଉର୍ଫି ଯନ୍ତ୍ରଣାରେ କାତରୁଥିବା ଦେଖାଯାଇଛନ୍ତି । ଭିଡିଓର କ୍ୟାପସନରେ ଉର୍ଫି ଲେଖିଛନ୍ତି, ନା, ଏହା କୌଣସି ଫିଲ୍ଟର ନୁହେଁ । ମୁଁ ମୋର ଫିଲରଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ନେଇଛି କାରଣ ସେଗୁଡ଼ିକ ସବୁବେଳେ ଭୁଲ ଜାଗାରେ ଥିଲା । ମୁଁ ପୁଣି ଫିଲର କରାଇବି । ମୁଁ ଫିଲରକୁ ବିରୋଧ କରୁନାହିଁ । ଫିଲର ହଟାଇବା ବେଶୀ ଯନ୍ତ୍ରଣାଦାୟକ ଏବଂ ଏହା ମଧ୍ୟ ବହୁତ ଜରୁରୀ ଯେ ଆପଣ ଫିଲର ପାଇଁ ଜଣେ ଭଲ ଡାକ୍ତରଙ୍କୁ ଯାଆନ୍ତୁ, ଏହି ଫ୍ୟାନ୍ସି କ୍ଲିନିକର ଡାକ୍ତରମାନେ କିଛି ଜାଣନ୍ତି ନାହିଁ ।
ଯନ୍ତ୍ରଣା ଏବଂ ମୁହଁରେ ଫୁଲା ସତ୍ତ୍ୱେ ଉର୍ଫି ଭିଡିଓ ସାରା ମୁସ୍କାନ ରଖିଥିଲେ । ତାଙ୍କର ଏହି ସରଳତା ଓ ସାହସ ପାଇଁ
ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିଛନ୍ତି । ଜଣେ ବ୍ୟବହାରକାରୀ ମନ୍ତବ୍ୟ କରିଛନ୍ତି, ଏହା ଦେଖାଇବା ପାଇଁ ବହୁତ ସାହସ ଲାଗେ । ଅନ୍ୟ ଜଣେ ଲେଖିଛନ୍ତି, ଲୋକମାନେ ବୁଝିବା ଦରକାର ଯେ ସେ ଯାହା କରୁଛନ୍ତି, ତାହା ତାଙ୍କର ନିଜସ୍ୱ ପସନ୍ଦ । ଆପଣମାନେ ଅତି କମରେ ଟିକେ ସହାନୁଭୂତି ଦେଖାଇ ପାରନ୍ତି ।

Leave A Reply

Your email address will not be published.