ଏକକାଳୀନ ତିନି ସନ୍ତାନ ପ୍ରସବ କଲେ କୁଟିଆ ଜନଜାତି ମହିଳା

0 41

ଫୁଲବାଣୀ, : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁଟିଆକନ୍ଧ ଅଂଚଳ ଭାବେ ପରିଚିତ ବେଲଘର ପଂ·ୟତ । ସେହି
ପଂ·ୟତର ଜଣେ କୁଟିଆ ମହିଳା ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଭାବିକ ଭାବରେ ଏକକାଳୀନ ତିନିଟି ସନ୍ତାନ ପ୍ରସବ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସେ ହେଉଛନ୍ତି ଦେଉଗାଡ଼ା ଗ୍ରାମର କଂସ ମାଝିଙ୍କ ସ୍ତ୍ରୀ ରଂଜିତା ମାଝି (୨୬) । ଉଭୟ ମା ଓ ତିନି ଶିଶୁ ସୁସ୍ଥ ଥିବା ଜଣା ପଡ଼ିଛି । ମିଳିଥିବାସୂଚନା ଅନୁସାରେ ଗତରବିବାର ରଂଜିତାଙ୍କ ପ୍ରସବ ବେଦନା ହେବାରୁ ସ୍ୱାମୀ କଂସ ଆମ୍ବୁଲାନ୍ସ ଯୋଗେ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ପ୍ରସନ୍ନ କୁମାର ସୁନା ପ୍ରାଥମିକ ଚିକିତ୍ସା କରବା ସମୟରେ ପ୍ରସବ ହୋଇଥିଲା । ସେହି ସମୟରେ ଡାକ୍ତର ସୁନା ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟଜ୍ୟୋତି କରଙ୍କୁ ତୁରନ୍ତ ଜଣାଇଥିଲେ । ଏହାପରେ ଡାକ୍ତର କର ଫୋନ ମଧ୍ୟରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞଙ୍କ ଜଣାଇବା ସହିତ
ସହାୟତା କରିବା ପାଇଁ ଅନୁରୋଧ କରି ତାଙ୍କ ତତ୍ୱାବଧାନରେ ତିନିଟି ସନ୍ତାନ ପ୍ରସବ କରାଇବାରେ ସଫଳ ହୋଇଛନ୍ତି । ତେବେ ବେଲଘର ପରି ଏକ କୁଟିଆକନ୍ଧ ଅଂଚଳରେ କାର୍ଯ୍ୟରତ ଡାକ୍ତର ସୁନା ଓ କରଙ୍କ ଉଦ୍ୟମରେ ସୁରକ୍ଷିତ ଭାବେ ତିନୋଟି ସନ୍ତାନ ପ୍ରସବ ହୋଇଛନ୍ତି ଏବଂ ମା ମଧ୍ୟ ସୁରକ୍ଷିତ । ତେବେ ଅଧିକ ଚିକିତ୍ସା ପାଇଁ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ତିନି ନବଜାତ ସନ୍ତାନ ସହ ମା ରଂଜିତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଅଧିକା ଚିକିତ୍ସା ନିମନ୍ତେର ବାଲିଗୁଡା ଉପ ଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ଉପ ଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁକେନ୍ଦ୍ରରେ ମା ଓ ତିନି ଶିଶୁ ପୁତ୍ରଙ୍କୁ ରଖାଯାଇଛି । ତେବେ ତିନୋଟି ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିବା ମା ରଂଜିତା ଓ ତିନି ଶିଶୁ ସୁସ୍ଥ ଥିବା କହିଛନ୍ତି
ବାଲିଗୁଡା ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରବଣ କୁମାର ସାହୁକାର । ତେବେ ଏହା ସେହି ମହିଳାର ଚତୁର୍ଥ ପ୍ରସବ ହୋଇଥିବା ବେଳେ ଜଣେ ୮ ବର୍ଷର ପୁଅ ଓ ୪ ବର୍ଷର ଝିଅ ଥିବା ଏବଂ ତିନୋଟି ପୁତ୍ର ସନ୍ତାନକୁ ପାଇ ଖୁସି ଥିବା
କହିଛନ୍ତି ତିନି ନବଜାତ ଶିଶୁ ପୁତ୍ରଙ୍କ ବାପା କଂସ ମାଝୀ । ବେଲଘର ଭଳି ଭିତର ଅଞ୍ଚଳରେ ଡାକ୍ତରଙ୍କ ସେବା ପାଇଁ ଅଞ୍ଚଳବାସୀ ଖୁସି ଥିବା ସହିତ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.