ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ

0 34

ଭୁବନେଶ୍ୱର, : ଗିରଫ ହୋଇଛନ୍ତି ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ । ଏକ ଜାମିନବିହୀନ ଗିରଫ ପରୱାନା (ଏନ୍ବିଡବ୍ଲୁ) ଆଧାରରେ ତାଙ୍କୁ ଗୁରୁବାର ଗିରଫ କରିଛି ଭୁବନେଶ୍ୱରର ବଡଗଡ଼ ଥାନା ପୋଲିସ । ପାର୍ଥଙ୍କ ନାଁରେ ହତ୍ୟା ଧମକ ଓ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ୍ କରିବା ଭଳି ଅଭିଯୋଗ ରହିଛି । ଦୀର୍ଘ ଦିନ ହେବ ତାଙ୍କ
ନାଁରେ ଭୁବନେଶ୍ୱରର ଖାରବେଳ ନଗରରେ ଏହି ମାମଲା ରହିଛି । ଭୁବନେଶ୍ୱର ଜେଏମ୍ଏଫସି କୋର୍ଟଙ୍କ ପକ୍ଷରୁ ବାରମ୍ବାର ନୋଟିସ ଦିଆଯିବା ସତ୍ତ୍ୱେ ସେ କୋର୍ଟରେ
ହାଜର ହେଉ ନଥିଲେ । ସେଥିପାଇଁ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲେ । ତା’ଆଧାରରେ ବଡ଼ଗଡ଼ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ·ଲାଣ କରିଛି । ୨ ବର୍ଷ ତଳେ ଖାରବେଳ ନଗର ଥାନାରେ ଜଣେ ଯୁବତୀ ତାଙ୍କ ଉପରେ ଏସିଡ୍ ମାଡ଼ କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୋଲିସ ୧୦ରୁ ଅଧିକ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲା । ତା’ସହିତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ମଧ୍ୟ ନିଆଯାଇଥିଲା । ପାର୍ଥସାରଥୀ ନାୟକ ଏହି ଘଟଣାର ଭିଡିଓ ଭାଇରାଲ କରିଥିଲେ । ଯୁବତୀ ଜଣଙ୍କ ଏହାକୁ ବିରୋଧ କରିବା ପରେ ପାର୍ଥସାରଥୀ ରାୟ ତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ସେ ଯୁବତୀଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଯୁବତୀ ଜଣଙ୍କ ଥାନାରେ ତାଙ୍କ ନାଁରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହେବା ସତ୍ତ୍ୱେ ପାର୍ଥସାରଥୀ ଥାନାରେ ହାଜର ହୋଇନଥିଲେ । ଏହା ପରେ ଜେଏମ୍ଏଫସି କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । କୋର୍ଟ ତାଙ୍କୁ ନୋଟିସ ଜାରି କରିଥିଲେ । ବାରମ୍ବାର ନୋଟିସ କରାଯିବା ସତ୍ତ୍ୱେ ପାର୍ଥସାରଥୀ ନାୟକ କୋର୍ଟରେ ହାଜର ହେଉନଥିଲେ କି ନିଜ ପକ୍ଷ ରଖୁ ନଥିଲେ । ୨୦୧୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ “ନଈ
ସେପାରି କନକ ଗୋରୀ’ ଜରିଆରେ ଓଲିଉଡରେ ଏଣ୍ଟ୍ରୀ ମାରିଥିଲେ ପାର୍ଥସାରଥୀ । ତା’ପରେ ଗଡ଼ବଡ଼, ହେଲୋ ଆରସୀ, ତୁ ମୋ ଲଭ୍ ଷ୍ଟୋରୀ-୨ ଓ ଫାଲଗୁନ ଚୈତ୍ର
ଭଳି ଫିଲ୍ମରେ ସେ କାର୍ଯ୍ୟ କରିଛନ୍ତି । ୨୦୧୮ରେ ରିଲିଜ ହୋଇଥିବା ହେଲୋ ଆରସୀ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

Leave A Reply

Your email address will not be published.