କର୍ଣ୍ଣାଟକରେ ରିଲିଜ୍ ହେବନି ‘ଠଗ୍ ଲାଇଫ୍’

'Thug Life' will not be released in Karnataka

0 49

ହାଇଦ୍ରାବାଦ, ୩ା୬ : ମୁଁ କ୍ଷମା ମାଗିବି ନାହିଁ । ତାମିଲ-କନ୍ନଡ ଭାଷା ବିବାଦ ମଧ୍ୟରେ କ୍ଷମା ମାଗିବାକୁ ମନା କଲେ ଦକ୍ଷିଣ ତାରକା କମଲ ହାସନ । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ କ୍ଷମା ମାଗିବେ ନାହିଁ । ଏପରି ସ୍ଥିତିରେ, ତାଙ୍କ ଫିଲ୍ମ ‘ଠଗ୍ ଲାଇଫ୍’ ଏବେ କର୍ଣ୍ଣାଟକରେ ରିଲିଜ୍ ହେବ ନାହିଁ ବୋଲି ଜଣାପଡ଼ିଛି । କମଲ ହାସନଙ୍କ ପ୍ରଯୋଜନା କମ୍ପାନୀ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟକୁ କହିଛି ଯେ, ଏହି ବିବାଦରେ କ୍ଷମା ମାଗିବା ଭଳି କିଛି ନାହିଁ । କର୍ଣ୍ଣାଟକ ଫିଲ୍ମ ·ମ୍ବର ଅଫ୍ କମର୍ସ (କେଏଫସିସି) କମଲଙ୍କୁ କ୍ଷମା ମାଗିବା ପାଇଁ କହିଥିବା ବେଳେ କମଲ ହାସନ ଜବାବରେ ଏକ ଲିଖିତ ବିବୃତି ଜାରି କରିଛନ୍ତି । ଅଭିନେତା ବିବୃତିରେ ଲେଖିଛନ୍ତି – ‘ଆମକୁ ବର୍ତ୍ତମାନ ପୋଲିସ ସୁରକ୍ଷାର ଆବଶ୍ୟକତା ନାହିଁ । କାରଣ ଫିଲ୍ମଟି କର୍ଣ୍ଣାଟକରେ ରିଲିଜ୍ ହେବ ନାହିଁ । ଆମେ ଫିଲ୍ମ ·ମ୍ବର ସହିତ କଥା ହେବୁ । ମୋ କହିବାର ଅର୍ଥ କେବଳ ଏତିକି ଥିଲା ଯେ ଆମେ ସମସ୍ତେ ଏକ୍ ଏବଂ ଗୋଟିଏ ପରିବାରର । କୌଣସି ପ୍ରକାରେ କନ୍ନଡକୁ ହୀନ ମନେ କରିବା ଉଚିତ ନୁହେଁ । କନ୍ନଡ ଭାଷାର ସମୃଦ୍ଧ ଐତିହ୍ୟ ଉପରେ କୌଣସି ବିବାଦ କିମ୍ବା ବିତର୍କ ହୋଇନାହିଁ । ତାମିଲ ପରି, କନ୍ନଡରେ ମଧ୍ୟ ଏକ ଗୌରବମ । ସାହିତ୍ୟିକ ଏବଂ ସାଂସ୍କୃତିକ ପରମ୍ପରା ଅଛି ଯାହାକୁ ମୁଁ ଦୀର୍ଘ ଦିନ ଧରି ପ୍ରଶଂସା କରିଆସୁଛି ।’ ସେ ଆହୁରି ଲେଖିଛନ୍ତି ଯେ, ‘ମୋର କ୍ୟାରିୟର ସମୟରେ, କନ୍ନଡ ଭାଷାଭାଷୀ ସମ୍ପ୍ରଦାୟ ଦ୍ୱାରା ଦିଆଯାଇଥିବା ସ୍ନେହ ଓ ଭଲପାଇବାକୁ ମୁଁ ଆଦର କରିଛି ଏବଂ ମୁଁ ଦୃଢ଼ତାର ସହିତ କହୁଛି ଯେ, ଭାଷା ପ୍ରତି ଥିବା ମୋର ଭଲପାଇବା ସତ୍ୟ । ମୁଁ ସର୍ବଦା ସମସ୍ତ ଭାରତୀୟ ଭାଷାକୁ ସମ୍ମାନ ଦେଇଆସିଛି । କେଉଁ ଭାଷାର ପ୍ରଧାନ୍ୟ ଅଧିକ? ଏହି ବିତର୍କକୁ ମୁଁ ସର୍ବଦା ବିରୋଧ କରିଆସିଛି । କାରଣ ମୋ ପାଇଁ ସବୁ ଭାଷା ସମାନ ।’

Leave A Reply

Your email address will not be published.