କାଦୁଅ ପଚରେ ବଇଣ୍ଡା ଛକ ବେହାଲ l ଘୋର ନିଦ୍ରା ରେ ଶାସକ ଓ ପ୍ରଶାସନିକ ବିଭାଗ

0 71
ଆଠମଲ୍ଲିକ,:   ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଛକ ଠାରେ ଜାତୀୟ ରାଜପଥ ର ଦୁଇ ପାର୍ଶ୍ୱରେ ପ୍ରାୟ ୧ କିଲୋମିଟର ବ୍ୟାପି ରାସ୍ତାର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ଦେଖିବାକୁ ମିଳିଛି ଯାହା ବର୍ଷାରେ କାଦୁଅ ପଚ ପଚ୍ ହୋଇ ଯାଇଛି। ଯା ଫଳରେ ଉକ୍ତ ରାସ୍ତାରେ ଦୁଇ ଚକିଆ ଗାଡ଼ି ଠାରୁ ଭାରି ଯାନ ପର୍ଯ୍ୟନ୍ତ ଯିବା ଆସିବା ବହୁ ଅସୁବିଧା ଦେଖାବ ଦେଉଥିବାଫଳରେ ସାଧାରଣ ଲୋକଙ୍କ ଅବସ୍ଥା କହିଲେ ନସରେ l ସୂଚନା ନେବାରେ ଜଣାଯାଏ କି ଦୀର୍ଘ ବର୍ଷ ହେବ ୫୫  ଜାତୀୟ ରାଜପଥ ରେ କାର୍ଯ୍ଯ କରୁଥିବା ଏ ଆଇ ପି ଏଲ ଠିକା ସଂସ୍ଥା ଆପ୍ରଚ ରୋଡ କରିବା ପାଇଁ ଏକ ମାସ ପୂର୍ବରୁ ଖୋଳି ଦେଇ ମଉନ ଅବସ୍ଥାରେ ରେ ରହି  ରାସ୍ତା ଓ ଡ୍ରେନ କୁ କାର୍ଯ୍ୟ ନ କରିବା ଫଳରେ ଲଘୁଚାପ ଜନିତ ବର୍ଷାରେ ବଇଣ୍ଡା ର ସମସ୍ତ ରାସ୍ତା କାଦୁଅ ରେ ପରିପୂର୍ଣ୍ଣ ହୋଇ ଥିବାରୁ ସଧାରଣ ଲୋକେ ଦୈନ ଦିନ କାର୍ଯ୍ୟରେ ଯିବା ଆସିବା ରେ ସମସ୍ୟା ସୃଷ୍ଟି ହେଉଛି। ଆଜି ସାପ୍ତାହିକ ହାଟ ଥିବାରୁ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା। ଉଠା ଦୋକାନୀ ପରିବା ବିକାଳୀ ଙ୍କ କବଳ ରେ ଫ୍ଲାଏ ଓଭର ବ୍ରିଜ ର ଗୋଟିଏ ପାର୍ଶ୍ୱରେ ବସୁ ଥିବାରୁ ସ୍ଥାନଟି ସଙ୍କୁଚିତ ହେବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ  ଗଲା ବେଳକୁ ବିଭିନ୍ନ ପ୍ରକାର ସମସ୍ୟା ସହିତ ବିନା ପୋଲିସରେ  ରାସ୍ତା ପାର ହେଉଛନ୍ତି। ସାପ୍ତାହିକ ହାଟ ଅବସ୍ଥା ଅବର୍ଣ୍ଣନୀୟ ଅବସ୍ଥାରେ ପଡ଼ିରହିଛି l ଵର୍ଷା ହେଲେ କାହାରି ଦୃଷ୍ଟି ପଡେନାହିଁ। ନା ପ୍ରଶାସନ ନା ପଞ୍ଚାୟତର ! ହେଲେ  ବିକ୍ରେତା ଙ୍କ ଠାରୁ ଟିକେଟ ଦେଇ ଟଙ୍କା ଆଦାୟ କରା ଯାଉଛି। ଲୋକେ କାଦୁଅରେ ପଶି ମାର୍କେଟ କରୁଥିବା ବେଳେ କୌଣସି ଦିନ ଡଷ୍ଟଟ୍ରିପ ଏ ବିଛାଯାଉ ନ ଥିବା ସ୍ଥାନୀୟ ଅଞ୍ଚଳ ବାସୀ ଜଣାଇଛନ୍ତି। ଯଥା ଶୀଘ୍ର ପ୍ରଶାସନ ବିଭାଗ ଦୃଷ୍ଟି ଦେଇ ଏ ଆଇ ପି ଏଲ ଠିକା ସଂସ୍ଥା ଅଧୀନରେ ଥିବା ଆପ୍ରୋଚ ରୋଡ ଯୁଦ୍ଧ କାଳୀନ ଭିତିରେ କାର୍ଯ୍ୟ କରିବାକୁ ତାଗିଦ୍ କଲେ ବଇଣ୍ଡା ଛକ ତଥା ଜନ ସାଧାରଣ ଆଶ୍ଵସ୍ଥି ପାଇବେ ବୋଲି ଆଶା ପ୍ରକଟ କରାଯାଉଛି l ଯଦି ଏଥିରେ ପ୍ରଶାସନିକ ବିଭାଗ ଅବହେଳା ପ୍ରଦର୍ଶନ କରନ୍ତୁ ତାହେଲେ ଆଗାମୀ ଦିନରେ ଲୁହା ମୁଣ୍ଡା , ଜାମୁ ନାଳି ଓ ଗାଁ ବଇଣ୍ଡା ଅଞ୍ଚଳବାସୀ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗଣ ମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍ତି।
Leave A Reply

Your email address will not be published.