କୃଷି ଓ କୃଷକ ତାଲିମ ଶିବିର: ମାଣ୍ଡିଆ ଉତ୍ପାଦନ ପାଇଁ ପ୍ରୋତ୍ସାହନ

0 42

ଫୁଲବାଣୀ, : ଫୁଲବାଣୀକ୍ଷୁଦ୍ରଦାନା ଶସ୍ୟ ମାଣ୍ଡିଆକୁ ପ୍ରୋତ୍ସାହନ ପାଇଁ କନ୍ଧମାଳ ଜିଲ୍ଲାରେ ଶ୍ରୀ ଅନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଟିକାବାଲୀ ବ୍ଲକ୍‌ରେ ମଧ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା କୃଷି ବିଭାଗଙ୍କ ମିଳିତ ସହାୟତାରେ ଏହା ଚାଲୁରହିଛି । ଏହି ପରିପ୍ରେକ୍ଷିରେ ପାବୁରିଆ ଗ୍ରାମ ପଞ୍ଚାୟତ ବୈଠକ ଗୃହରେ ଚାଷୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଏକ ଦୁଇଦିନିଆ ତାଳିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ ତାଲିମରେ କନ୍ଧମାଳ
ମୁଖ୍ୟ ଜିଲ୍ଲା କୃଷୀ ଅଧିକାରୀ ଚିତ୍ତରଞ୍ଜନ ସତପଥୀ ଯୋଗ ଦେଇ ଉପସ୍ଥିତ ଚାଷୀମାନଙ୍କୁ ମାଣ୍ଡିଆ ଚାଷରେ ଆଗ୍ରୋନୋମିକ ପ୍ରାକ୍ଟିସ ୍ କରିବାକ ପ୍ରବର୍ତାଇବା ସହିତ ବ୍ଲକ୍‌ର କଇଁଝର ପଞ୍ଚାୟତକୁ ମୋଡେଲ ହିସାବରେ ନେଇ କାର୍ଯ୍ୟ କରିବାକୁ କହିଥିଲେ । ଆହୁରି ମଧ୍ୟ ସେ ମାଣ୍ଡିଆ ଓ ସ୍ୱଦେଶୀ ଧାନ ଚାଷ କରିବାକୁ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ଗୁଟିଙ୍ଗିଆ ଗ୍ରାମପଞ୍ଚାୟତର କେଙ୍ଗଲେଙ୍ଗିଆ ଗ୍ରାମର ଚାଷୀ ନବଘନ ପ୍ରଧାନଙ୍କ ଜମିରେ ୧୪ ପ୍ରକାରର ଅଧିକ ଅମଳ କ୍ଷମ ସ୍ୱଦେଶୀ ଧାନ ଏବଂ ବୁର୍ବିନାଜୁ ଗ୍ରାମପଞ୍ଚାୟତର ପେନାଗୋବେରି ଗ୍ରାମ ତୁଳସୀ ସ୍ୱୟଂସହାୟକ ଦଳ ମାଧ୍ୟମରେ ୦୭ ପ୍ରକାରର ଧାନ ଭେରାଇଟିକୁ ପରିକ୍ଷାତ୍ମକ ଭାବେ ଚାଷ କରିବା ପାଇଁ ଯୋଜନା କରିଥିଲେ । ଏହି ସବୁ ଆଲୋଚନାର ମୁଖ୍ୟ ଉଦ୍ୟେଶ୍ୟ ଥିଲା କି ମାଣ୍ଡିଆ ଚାଷକୁ ବୃଦ୍ଧି କରିବା ସହିତ ସ୍ୱଦେଶୀ ଅଧିକ ଅମଳକ୍ଷମ ଧାନକୁ ଗ୍ରମ୍ୟ ସ୍ତରରେ ପ୍ରୋତ୍ସାହିତ କରିବା । କାର୍ଯ୍ୟକ୍ରମରେ ଆନୁଷ୍ଠାନର ସମ୍ପାଦକ ହରିଶଙ୍କର ରାଇତ ଉପସ୍ଥିତ ଥିବା ବେଳେ ସ୍ୱଧର୍ମ ରାଉତ ଓ ଗିରିସ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ ।

Leave A Reply

Your email address will not be published.