ଖଣି, ଶିଳ୍ପ ଦୁର୍ଘଟଣା ରୋକିବ ଏଆଇ: ଉତ୍ପାଦନ ବଢ଼ାଇବ, ଶକ୍ତି ବ୍ୟବହାର କମାଇବ

0 43

ଭୁବନେଶ୍ୱର,: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରି ଖଣି ଓ ବୃôହ କାରଖାନା ଗୁଡ଼ିକରେ ଦୁର୍ଘଟଣାକୁ ରୋକାଯାଇପାରିବୟ କେବଳ ସେତିକି ନୁହେଁ, ଏହା ବିଦ୍ୟୁ୍‌ତ ଶକ୍ତି ବ୍ୟବହାର କମ୍ କରିବା ଏବଂ ଉତ୍ପାଦନ ବଢ଼ାଇବାରେ ମଧ୍ୟ ସହାୟକ ହୋଇପାରିବୟ ପ୍ରାଇମ୍ସ ପାଟନର୍ସ ସହଯୋଗରେ ଆସୋଚାମ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା \”ଏଆଇ ପରିଚାଳିତ ବିର୍ନିମାଣ: ନବସୃଜନ, ଦକ୍ଷତା ଓ ସ୍ଥାୟୀ ଅଭିବୃଦ୍ଧି\’ ରିପୋର୍ଟରେ ଏହା
କୁହାଯାଇଛି । ରାଜ୍ୟର ବନ୍ଦର ଗୁଡ଼ିକରେ ଏଆଇ ବ୍ୟବହାର କରି ରୁଟ୍ ପରିଚାଳନା, କ୍ରେନ୍ଗୁଡ଼ିକର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ ଓ ପଣ୍ୟ ଟ୍ରାକିଂ ଆଦି ସହଜ କରାଯାଇପାରିବ । ଏହା ଜରିଆରେ ଓଡ଼ିଶା ଏହାର ଲଜିଷ୍ଟିକ୍ସ ପ୍ରଦର୍ଶନରେ ଉନ୍ନତି ଆଣିପାରିବ ଏବଂ ଅଧିକ ନିବେଶ ହାସଲ କରିପାରିବ ବୋଲି ରିପୋର୍ଟରେ କୁହାଯାଇଛି । ରାଜ୍ୟରେ ଟାଟା ଷ୍ଟିଲ୍ ଏହାର କଳିଙ୍ଗନଗର କାରଖାନା, ହିଣ୍ଡାଲ୍କୋ ଓ ବେଦାନ୍ତ ଆଲୁମିନିୟମ ନିଜ ସ୍ମେଲଟରେ ଏଆଇ ପ୍ରଯୁକ୍ତି ବ୍ୟବହାର କରୁଛନ୍ତି । ଏଆଇ ବ୍ୟବହାର କରି ଓଡ଼ିଶାର ଶିଳ୍ପ କାରଖାନାଗୁଡ଼ିକ ଏମିସନ୍‌ (ର୍ନିଗମନ) କମ୍ କରିବା ସହ ଅଭିବୃଦ୍ଧି ବାଇପାରିବେ ଓ ଇଏସ୍ଚି ଲକ୍ଷ୍ୟ ହାସଲ କରିପାରିବେ । ରାଜ୍ୟରେ ଭୁବନେଶ୍ୱର ସ୍ମାର୍ଟ ସିଟି, ମୁନିସପାଲିଟି ସେବା ଓ ସହରୀ ଯୋଜନା ପ୍ରସ୍ତୁତିରେ ଏଆଇ, ମେସିନ୍‌ ଲର୍ଣ୍ଣିଂର ବ୍ୟବହାର କରାଯାଉଛି । ସେର ଶକ୍ତି କ୍ଷେତ୍ରରେ ଏଆଇ ବ୍ୟବହାର କରି ଉତ୍ପାଦନକୁ ଆଗୁଆ ଆକଳନ କରାଯାଇପାରିବ ଏବଂ ଗ୍ରିଡ୍କୁ ବିଦ୍ୟୁତ ଶକ୍ତି ପଠାଇବାରେ ଉନ୍ନତି ଅଣାଯାଇପାରିବ । ଦୀର୍ଘକାଳୀନ ଭିତ୍ତିରେ ଏହା ଶକ୍ତି ବ୍ୟବହାର କମ୍ କରିବା ସହ ଏମିସନ୍‌ ୧୦-୨୦ ପ୍ରତିଶତ କମ୍‌ କରିବାରେ ସହାୟକ ହୋଇପାରିବ । କଳିଙ୍ଗନଗର ଓ ଝାରସୁଗୁଡ଼ାରେ ଡିଜିଟାଲ୍ ମାନୁଫାକ୍ରିଂ ପାର୍କ ବିକାଶ
କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି । କଳିଙ୍ଗନଗରରେ \”ସ୍ମାର୍ଟ ଷ୍ଟିଲ୍ ଫ୍ୟାକ୍ଟ୍ରି ଲ୍ୟାବ୍‌\’ ଶକ୍ତି ପରିଚାଳନା, ତ୍ରୁଟି ଚିହ୍ନଟ ପାଇଁ ଏଆଇ ମଡେଲ୍ ବିକାଶ କରିପାରିବ ବୋଲି ପ୍ରସ୍ତାବ ଦିଆଯାଇଛି । ଷ୍ଟାର୍ଟଅପ୍‌, ଗବେଷଣା ଓ ବିକାଶ କେନ୍ଦ୍ର ଏବଂ ତାଲିମ ପ୍ରତିଷ୍ଠାନଗୁଡ଼ିକ ପାଇଁ ଭୁବନେଶ୍ୱରରେ ଏଆଇ ପାର୍କ ସ୍ଥାନ କରିବାକୁ କୁହାଯାଇଛି । ରୋଟରଡ୍ୟାମ୍ ଓ ବୁସାନ ବନ୍ଦର ଭଳି ଓଡ଼ିଶାରେ ପାରାଦୀପ ଓ ଧାମରା ବନ୍ଦରରେ ଏଆଇ ଲଜିଷ୍ଟିକ୍ସ ଜୋନ୍‌ ବିକାଶ କରିବାକୁ ରିପୋର୍ଟରେ କୁହାଯାଇଛି । ଓଡ଼ିଶାରେ ଇଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର୍‌, ଉପକୂଳ ରାଜପଥ ଓ ସ୍ମାର୍ଟ ପୋର୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି, ଯାହା ପରିବହନ ସମୟ ଓ ଖର୍ଚ୍ଚ କମ୍‌ କରିବ । ଏଥିପାଇଁ ଏଆଇ ଆଧାରିତ ଯୋଗାଣ ଶୃଙ୍ଖଳର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି । ଓଡ଼ିଶା ଭଳି ରାଜ୍ୟ ପାଇଁ ଏକ ହାଇବ୍ରିଡ୍ ମଡେଲରେ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରେ ଖଣିଜ ଅଞ୍ଚଳ ଗୁଡ଼ିକରେ ଏଆଇ ଦ୍ୱାରା ଉତ୍ପାଦନକୁ ବାଇବା ଏବଂ ବନ୍ଦରରେ ଏଆଇ ଆଧାରିତ ଲଜିଷ୍ଟିକ୍ସ ସମାଧାନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟକ୍ଷ ଓ ଡିଜିଟାଲ୍‌ ଭିତ୍ତିଭୂମିକୁ ମିଶାଇ ଏକ ସ୍ମାର୍ଟ ବିର୍ନିମାଣ କରିଡର୍ ଗଠନ କରାଯାଇ ପାରିବ ବୋଲି ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.