ନୂଆଦିଲ୍ଲୀ: କାନାଡା ଏବଂ ଆମେରିକା ଦ୍ୱାରା ଖଲିସ୍ତାନୀ ଆତଙ୍କୀ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ବୟାନରେ ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଉଭୟଙ୍କ କଥାରେ ଆକାଶ- ପାତାଳର ଫରକ ରହିଛି। କାନାଡା ଯେଉଁଭଳି ଭାବରେ ଭାରତ ଉପରେ ଅଯଥା ଅଭିଯୋଗ ଲଗାଇଛି ତାହା ସଂପୂର୍ଣ୍ଣ ନିରାଧାର। ସେହିଭଳି ଆମେରିକା ମଧ୍ୟ ଖଲିସ୍ତାନୀ ଆତଙ୍କୀଙ୍କ ହତ୍ୟା ଷଡ଼ଯନ୍ତ୍ରକୁ ନେଇ କିଛି କଥା କହିଥିଲା। ହେଲେ ଉଭୟଙ୍କ କଥା ସଂପୂର୍ଣ୍ଣ ଭିନ୍ନ। ଜୟଶଙ୍କର କହିଛନ୍ତି ଭାରତ କୌଣସି ଦେଶ ଦ୍ୱରା ଉଠାଯାଇଥିବା ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ। ବିଦେଶ ମନ୍ତ୍ରୀ କହିଛନ୍ତି, ଯଦି କୌଣସି ଦେଶ ସାମ୍ନାରେ କିଛି ସମସ୍ୟା ରହିଛି ଏବଂ ସେ ଆମ ସମ୍ମୁଖରେ ରଖୁଛନ୍ତି ତେବେ ଆମେ ତଥ୍ୟ ଆଧାରରେ ସବୁବେଳେ ଏହା ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ। ଯଦି ଆମେରିକା ଯେତେବେଳେ କୌଣସି ପ୍ରସଙ୍ଗ ଉଠାଉଛି ତେବେ ତାହା ବିଷୟରେ ତଥ୍ୟ ଦେଉ। ଆମେ କାନାଡାକୁ ମଧ୍ୟ କହିଛୁ କେବଳ ଅଭିଯୋଗରେ କାମ ହେବ ନାହିଁ। ଏହାର କୌଣସି ପ୍ରମାଣ ଦେଉ ତାହେଲେ ହେବ ତାହା ଉପରେ ବିଚାର କରାଯିବ। ସେ ଆହୁରି କହିଛନ୍ତି, ଆମେରିକା ଭାରତକୁ କହିଛି ଯେ, ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂହଙ୍କ ହତ୍ୟାର ଷଡ଼ଯନ୍ତ୍ରକୁ ନେଇ ଯାଞ୍ଚରେ ସହଯୋଗ କରାଯାଉ। ଏହି ପ୍ରସଙ୍ଗରେ ୟୁଏସ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍, ନିଖିଲ ଗୁପ୍ତା ନାମକ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଛନ୍ତି। କୁହାଯାଇଛି ଭାରତର କୌଣସି ଅଧିକାରୀ ତାଙ୍କଠାରୁ ସୁପାରୀ କିଲର ହାୟର କରିବା ବିଷୟରେ କହୁଥିଲା। ବିଦେଶ ମନ୍ତ୍ରାଳୟ ଏହି ମାମଲାକୁ ଗୁରୁତର ସହ ନିରୀକ୍ଷଣ କରିଥିଲା, କେହି ଅଧିକାରୀ ସାମିଲ୍ ଅଛନ୍ତି ନାହିଁ ?ସୂଚନାଥାଉକି, ଏହି ମାମଲାକୁ ନେଇ ଭାରତ ଏବଂ ଆମେରିକା ବିସ୍ତୃତ ଚର୍ଚ୍ଚା କରିଛନ୍ତି। କେନ୍ଦ୍ର ସରକାର ଏହି ମାମଲାରେ ଏକ ଯାଞ୍ଚ କମିଟି ମଧ୍ୟ ଗଠନ କରିଛନ୍ତି। ସେହିଭଳି ଆମେରିକା ସରକାର ମଧ୍ୟ ଆମେରିକାରେ ଭାରତୀୟ ସାଂସଦଙ୍କୁ ଗୁପ୍ତା ବିଷୟରେ ସୂଚନା ଦେଇଛନ୍ତି। ଆମେରିକା ସାଂସଦ ମଧ୍ୟ କହିଛନ୍ତି ଭାରତର ଏହି ପଦକ୍ଷେପ ପାଇଁ ତାଙ୍କର ପ୍ରଶଂସା କରାଯାଉଛି। ସୂଚନାଥାଉକି, ଆମେରିକା ନିଖିଲ ଗୁପ୍ତାଙ୍କୁ ଜୁନ୍ ୩୦ କୁ ଚେକ ରିପବ୍ଲିକରୁ ଗିରଫ କରାଯାଇଥିଲା।