ଖାର୍ଗେଙ୍କ ଦାବି: ୫ ରାଜ୍ୟରେ କଂଗ୍ରେସ ସରକାର ଗଢିବ

0 191

ନାବେମ୍ବର ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ନିର୍ବାଚନ ଫଳାଫଳ ସମ୍ପର୍କରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦାବି କରିଛନ୍ତି ଯେ ସେ ନିଶ୍ଚିତ ଭାବେ ୫ଟି ରାଜ୍ୟରେ ଜିତିବେ। ଏହି ସମୟ ମଧ୍ୟରେ ସେ ଭାଜପାକୁ ମଧ୍ୟ କଡା ଟାର୍ଗେଟ କରିଛନ୍ତି। ନାବେମ୍ବର ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ନିର୍ବାଚନ ଫଳାଫଳ ସମ୍ପର୍କରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦାବି କରିଛନ୍ତି ଯେ ସେ ନିଶ୍ଚିତ ଭାବେ ୫ଟି ରାଜ୍ୟରେ ଜିତିବେ। ଏହି ସମୟ ମଧ୍ୟରେ ସେ ଭାଜପାକୁ ମଧ୍ୟ କଡା ଟାର୍ଗେଟ କରିଛନ୍ତି।ମୁଦ୍ରାସ୍ଫୀତି ଏବଂ ବେକାରୀ ଯୋଗୁ ଲୋକମାନେ ଅସୁବିଧାରେ ପଡ଼ିଛନ୍ତି ବୋଲି ଖାର୍ଗେ କହିଛନ୍ତି। ଭାଜପା ତା’ର କୌଣସି ପ୍ରତିଶ୍ରୁତି ପାଳନ କରିନାହିଁ। ଇଣ୍ଡିଆ ଗଠବନ୍ଧନ ଆସନ ବାଣ୍ଟିବା ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ପ୍ରଥମେ ୫ଟି ରାଜ୍ୟରେ ନିର୍ବାଚନ ସରିବା ପରେ ଆମେ ମେଣ୍ଟ ବିଷୟରେ ଚିନ୍ତା କରିବୁ।ସୂଚନା ଅନୁଯାଇ , ନିର୍ବାଚନ ସମ୍ପର୍କରେ ବୁଧବାର ଦିଲ୍ଲୀରେ କଂଗ୍ରେସ ଦଳର କେନ୍ଦ୍ରୀୟ କମିଟିର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ତେଲଙ୍ଗାନାର ୬୦ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ଉପରେ ଆଲୋଚନା ହେବ।

Leave A Reply

Your email address will not be published.