ଭୁବନେଶ୍ୱର,୯ା୧୨(ଡିକେ ନ୍ୟୁଜ): ଗଠନ ହେଲା ଘୁମୁସର ଉନ୍ନୟନ ମଞ୍ଚ । ଭୁବନେଶ୍ୱରରେ ବାସ କରୁଥିବା ଘୁମୁସରବାସୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ଜୟଭାରତ ଭବନରେ ଅନୁଷ୍ଠିତ ବୈଠକରେ ଘୁମୁସର ଉନ୍ନୟନ ମଞ୍ଚ ନାମରେ ଏକ ଟ୍ରଷ୍ଟ ଗଠନ ପାଇଁ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ଘୁମୁସର ଅଞ୍ଚଳକୁ ରାଜ୍ୟର ମୁଖ୍ୟସ୍ରୋତକୁ ଆଣିବା ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି ବୈଠକରେ ନୂଆ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିଲା । ଘୁମୁସର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏହି ମଞ୍ଚ କାମ କରିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ମଞ୍ଚର ସଭାପତି ଭାବେ ବାଲ୍ମିକୀ ପଟ୍ଟନାୟକ, ଉପସଭାପତି ଭାବେ ବିଶ୍ୱନାଥ ପଟ୍ଟନାୟକ, ସଂପାଦକ ଭାବେ ଅକ୍ଷୟ ପଟ୍ଟନାୟକ, ଯୁଗ୍ମ ସଂପାଦକ ଭାବେ ବାଲ୍ମିକୀ ପାତ୍ର ଓ କୋଷାଧ୍ୟକ୍ଷ ଭାବେ ପି. ତାରିଣୀ ପାତ୍ରଙ୍କୁ ଚୟନ କରାଯାଇଥିଲା । ମଞ୍ଚର କାର୍ଯ୍ୟକାରୀ ସଭ୍ୟ ଭାବେ ରାମକୃଷ୍ଣ ପୃଷ୍ଟି, ଶିବ ପ୍ରସାଦ ଶତପଥୀ, ପ୍ରଭାକର ପଟ୍ଟନାୟକ ଓ ରାମହରି ପାତ୍ରଙ୍କୁ ନିଆଯାଇଛି । ଏହି ମଞ୍ଚର ଉପଦେଷ୍ଟା ମଣ୍ଡଳୀରେ ମନ୍ମଥ ଶତପଥୀ, ଲକ୍ଷ୍ମଣ କୁମାର ପଣ୍ଡା, ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଓ ଡକ୍ଟର ଶାନ୍ତନୁ କୁମାର ରଥଙ୍କୁ ଚୟନ କରାଯାଇଛି । ଆନୁଷ୍ଠାନିକ ଭାବେ ମଞ୍ଚ ଗଠନ ସହ ଏକ ଟ୍ରଷ୍ଟର ପଞ୍ଜିକରଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଘୁମୁସରକୁ ଏକ ଜିଲ୍ଲା ମାନ୍ୟତା ଦିଆଯିବାର ଦାବି କରାଯିବ ବୋଲି ନିଷ୍ପତ୍ତି କରାଯାଇଥିଲା ।