ନୂଆଦିଲ୍ଲୀ: ଡିଜିଟାଲ୍ କାରବାର ପାଇଁ ୟୁପିଆଇ ଆଇଡି ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ବ୍ୟାଙ୍କ ଗୁଡିକ ଖୁବ୍ ଶୀଘ୍ର ୟୁପିଆଇ ଆଇଡି ସମ୍ବନ୍ଧରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ଅନୁଯାୟୀ, ବର୍ଷକରୁ ଅଧିକ ସମୟ ଧରି ବ୍ୟବହାର କରାଯାଇ ନ ଥବା ୟୁପିଆଇଡି ଏବଂ ନମ୍ବର ଗୁଡିକ ବନ୍ଦ ହୋଇଯିବ । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ସିପିଆଇ) ପକ୍ଷରୁ ସମସ୍ତ ବ୍ୟାଙ୍କ ଏବଂ ଗୁଗୁଲ୍ ପେ, ଫୋନ୍ ପେ ଏବଂପେ-ଟିଏମ୍କୁ ଭଳି ତୃତୀୟ ପକ୍ଷ ୟୁପିଆଇ ଆପ୍ସଗୁଡିକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି । ଏ କ୍ଷେତ୍ରରେ ଶେଷ ସମୟସୀମା ୩୧ ଡିସେମ୍ବର ରଖାଯାଇଛି । ନୂଆ ନିୟମ ଲାଗୁ କରିବାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ନୂତନ ମାର୍ଗଦର୍ଶିକା ଜାରି କରିଛି । ଏନ୍ସିପିଆଇର ନିର୍ଦ୍ଦେଶ ଅନୁଯାୟୀ ଯଦି କୌଣସି ଆଇଡିରୁ ଗୋଟିଏ ବର୍ଷରୁ ଅଧିକ ସମୟ ଧରି କୌଣସି ପ୍ରକାରର କ୍ରେଡିଟ୍ କିମ୍ବା ଡେବିଟ୍ କାବରାର କରାଯାଇନାହିଁ, ତେବେ ଏହା ବନ୍ଦ ହୋଇଯିବ । ନୂଆବର୍ଷ ଅର୍ଥାତ୍ ୨୦୨୪ ରୁ ଗ୍ରାହକମାନେ ଏହି ଆଇଡିଗୁଡ଼ିକ ସହିତ କାରବାର କରିପାରିବେନାହିଁ । ୟୁପି ଆଇଡି ନିଷ୍କ୍ରିୟ କରିବା ପୂର୍ବରୁ ବ୍ୟାଙ୍କ ବ୍ୟବହାର କାରୀଙ୍କୁ ଇ-ମେଲ କିମ୍ବା ମେସେଜ୍ ମାଧ୍ୟମରେ ଏକ ବିଜ୍ଞପ୍ତି ପଠାଇବ । ଏନ୍ସିପିଆଇର ଏହି ପଦକ୍ଷେପ ସହିତ, ୟୁପିଆଇ କାରବାର ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହେବ । ଏହାବ୍ୟତୀତ ଭୁଲ କାରବାର ମଧ୍ୟ ବନ୍ଦ ହୋଇଯିବ । ଏଥିପାଇଁ ଏନ୍ସିପିଆଇ ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟ ସୀମା ଦେଇଛି । ତେଣୁ, ଯେ କୌଣସି ପରିସ୍ଥିତିରେ, ଏହି ତାରିଖ ପୂର୍ବରୁ ଆପଣଙ୍କର ୟୁପିଆଇ ଆଇଡିକୁ ସକ୍ରିୟ କରିବାକୁ ହେବ । ଏନ୍ସିପିଆଇର ନୂତନ ମାର୍ଗଦର୍ଶିକା ଅନୁଯାୟୀ, ସମସ୍ତ ତୃତୀୟ ପକ୍ଷ ୟୁପିଆଇ ଆପ୍ସ ଏବଂ ପିଏସ୍ପି ବ୍ୟାଙ୍କଗୁଡିକ ୟୁପିଆଇ ଆଇଡି ଏବଂ ନିଷ୍କ୍ରିୟ ଗ୍ରାହକଙ୍କ ସହିତ ଜଡିତ ମୋବାଇଲ୍ ନମ୍ବର ଯାଞ୍ଚ କରିବେ । ଏଭଳି ୟୁପିଆଇ ଆଇଡି ଚିହ୍ନଟ କରିବାକୁ ଏନ୍ସିପିଆଇ ବ୍ୟାଙ୍କ ଏବଂ ତୃତୀୟ ପକ୍ଷ ୟୁପିଆଇ ଆପ୍ସଗୁଡିକୁ ନିର୍ଦ୍ଦେଶ ଦେଇଛି । ଏହି ନୂତନ ନିର୍ଦ୍ଦେଶାବଳୀ ମାଧ୍ୟମରେ, ଏନ୍ସିପିଆଇ ଏହା ନିଶ୍ଚିତ କରିବାକୁ ଚାହୁଁଛି ଯେ କାବରାର ସମୟରେ ପଠାଯାଇଥିବା ଅର୍ଥ ଆଉ ଭୁଲ ବ୍ୟକ୍ତିଙ୍କ ପାଖକୁ ଚାଲିଯିବନାହିଁ କିମ୍ୱା ଏହାର ଅପବ୍ୟବହାର ହେବନାହିଁ । ଅନେକ ସମୟରେ ଲୋକମାନେ ସେମାନଙ୍କର ମୋବାଇଲ୍ ନମ୍ବର ପରିବର୍ତ୍ତନ କରନ୍ତି ଏବଂ ଏହା ସହିତ ଜଡିତ ୟୁପିଆଇ ଆଇଡିକୁ ନିଷ୍କ୍ରିୟ କରିବାକୁ ଭୁଲିଯାଇଥାନ୍ତି । ଯେତେବେଳେ ଅନେକ ଧରି ନମ୍ବର ସୁଇଚ୍ ଅଫ୍ ହେତୁ ଏହି ନମ୍ବର ଅନ୍ୟ କାହାକୁ ଆବ