ଚାରି ଦଶନ୍ଧିରେ ବଦଳିଛି ଭାରତୀୟ ବିମାନ ଶିଳ୍ପ

0 39

ନୂଆଦିଲ୍ଲୀ,: ଦୀର୍ଘ ୪୦ ବର୍ଷ ପରେ ଭାରତରେ ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ)ର ବାର୍ଷିକ ସାଧାରଣ ବେଠକ ଆୟୋଜନ କରାଯାଇଛି । ଏହାପୂର୍ବରୁ ୧୯୮୩ରେ ଶେଷ ଥର ପାଇଁ ଏହି କାର୍ଯ୍ୟକ୍ରମ ଭାରତରେ ଆୟୋଜନ କରାଯାଇଥିଲା । ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ଚାରି ଦଶନ୍ଧିରେ ଭାରତୀୟ ବିମାନ ଶିଳ୍ପ ବହୁତ ବଦଳିଯାଇଛି । ପୂର୍ବାପେକ୍ଷା ଭାରତର ଆତ୍ମବିଶ୍ୱାସ ବହୁତ ବଢ଼ିଛି । ଭାରତୀୟ ବିମାନ ଶିଳ୍ପ ବିଶ୍ୱ ବିମାନ ପରିବହନ ଶିଳ୍ପର ଏକ ପ୍ରମୁଖ ଅଂଶ ପାଲଟିଛି । ସେ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ତୃତୀୟ ବଡ଼ ଘରୋଇ ବିମାନ ଚଳାଚଳ ଶିଳ୍ପ । \”ଉଡାନ୍‌\’ ସ୍କିମ୍‌ର ସଫଳତା ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ । ୨୦୧୪ ସୁଦ୍ଧା ଭାରତରେ ୭୪ଟି ବିମାନବନ୍ଦର କାର୍ଯ୍ୟକ୍ଷମ ଥିଲା । ବର୍ତ୍ତମାନ ସେହି ସଂଖ୍ୟା ୧୬୨ରେ ପହଞ୍ଚିଛି । ବିମାନବନ୍ଦରଗୁଡ଼ିକର କ୍ଷମତା ୫୦ କେଟି ଯାତ୍ରୀଙ୍କୁ ପରିଚାଳନା କରିବା ଭଳି ସ୍ତରକୁ ବୃଦ୍ଧି ପାଇଛି । ଭାରତ ବିଶ୍ୱର କିଛି ହାତଗଣତି ଦେଶ ଭିତରୁ ଅନ୍ୟତମ, ଯେଉଁଠାରେ ପ୍ରଯୁକ୍ତି ଜରିଆରେ ଯାତ୍ରୀ ଅନୁଭୂତିରେ ଉନ୍ନତି ଅଣାଯାଉଛି । ବିମାନ କମ୍ପାନୀଗୁଡ଼ିକ ଲାଗି ଭାରତ ହେଉଛି ଏକ ପ୍ରମୁଖ ନିବେଶ ସ୍ଥଳ ।

Leave A Reply

Your email address will not be published.