କାକଟପୁର,29/6: ନିମାପଡା ଜଳସେଚନ ବିଭାଗ ଡିଭିଜନ ଅଧିନସ୍ଥ କାକଟପୁର ଜଳସେଚନ ବିଭାଗ ସବଡ଼ିଭିଜନ ୫ଟି ସେକ୍ସନକୁ ନେଇ ଗଠିତ । ଦିନ ଥିଲା ଏହି ସବଡ଼ିଭିଜନରେ କର୍ମ·ରୀ, ଠିକାଦାର ଓ ·ଷୀମାନଙ୍କ ଗହଳ ଚହଳ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଲାଗି ରହୁଥିଲା । କିନ୍ତୁ ଅବସ୍ଥା ଆଜି ଅନ୍ୟ ପ୍ରକାର । ବିଗତ ୨ ବର୍ଷ ଧରି ଏହି ସବଡ଼ିଭିଜନରେ ଏସଡିଓ ପଦବୀ ଖାଲି ପଡ଼ିଥିବା ବେଳେ ସବଡ଼ିଭିଜନର ବାଉରିଆକଣ ଓ କାକଟପୁର ହେଡ଼କ୍ୱାଟର ଆଦି ୨ଟି ସେକ୍ସନର ୨ ଯନ୍ତ୍ରୀ ପଦବୀ ଆଜିକୁ ୩ ବର୍ଷ ଧରି ଖାଲି ପଡିଛି । ସବଡିଭିଜନରେ ଆବଶ୍ୟକ ମୁତାପକ ଖଲାସୀ ଓ ଅମିନ ନାହାନ୍ତି । ଯନ୍ତ୍ରୀ ଅଭାବରୁ ଜଣେ ଲେଖାଏଁ ଯନ୍ତ୍ରୀଙ୍କୁ ସେମାନଙ୍କ ସେକ୍ସନ କାର୍ଯ୍ୟ ସହ ଅନ୍ୟ ସେକ୍ସନର କୋଟି କୋଟି ଟଙ୍କାର କାର୍ଯ୍ୟଭାର ଅର୍ପଣ କରାଯାଇଛି । କିନ୍ତୁ ଏହି ସବଡ଼ିଭିଜନର ଅସ୍ତରଙ୍ଗ କେନାଲ ସେକ୍ସନର କନିଷ୍ଠ ଯନ୍ତ୍ରୀ ନିୟମିତ ଅଫିସ ଆସୁନଥିବା ବେଳେ ନିଜ ସେକ୍ସନର କାର୍ଯ୍ୟ ସହ ସେ ମହାଶୟ ଅନ୍ୟ ସେକ୍ସନର କୋଟି କୋଟି ଟଙ୍କାର କାର୍ଯ୍ୟ ତାଙ୍କ ତତ୍ୱାବଧାନରେ ·ଲିଛି । ବିଭିନ୍ନ ସମୟରେ ଅସ୍ତରଙ୍ଗ କେନାଲ ସେକ୍ସନ ଉପରେ ନିର୍ଭର କରୁଥିବା ·ଷୀମାନେ ସେମାନଙ୍କ ବହୁ ଆପତ୍ତି ଅଭିଯୋଗ ନେଇ ସବଡିଭିଜନକୁ ଆସୁଥିଲେ ମଧ୍ୟ ଅଧିକାଂଶ ସମୟ ଯନ୍ତ୍ରୀଙ୍କୁ ନପାଇ ନିରାଶ ମନରେ ଫେରିବାକୁ ପଡୁଛି ବୋଲି ବହୁ ·ଷୀ ଅଭିଯୋଗ କରିଛନ୍ତି । ଏମିତିକି ଯନ୍ତ୍ରୀଙ୍କ ଅବହେଳା ଏବଂ ମେରିରାୟ ନୀତି ଯୋଗୁଁ ଆଜିକୁ ୫ ବର୍ଷ ଧରି ଏହି ସେକ୍ସନ ଅଧିନରେ ଥିବା ମୋଟ ୩ଟି ପାଣିପଞ୍ଚାୟତର ନିର୍ବାଚନ ହୋଇପାରୁନଥିବା ·ଷୀମାନେ ଅଭିଯୋଗ କରୁଛନ୍ତି । ପାଣିପଞ୍ଚାୟତ ଗଠନ ହୋଇପାରିନଥିବା କାରଣରୁ ପ୍ରତିବର୍ଷ ଏହି ସେକ୍ସନରେ ଘାସ ତଞ୍ଚା, ଘଳିଆମରାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିଲେ ମଧ୍ୟ ଏହି ସେକ୍ସନର ମୁଖ୍ୟ କେନାଲ ସମେତ ମୁଖ୍ୟ କେନାଲରୁ ବାହାରିଥିବା ଶାଖା, ଉପଶାଖା ଓ ଅତିରିକ୍ତ ଉପଶାଖା କେନାଲରେ ବେଣା ଘାସ, ଅନାବନା ଗଛର ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇ ଏବେ ମହାଦ୍ରୁମରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି । ଏମିତିକି କେନାଲର ତଳ ମୁଣ୍ଡର ·ଷୀ ସରକାରଙ୍କୁ ଜଳକର ଦେଉଥିଲେ ମଧ୍ୟ ସେମାନଙ୍କ ବିଲରେ କେନାଲ ପାଣି ପହଞ୍ଚିପାରୁନଥିବା ଅଭିଯୋଗ କରୁଛନ୍ତି । ·ଷୀଙ୍କ ଅଭିଯୋଗରୁ ଆହୁରି ପ୍ରକାଶଯେ ଏହି ସେକ୍ସନ ଅଧିନରେ ଥିବା ବିଭିନ୍ନ କେନାଲରେ ଏବେ କଂକ୍ରିଟ ଲାଇନଙ୍ଗି କାର୍ଯ୍ୟ ·ଲୁରହିଛି । କାର୍ଯ୍ୟକୁ ଠିକା ନେଇଥିବା ଠିକାଦାର କେନାଲ କ୍ରଂକ୍ରିଟ କାର୍ଯ୍ୟ ପାଇଁ କେନାଲରୁ ବାହାରିଥିବା ମାଟିକୁ କେନାଲ ବନ୍ଧ ଉପରେ ପକାଇ ବନ୍ଧକୁ ମଜଭୁତ କରିବା ପରିବର୍ତ୍ତେ ଠିକାଦାର ବାହାରେ ବିକ୍ରି କରି ଦେଉଛି ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ କେତେକ ·ଷୀ ପ୍ରକାଶ କରିଛନ୍ତି । ବିନା ସୂଚନା ଫଳକରେ ଏହି ସେକ୍ସନରେ କୋଟି କୋଟି ଟଙ୍କାର କାର୍ଯ୍ୟ ·ଲିଥିବା ବେଳେ କାହା ନିର୍ଦ୍ଦେଶ ଆଉ ଆଦେଶ ବଳରେ ସଂପୃକ୍ତ ଯନ୍ତ୍ରୀଙ୍କୁ ତାଙ୍କ ନିଜ ସେକ୍ସନ ସହ ଅନ୍ୟ ସେକ୍ସନର କୋଟି କୋଟି ଟଙ୍କାର କାର୍ଯ୍ୟ ତଦାରଖ ଭାର ଅର୍ପଣ କରାଯାଇଛି ତାହା ତଦନ୍ତ ସାପେକ୍ଷ । କେନାଲ କଂକ୍ରିଟ କାର୍ଯ୍ୟରେ ବ୍ୟବହୃତ ବାଲି, ମୋରମ, ଚିପ୍ସ, ସିମେଣ୍ଟ ମିଶ୍ରଣ ସଠିକ ଅନୁପାତରେ କରାଯାଉନଥିବା ବେଳେ କେନାଲ ଶଯ୍ୟାରେ ଓ ପାଶ୍ୱର୍ରେ ଅଳ୍ପ ପରିମାଣର ମୋରମ ଦେଇ ତା’ଉପରେ ନିର୍ମାଣ ହେଉଥିବା କଂକ୍ରିଟ ଳେଇର ଥିକନେସ ଅତ୍ୟନ୍ତ ପତଳା ହୋଇଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ବହୁ ·ଷୀ ସନ୍ଦେହ ପ୍ରକାଶ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ପ·ରିବାରେ ସେ କହିଛନ୍ତି ଏବେ କେନାଲ କଂକ୍ରିଟ ଲାଇନଙ୍ଗି କାର୍ଯ୍ୟ ବର୍ଷା ଯୋଗୁଁ ବନ୍ଦ ରହିଛି ଏବଂ କେନାଲରେ ଘାସ ତଞ୍ଚା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଆଗକୁ କାର୍ଯ୍ୟ ଆରମ୍ଭ ହେଲେ ସବୁ ଦେଖି କାର୍ଯ୍ୟ ସଂପାଦନ କରାଯିବ । ତେବେ ଏଦିଗରେ ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ, ସର୍ବୋଚ୍ଚ ଯନ୍ତ୍ରୀ, ବିଭାଗୀୟ ସଚ୍ଚିବ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେଇ କାକଟପୁର ଜଳସେଚନ ବିଭାଗରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ·ଷୀ ମହଲରେ ଦୃଢ ଦାବି ହେଉଛି ।