ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲାର ପାହାଡ଼ ପର୍ବତ ଘେରା ଅନେକ ଗାଁକୁ ଆଜି ମଧ୍ୟ ଯାତାୟାତ ପାଇଁ ପକ୍କା ରାସ୍ତା ନାହିଁ । ଅନେକ ନଦୀର ଉତ୍ପରିସ୍ଥଳ କନ୍ଧମାଳ ଜିଲ୍ଲା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ପୋଲଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ଆଉ ବର୍ଷା ଦିନରେ ଏଠାକାର ଲୋକଙ୍କ ଦୁର୍ଦ୍ଦଶା ନ କହିବା ଭଲ । ବିଶେଷ କରି ବର୍ଷା ଦିନରେ ଏହି ଅଞ୍ଚଳର ଲୋକମାନେ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ନଦୀ ନାଳ ଆରପାରିରେ ରହୁଥିବା ଲୋକମାନେ ମୁଖ୍ୟରାସ୍ତା ଯିବାକୁ ହେଲେ ବହୁ ବାଧା ବିଘ୍ନର ସମ୍ମୁଖୀନ ହୋଇଥାନ୍ତି। ନଦୀ ନାଳ ଉପରେ କୌଣସି ସ୍ଥାୟୀ ପୋଲ ନଥିବାରୁ କାଠ ପୋଲରେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି I କନ୍ଧମାଳ ଜିଲ୍ଲାର ଏମିତି ଅନେକ ଉପାନ୍ତ ରହିଛି ଯେଉଁ ଜାଗାକୁ ଆଜି ଯାଏ ପକ୍କା ରାସ୍ତାଟିଏ କିମ୍ବା ନଦୀ ନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ କରାଯାଇନି । ତେଣୁ ଏହି ବର୍ଷା ଦିନେ ଜିଲ୍ଲାର ବହୁ ଉପାନ୍ତ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥାନ୍ତି । ସେହିଭଳି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତର ୬ଟି ଗ୍ରାମ ବର୍ଷା ହେଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇଥାନ୍ତି I ଏହି ସବୁ ଗ୍ରାମକୁ ଯିବା ବାଟରେ ମାଦୀପଙ୍ଗା ନଦୀ ସେମାନଙ୍କୁ ବାହ୍ୟ ଜଗତରୁ ବିଛିନ୍ନ କରିଦେଉଛି I ନଦୀ ଉପରେ କୌଣସି ସ୍ଥାୟୀ ପୋଲ ନଥିବାରୁ ଗ୍ରାମବାସୀ ମାନେ ନଦୀ ଉପରେ କାଠ ପୋଲ ନିର୍ମାଣ କରି ବିପଦ ସଙ୍କୁଳ ଭାବେ ଯାତାଯାତ କରୁଛନ୍ତି । ଏହି କାଠ ପୋଲ ଉପରେ ମାର୍କାଲୀ, ସିକିରି, ଡେଡିସରୁ, ମାଦୀପଙ୍ଗା, ରୁଟୁଲୁପଡ଼ା ଏବଂ ପାଙ୍ଗା ଏହି ୬ ଟି ଗ୍ରାମର ପ୍ରାୟ ୬୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି । ପଞ୍ଚାୟତରୁ ରାସନ ଆଣିବା ଠାରୁ ଆରମ୍ଭ ମେଡିକାଲ, ସ୍କୁଲ, କଲେଜ ଏବଂ ଫିରିଙ୍ଗିଆ ବଜାର କୁ ଯିବା ପାଇଁ ଦୈନିକ ଏହି କାଠ ପୋଳରେ ଶହ ଶହ ଲୋକ ଯାତାୟାତ କରୁଛନ୍ତି । ବର୍ଷ ବର୍ଷ ଧରି ଲୋକେ ଏଭଳି ଦୁର୍ଦଶା ଭୋଗୁଥିବା ବେଳେ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବି କରି ନିରାଶ ହୋଇଗଲେଣି। ଏପଟେ ଜିଲ୍ଲା ମୁଖ୍ୟ ଉନ୍ନଯନ ଅଧୂକାରୀ କହିଛନ୍ତି,ଅତିଶୀଘ୍ର ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ କରାଯିବ । ସେପଟେ ସରପଞ୍ଚଙ୍କୁ ପରାମର୍ଶ ଦିଆଯାଇଛି, ନଦାରେ କେହି ଯେମିତି ନପଡ଼ନ୍ତି ସେଥିପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରିବେ । ବର୍ଷା ସମୟରେ କେହି କାଠ ପୋଲରେ ଯିବା ଆସିବା କରିବେ ନାହିଁ, ବଯସ୍କ ଏବଂ ଛୋଟ ପିଲା କାଠ ପୋଲରେ ନଯିବା ପାଇଁ ଗ୍ରାମବାସୀ ମାନଙ୍କୁ