ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

0 92

ନୂଆଦିଲ୍ଲୀ, ୪ା୬: ଆସନ୍ତା ଜୁଲାଇ ୨୧ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ ୧୨ ଯାଏ ·ଲିବ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଜୁଲାଇ ୨୧ରୁ ଅଗଷ୍ଟ ୧୨ ତାରିଖ ଯାଏ ସଂସଦର ଉଭୟ ଗୃହରେ ମୌସୁମୀ ଅଧିବେଶନ ·ଲିବ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇପାରେ । ବିରୋଧୀ ଦଳ ‘ଅପରେସନ ସିନ୍ଦୂର’ ଏବଂ ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଲଗାତାର ସ୍ୱତନ୍ତ୍ର ଅଧିବେଶନ ଦାବି କରି ଆସୁଛନ୍ତି । ଏହାରି ଭିତରେ ମୌସୁମୀ ଅଧିବେଶନ ନେଇ ତାରିଖ ସ୍ଥିର ହୋଇଛି । ‘ଅପରେସନ୍ ସିନ୍ଦୂର’ ଉପରେ ବି ସରକାର ନିୟମ ଅନୁସାରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ହେଉଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି କି, ‘ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବା ସହ ଏହା ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତି ·ଲିଛି । ସଂସଦକୁ ଶୃଙ୍ଖଳିତ ଭାବେ ଚଲାଇବାକୁ ସଂସଦୀୟ ମନ୍ତ୍ରୀ ବିରୋଧୀ ଦଳଙ୍କ ସହଯୋଗ ଲୋଡିଛନ୍ତି । ଏହି ଅଧିବେଶନ ସୂ·ରୁରୂପେ ·ଲୁ ଓ ଦେଶହିତରେ ସକରାତ୍ମତ ଆଲୋଚନା ହେଉ ବୋଲି ସରକାର ·ହାନ୍ତି ।’ ବୀମା ସଂଶୋଧନ ବିଲ୍ ପାରିତ ହୋଇପାରେ- ସଂସଦ ମୌସୁମୀ ଅଧିବେଶନରେ ବୀମା ସଂଶୋଧନ ବିଲ୍ ପାରିତ ହୋଇପାରେ । ବିଧେୟକରେ ବିମୀ କ୍ଷେତ୍ରରେ ଏଫଡିଆଇର ସୀମା ବୃଦ୍ଧି ହୋଇ ୧୦୦ ପ୍ରତିଶତ କରିବାକୁ ପ୍ରସ୍ତୁତି ହେଉଛି । ବିଲକୁ ସଂସଦରେ ମଞ୍ଜୁରୀ ମିଳିପାରେ । କ୍ୟାବିଟେନ ମଞ୍ଜୁରୀ ପରେ ବିଲ୍ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ବିଧେୟକକୁ ସଂସଦରେ ଉପସ୍ଥାପିତ କରିବାର ପ୍ରକ୍ରିୟା ଆରମ୍ଭ ହେବ । ଏହା ପୂର୍ବରୁ ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ହୋଇଥିଲା । ତେବେ ମଙ୍ଗଳବାର ଇଣ୍ଡି ମେଣ୍ଟର ୧୬ ଜଣିଆ ରାଜନୈତିକ ଦଳ ମିଳିତ ବୈଠକ କରିଥିଲେ । ଏଥିରେ ପହଲଗାମ ଆତଙ୍କୀ ଆକ୍ରମଣ ଓ ‘ଅପରେସନ୍ ସିନ୍ଦୂର’କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଏଥିରେ ‘ଅପରେସନ୍ ସିନ୍ଦୂର’ ବାବଦରେ ଆଲୋଚନା କରିବା ପାଇଁ ବିରୋଧୀ ଦଳ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦାବି କରିଛନ୍ତି ।

Leave A Reply

Your email address will not be published.