ଟାଟା ପାୱାରର ନୂତନ ଅଭିଯାନ

Tata Power's new campaign

0 25

ଭୁବନେଶ୍ୱର, : ଟାଟା ପାୱାରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ନୂତନ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏପରିକି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍‌କମ୍‌ଗୁଡ଼ିକ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍‌), ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌), ଟିପି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଓ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌)ର ଗ୍ରାହକ ସେବାକୁ ସରଳୀକରଣ କରିବା ସହ ଡିସ୍‌କମ୍‌ ମଧ୍ୟରେ ଥିବା ସମ୍ପର୍କରେ ମଧ୍ୟ ବ୍ୟାପକ ଉନ୍ନତି ଆଣିଛନ୍ତି । ଏପରିକି ଡିଜିଟାଲ ପ୍ଲାଟଫର୍ମର ବ୍ୟାପକ ନେଟ୍‌ୱର୍କ, ଗ୍ରାହକ ସେବା କେନ୍ଦ୍ର, ଗ୍ରାମୀଣ ଯୋଗାଯୋଗ ଅଭିଯାନ ଏବଂ ଗୋଷ୍ଠୀ ପରିଚାଳିତ ମଡେଲ ଭଳି ବ୍ୟବସ୍ଥା ସାଙ୍ଗକୁ ଡିସ୍‌କମ୍‌ଗୁଡ଼ିକ ବିଦ୍ୟୁତ୍ ସେବାକୁ ପ୍ରାୟ ୧୦ ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କ ନିକଟତର କରିବା ସହ ସ୍ୱଚ୍ଛ ଓ ଗ୍ରାହକ କୈନ୍ଦ୍ରିକ କରିପାରିଛନ୍ତି । ବିଦ୍ୟୁତ୍ ସେବାକୁ ଯେକୌଣସି ସମୟରେ ଯେକୌଣସି ଠାରେ ଉପଲବ୍ଧ କରିବା ଲାଗି ଗତ ୫ ବର୍ଷ ମଧ୍ୟରେ ଡିସ୍‌କମ୍‌ଗୁଡ଼ିକ ବହୁ ସଂଖ୍ୟକ ପ୍ରଯୁକ୍ତି ଆଧାରିତ ଗ୍ରାହକ ସମାଧାନ ଆରମ୍ଭ କରିଛନ୍ତି । ଗ୍ରାହକମାନେ ନୂଆ ବିଦ୍ୟୁତ୍ ସଂଯୋଗ ହାସଲ କରିବା ଲାଗି ଅନ୍ଲାଇନ କିମ୍ବା କେବଳ ଏକ ମିସଡ଼୍ କଲ୍ ସେବା ଜରିଆରେ ଆବେଦନ କରିପାରୁଛନ୍ତି । ଫଳରେ ଡିସ୍‌କମ୍‌ଗୁଡିକର କାର୍ଯ୍ୟାଳୟ ପରିଦର୍ଶନ ଓ କାଗଜପତ୍ର
କାମ ଆବଶ୍ୟକତା ଦୂର ହୋଇପାରିଛି । ପେମେଣ୍ଟ, ସେବା ଅନୁରୋଧ, ବିଲିଂ ହିଷ୍ଟ୍ରି ଓ ବାସ୍ତବ ସମୟ ଅପଡେ୍‌ଟ୍‌ ପାଇଁ ମାଇଁ ଟାଟା ପାୱାର ଆପ୍ ଏକସିଙ୍ଗଲ ୱିଣ୍ଡୋ ପ୍ଲାଟଫର୍ମରେ ପରିଣତ ହୋଇଛି । ଓଡ଼ିଶାର ଉଭୟ ଗ୍ରାମୀଣ ଓ ସହରାଞ୍ଚଳ ଗ୍ରାହକଙ୍କୁ ସହାୟତା ପ୍ରଦାନ କରିବା ଲାଗି ଟାଟା ପାୱାର ପକ୍ଷରୁ ପ୍ରତ୍ୟକ୍ଷ ଟଚ୍ ପଏଣ୍ଟରେ ବ୍ୟାପକ ନିବେଶ କରାଯାଇଛି ।

Leave A Reply

Your email address will not be published.