ଭୁବନେଶ୍ୱର,୮ ।୧୧: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକ ଅଭିନବ/ସ୍ୱତନ୍ତ୍ର କାର୍ଯ୍ୟକ୍ରମ “କ୍ୱାଲିଟି ମନ୍ଥ୍-୨୦୨୩’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏପରିକି ସମସ୍ତ ଟିପିସିଓଡିଏଲ୍ କର୍ମଚାରୀଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଲାଗି ଏଭଳି ଏକ କାର୍ଯ୍ୟକ୍ରମକୁ ଉଭୟ ଭର୍ଚୁଆଲ୍ ଓ ପ୍ରତ୍ୟକ୍ଷ ଉପାଦାନ ସହ ହାଇବ୍ରିଡ୍ ମୋଡ୍ରେ ମଧ୍ୟ ଆୟୋଜନ କରାଯାଇଥିଲା । ଚଳିତ ବର୍ଷର ବିଷୟବସ୍ତୁ ହେଉଛି “କ୍ୱାଲିଟି-ନିଜର ପ୍ରତିଯୋଗିତାମୂଳକ ସମ୍ଭାବନାକୁ ସାକାର କରିବା’ । ଏହା ଚାର୍ଟାର୍ଡ କ୍ୱାଲିଟି ଇନ୍ଷ୍ଟିଚ୍ୟୁଟ୍ (ସିକ୍ୟୁଆଇ)ର ଅଭିଯାନ ବିଶ୍ୱ କ୍ୱାଲିଟି ଦିବସର ଭାବ ଅନୁସାରେ ରହିଛି, ଯାହା କ୍ୱାଲିଟି ପ୍ରଫେସନାଲମାନଙ୍କ ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରୁଛି । ଏହି ପରିପ୍ରେକ୍ଷୀରେ ଟିପିସିଓଡିଏଲ୍ର ସିଇଓ ଅରବିନ୍ଦ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିପିସିଓଡିଏଲର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ସେହିଭଳି ଉକ୍ତ କାର୍ଯ୍ୟକ୍ରମ ଟିପିସିଓଡିଏଲ୍ର କ୍ୱାଲିଟି ଅଭିଯାନର ଉଲ୍ଲେଖନୀୟ ସମ୍ଭାବନାକୁ ପ୍ରତିଫଳନ କରିବାର ଏକ ମଞ୍ଚ ପ୍ରଦାନ କରିଥିଲା । ଏଥିରେ ଦକ୍ଷତା ବିକାଶ ଓ ଅଭିନବ କର୍ମକ୍ଷେତ୍ର ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇ ଥିଲା । କ୍ୱାଲିଟି ମନ୍ଥ୍- ୨୦୨୨ର ଉଲ୍ଲେଖନୀୟ ସଫଳତାର ଭାବପୂର୍ଣ୍ଣ ପ୍ରତିଫଳନ ଚଳିତ ସମାରୋହରେ ଦେଖିବାକୁ ମିଳିଥିଲା ଏବଂ ଏହି ଅବସରରେ କମ୍ପାନିର ସିଇଓ ଏବଂ ବରିଷ୍ଠ ଅଧିକାରୀଙ୍କ ଟିମ୍ର ସମସ୍ତ ସଦସ୍ୟ କ୍ୱାଲିଟି ମନ୍ଥର ଗୁରୁତ୍ୱ ସମ୍ପର୍କରେ ଅଭିଜ୍ଞତା ଓ ଦୃଷ୍ଟିକୋଣ ବର୍ଣ୍ଣନା କରିଥିଲେ । ପରିଶେଷରେ ସିଇଓଙ୍କ ଦ୍ୱାରା ଟିପିସିଓଡିଏଲ୍ର ନ୍ୟଜ୍ଲେଟର “ଆଲୋକର ପଥେ” ଉନ୍ମୋଚିତ ହୋଇଥିଲା । ଟିପିସିଓଡି ଏଲ୍ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଗୁଣାତ୍ମକ ମାନରେ ଉନ୍ନତି ନୀତି ଓ ପଦ୍ଧତି ଜରିଆରେ ନିଜ ଭିତରର ଦୃଢ଼ତାକୁ ଜାଗ୍ରତ କରିବା ଏବଂ ଉକ୍ରର୍ଷ ହାସଲ କରିବା ପାଇଁ ଆମର ରହିଥିବା ଅତୁଟ ପ୍ରତିବଦ୍ଧତାକୁ କ୍ୱାଲିଟି ମନ୍ଥ୍ ପ୍ରତିଫଳିତ କରୁଛି, ଏହା ହେଉଛି ଆତ୍ମସନ୍ଧାନ ଓ ନବସୃଜନ ଆଡ଼କୁ ଏକ ସାମଗ୍ରିକ ଯାତ୍ରା, ଯେଉଁଥିରେ ଗ୍ରାହକ ଓ ଅଂଶୀଦାରଙ୍କୁ ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଆମେ ଆମର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରୁଛୁ ।