ଦିଲଜିତଙ୍କ ଫିଲ୍ମରେ ହାନିଆ ଆମିରଙ୍କୁ ଦେଖି ଦର୍ଶକ ଖପ୍ପା

0 107

ମୁମ୍ବାଇ, : ଦିଲଜିତ ଦୋସାଂଝ ତାଙ୍କ ଆଗାମୀ ପଞ୍ଜାବୀ ଚଳଚ୍ଚିତ୍ର “ସର୍ଦ୍ଦାର ଜୀ ୩’ର ଟ୍ରେଲର ରବିବାର ରିଲିଜ୍
କରିଛନ୍ତି । ଯେଉଁଥିରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିଛି । ଏପ୍ରିଲ ୨୨ରେ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ର୍ନିେଦ୍ଦାଷ ଲୋକ ପ୍ରାଣ ହରାଇଥିଲେ, ଯେଉଁ
କାରଣରୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ସମସ୍ତ ପାକିସ୍ତାନୀ କଳାକାରଙ୍କୁ ଭାରତରେ ନିଷିଦ୍ଧ କରାଯାଇଥିଲା । ଏହି କାରଣରୁ “ସର୍ଦ୍ଦାର ଜୀ ୩’କୁ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଭାରତରେ ମୁକ୍ତିଲାଭ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରବିବାର ବିଳମ୍ବିତ ରାତିରେ ଅଭିନେତା ତଥା ଗାୟକ ଦିଲଜିତ ଦୋସାଂଝ୍ ନିଜ ଇନଷ୍ଟାଗ୍ରାମରେ ତାଙ୍କ କମେଡ଼ି, ହରର୍-ଥ୍ରୀଲର ଫିଲ୍ମ “ସର୍ଦ୍ଦାର ଜୀ ୩’ର ଟ୍ରେଲର ପୋଷ୍ଟ କରିଛନ୍ତି । ଏଥିସହ ଅଭିନେତା କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ·ଲିଥିବା
ଉତ୍ତେଜନା ଯୋଗୁଁ ଫିଲ୍ମଟି ଭାରତରେ ରିଲିଜ୍ ହେବନାହିଁ ଏବଂ ଏହାକୁ କେବଳ ବିଦେଶରେ ରିଲିଜ୍ କରାଯିବ । ଏହି ଚଳଚ୍ଚିତ୍ର ବିଦେଶୀ ସିନେମା ହଲରେ ଜୁନ୍ ୨୭ରେ ମୁକ୍ତିଲାଭ କରିବ । ଏହାସହିତ “ସର୍ଦ୍ଦାର ଜୀ ୩’ର ଟ୍ରେଲର ମଧ୍ୟ
ଭାରତରେ ଦର୍ଶକଙ୍କ ପାଇଁ ୟୁଟୁ୍ୟବରେ ଉପଲବ୍ଧ ନାହିଁ । ଯେତେବେଳେ ଭିଡିଓଟିକୁ ଚଲାଇବାକୁ ଚେଷ୍ଟା କରାଯାଉଛି, ଏହା ·ଲୁନାହିଁ ଏବଂ ଏକ ବାର୍ତ୍ତା ଆସୁଛି ଯେ ଏହା ଭାରତରେ ଦେଖାଯିବ ନାହିଁ । ତେବେ ପହଲଗାମରେ ଆତଙ୍କବାଦୀ
ଆକ୍ରମଣ ପରେ ପାକିସ୍ତାନୀ ମନୋରଞ୍ଜନ ଶିଳ୍ପ ଉପରେ ଏକ  କଡ଼ା ହମ୍ଲା କରିଥିଲା ଭାରତ । ଭାରତରେ ସମସ୍ତ ପାକିସ୍ତାନୀ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ନିଷିଦ୍ଧ କରାଯାଇଥିଲା ଏବଂ ସେମାନଙ୍କୁ ଭାରତରେ କାମ ନ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ଏହାସହିତ କିଛି କଳାକାର ଭାରତ ବିଷୟରେ ବିଷ ମଧ୍ୟ ଓଗାଳିଥିଲେ, ଯେଉଁଥିରେ ହାନିଆ ଆମିର ବି ସାମିଲ ଥିଲେ । ଏହି କାରଣରୁ ସେ ଭାରତରେ ପ୍ରବଳ ବିରୋଧର ସମ୍ମୁଖୀନ
ହେଉଛନ୍ତି । ଏସବୁ କାରଣ ଯୋଗୁଁ “ସର୍ଦ୍ଦାର ଜୀ ୩’ର ନିର୍ମାତାମାନଙ୍କୁ ଭାରତରେ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ପଡ଼ିଛି ।

Leave A Reply

Your email address will not be published.