ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କ ଘରେ ପୁଳା ପୁଳା ଟଙ୍କା, ରେଡ୍‌ କଲା ଭିଜିଲାନ୍ସ, ୧୦ ଲକ୍ଷ ସମେତ ୪୭ ଲକ୍ଷ ଟଙ୍କା ଜବତ।

0 73
ଧର୍ମଗଡ଼ : ଆଇଏଏସଙ୍କ ଘରେ ପୁଳା ପୁଳା ଟଙ୍କା । ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ । ଉପଜିଲ୍ଲାପାଳ ଧିମନ ଚକମାଙ୍କୁ ଧରିଲା ଭିଜିଲାନ୍ସ।ଲାଞ୍ଚ ଟଙ୍କା ଜବତ ପରେ ବାସଭବନ ରେ ରେଡ୍ କରିଥିଲା ଦୁର୍ନୀତି ନିବାରଣ ସଂସ୍ଥା । ରେଡ ବେଳେ ୪୭ ଲକ୍ଷ ଟଙ୍କା ଜବତ ହୋଇଛି । ସୂଚନା ଥାଉକି, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉପଜିଲ୍ଲାପାଳ ଧିମନ ଚକମା ଧରାପଡ଼ିଥିଲେ । କ୍ରସର ୟୁନିଟ ମାଲିକଙ୍କ ଠାରୁ ସେ ଏହି ଲାଞ୍ଚ ଟଙ୍କା ନେଉଥିଲେ । ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ, ଆଉ କିସ୍ତି ହିସାବରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ରୋଚକ କଥା ହେଉଛି ଲାଞ୍ଚ ପାଇଁ ବ୍ୟବସାୟୀଙ୍କୁ ନିଜ ସରକାରୀ ବାସଭବନକୁ ଡାକିଥିଲେ ଏହି ସରକାରୀ ବାବୁ ଜଣକ । ୨୦୨୧ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଧିମନ ଚକମା । ଆଇଏସ୍ ୪୮୨ ରାଙ୍କ ପାଇଥିଲେ । ତାଙ୍କ ଘର ତ୍ରିପୁରା କାଞ୍ଚନପୁରରେ । ପୂର୍ବରୁ ଆଇଏଫଏସ ପାଇଥିଲେ ଧିମନ ଚକମା । ବାରିପଦାରେ ଫରେଷ୍ଟ ଅଫିସର ଭାବେ କାର୍ଯ୍ୟ କରିସାରିଛନ୍ତି । ଫରେଷ୍ଟ ଅଫିସର ଥିବାବେଳେ ଆଇଏଏସ ପାଇଥିଲେ ।
ଭିଜିଲାନ୍ସ ଟିମ ଉପ ଜିଲ୍ଲାପାଳ ଚକମା ଙ୍କୁ ତଦନ୍ତ ପାଇଁ ନିଜ ସାଥୀରେ ନେଇଛି।ଏହି ସମ୍ପର୍କରେ, ଭିଜିଲାନ୍ସ ସେଲ୍ ପିଏସ୍ କେସ୍ ନମ୍ବର 6/2025 ରେ 7 ପି.ସି. ଆଇନ, 1988 ଅନୁଯାୟୀ ପି.ସି. (ସଂଶୋଧନ) ଆଇନ, 2018 ଦ୍ୱାରା ସଂଶୋଧିତ ପଞ୍ଜିକୃତ କରାଯାଇଛି। ତଦନ୍ତ ଜାରି ରହିଛି। ପରବର୍ତ୍ତୀ ରିପୋର୍ଟ ପରେ ଆସିବ ବୋଳି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
Leave A Reply

Your email address will not be published.