ଧର୍ମଗଡ ସହରର ବିଭିନ୍ନ ସମସ୍ୟା ନେଇ ଏନଏସି ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟିଲା ଚେମ୍ବର ଅଫ କମର୍ସ

0 100

ଧର୍ମଗଡ, : ଧର୍ମଗଡ ଏନଏସି ରରେ ନୂତନ ଭାବେ ଯୋଗଦେଇଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର। ଧର୍ମଗଡ ଚେମ୍ବର ଅଫ କମର୍ସର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ବରେ ସଂଘର ଉପ ସଭାପତି ନରେଶ କୁମାର ଅଗ୍ରୱାଲ, ଯଶୋବନ୍ତ ମେହେର,ସମ୍ପାଦକ ଅତୁଲ୍ୟ ମେହେର, ଶ୍ରବଣ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ସରୋଜ କୁମାର ସାହୁ,ବିକାଶ ମେହେର, ମୁନ୍ନା ନାଏକ ପ୍ରମୁଖ ଆଜି ଶ୍ରୀ ମିଶ୍ରଙ୍କୁ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଦେବା ସହ ସହରରେ ଥିବା ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।ସହରରେ ରାସ୍ତାକଡ଼ରେ ଥିବା ଉଠା ଦୋକାନୀ ମାନଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଥଇଥାନ କରାଯିବା, ରାସ୍ତା ଉପରେ ଲଗାମ ଛଡ଼ା ଗୋରୁ ଗାଈଙ୍କ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟନା ମାନ ଘଟୁଥିବାରୁ ମାଲିକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବିଭିନ୍ନ ୱାର୍ଡ ଅଞ୍ଚଳରୁ ଅଳିଆ ଆବର୍ଜ୍ଜନା ବ୍ୟବସ୍ଥାକୁ ତ୍ଵରାନିତ କରିବା, ମୁଖ୍ୟ ରାସ୍ତା ଉପରେ ବସୁଥିବା ପରିବା ଦୋକାନୀ ମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ଏଵଂ ବିଭିନ୍ନ ଗଳିକନ୍ଦି ରାସ୍ତାର ଡ୍ରେନ ସଫେଇ ଓ ନୂତନ ଡ୍ରେନ ବ୍ୟବସ୍ଥା, ୱାର୍ଡ ମାନଙ୍କରେ ଆଲୋକିକରଣ ବ୍ୟବସ୍ଥା ତ୍ୱରିତ ଭାବେ କରାଯିବା ପାଇଁ ଆଲୋଚନା ହୋଇଥଲା। ବାହାର ରାଜ୍ୟର ଅସ୍ଥାୟୀ ବ୍ୟବସାୟୀ ମାନଙ୍କୁ ସହରରେ ମାସ ମାସ ଧରି ବ୍ୟବସାୟ କରିବା ପାଇଁ ପ୍ରଶାସନିକ ଅନୁମତି ଦିଆଯାଉଥିବାରୁ ସ୍ଥାନୀୟ ଦୋକାନୀ ମାନେ ଅନେକ ଆର୍ଥିକ କ୍ଷତି ସହୁଛନ୍ତି। ସେହି ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କୁ ଅନୁମତି ଦିଆ ନଯିବା ପାଇଁ ଚେମ୍ବର ଅଫ କମର୍ସ ପକ୍ଷରୁ ଏକ ଦାବୀ ପତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ଧର୍ମଗଡ ସହର ସୋନ୍ଦର୍ଯ୍ୟକରଣ ଓ ବିଭିନ୍ନ ଜନହିତକର ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ବ୍ୟବସାୟୀ ମାନଙ୍କ ର ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.