ବ୍ରହ୍ମପୁର,: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ପିଚିପିଚିଆ ନଗରରେ ଥିବା ଏକ ସସ୍ କାରଖାନାରେ ପୁଲିସ ପକ୍ଷରୁ ଚଢଉ କରାଯାଇଛି । ସେଠାରୁ ବିପୁଳ ପରିମାଣର କଞ୍ଚାମାଲ ଜବତ ହୋଇଥିବା ବେଳେ ପୁଲିସ ଉକ୍ତ କାରଖାନାରେ କାର୍ଯ୍ୟରତ ୨ ଜଣ କର୍ମ·ରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଶ୍ରୀରାମନଗର ନିକଟ ପିଚିପି· ନଗରରେ ଥିବା ଏକ ଘରେ ଆଜକୁ ୨ ବର୍ଷ ହେବ ନକଲି ସସ୍ ପ୍ରସ୍ତୁତ କରାଯାଉଥିବା ବଡବଜାର ଥାନା ପୁଲିସକୁ ଖବର ମିଳିଥିଲା ।
ସେହିକ୍ରମରେ ଆଜି ସକାଳୁ ପୁଲିସର ଏକ ଟିମ ଉକ୍ତ ଘରେ ଚଢଉ କରିଥିଲା । ଚଢଉ ବେଳେ ଉକ୍ତ ଘରୁ ଅନମୋଲ କମ୍ପାନୀ ନାମରେ ପ୍ରସ୍ତୁତ ହୋଇଥିବା ଟମାଟୋ ସସ୍, ଚିଲି ସସ୍ ଓ ଭିନେଗାର ଆଦି ଠାବ ହୋଇଥିଲା । ସେହିପରି ସସ୍ ଓ ଭିନେଗାର ପ୍ରସ୍ତୁତ ପାଇଁ ରଖାଯାଇଥିବା ବିପୁଳ ପରିମାଣର କଞ୍ଚାମାଲ ଓ ମେସିନ ରଖାଯାଇଥିବା ପୁଲିସ ଦେଖିବାକୁ ପାଇଥିଲା । ସେହି ସମୟରେ ଉକ୍ତ କାରଖାନାରେ ୨ ଜଣ କର୍ମ·ରୀ କାର୍ଯ୍ୟରତ ଥିଲେ । ତେବେ ଏହି କାରକାନା ଚଳାଇବା ପାଇଁ ଅନୁମତିପତ୍ର ରହିଛି କି ନାହିଁ ତାହା ଜାଣିବାକୁ ପୁଲିସ ପକ୍ଷରୁ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀଙ୍କୁ ଡକା ଯାଇଥିଲା । ହେଲେ ଛୁଟି ଦିନରେ ବିଭାଗୀୟ ଅଧିକାରୀମାନେ ନ ପହଞ୍ଚିବାରୁ ପୁଲିସ ଉକ୍ତ କାରଖାନାକୁ ସିଲ କରିବା ସହ ୨ କର୍ମ·ରୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି । ତଦନ୍ତ ପରେ ଏହା ନକଲି କାରଖାନା
କି ନୁହଁ ତାହା ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ନକଲି ସସ୍ କାରଖାନାରେ ଚଢାଉ
Next Post