ନୂଆଦିଲ୍ଲୀ, ୨ା୬ : ବିଶ୍ୱ ଚେସ୍ ·ମ୍ପିଅନ ଡୋମାରାଜୁ ଗୁକେଶ ନରୱେ ଚେସ୍ ୨୦୨୫ ଟୁର୍ଣ୍ଣାମେଣ୍ଟର ଷଷ୍ଠ ରାଉଣ୍ଡରେ ପୂର୍ବତନ ବିଶ୍ୱ ନମ୍ବର ୱାନ୍ ମାଗନସ୍ କାର୍ଲସେନଙ୍କ ବିପକ୍ଷରେ ଏକ ଚମକ୍ରାର ବିଜୟ ହାସଲ କରିଛନ୍ତି । ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ କ୍ଳାସିକାଲ ଟାଇମ୍ କଣ୍ଟ୍ରୋଲରେ ମ୍ୟଗ୍ନସ୍ଙ୍କୁ ପରାସ୍ତ କରିଥିଲେ ଗୁକେଶ । ସଫେଦ୍ ମୋହର୍ ବା ହ୍ୱାଇଟ୍ ପନ୍ସ ଅର୍ଥାତ ଧଳା ଗୋଟି ସହିତ ଖେଳି, ଯୁବ ଭାରତୀୟ ଖେଳାଳି ·ପ ଭିତରେ ମଧ୍ୟ ଖେଳ ଉପରେ ନିଜର କବଜା ବଜାୟ ରଖିଥିଲେ ଏବଂ ଶେଷ ରାଉଣ୍ଡରେ ୩୪ ବର୍ଷୀୟ ନରୱେଜିଆନ୍ ଗ୍ରାଣ୍ଡମାଷ୍ଟରଙ୍କ ଏକ ବିରଳ ଭୁଲର ସୁଯୋଗ ନେଇ ଏହାକୁ ଏକ ସ୍ମରଣୀୟ ବିଜୟରେ ପରିଣତ କରିଥିଲେ । ଷ୍ଟାଭେଞ୍ଜରରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବା କାର୍ଲସେନ ଖେଳର ଅଧିକାଂଶ ସମୟ ପାଇଁ ଡି ଗୁକେଶଙ୍କ ବିପକ୍ଷରେ ଅପର ହ୍ୟାଣ୍ଡ ବଜାୟ ରଖିଥିଲେ ଏବଂ ଏକ ଭଲ ସ୍ଥିତିରେ ଥିବା ଭଳି ଦେଖାଯାଉଥିଲେ । କିନ୍ତୁ ଗୁକେଶ ଅନୁଶାସନ ଏବଂ ଧର୍ଯ୍ୟର ସହିତ କାର୍ଲସେନଙ୍କ ପ୍ରତ୍ୟେକ ପଦକ୍ଷେପର ଜବାବ ଦେଇଥିଲେ ଏବଂ ତା’ପରେ ଏକ ସଠିକ୍ ପ୍ରତିଆକ୍ରମଣ ସହିତ ଖେଳର ଗତି ବଦଳାଇଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସମୟ ନିୟନ୍ତ୍ରଣ ଅର୍ଥାତ ଟାଇମ୍ କଣ୍ଟ୍ରୋଲର ନିୟମ ଲାଗୁ ହୋଇଥାଏ, ଯାହାର ଅର୍ଥ ହେଉଛି ଅଧିକ ସମୟ ନ ନେଇ ଶୀଘ୍ର ·ଲ୍ ଚଳାଇବାକୁ ପଡ଼ିବ । ଟୁର୍ଣ୍ଣାମେଣ୍ଟର ଏହି ନିୟମ ଯୋଗୁଁ କାର୍ଲସେନ ଅସ୍ତବ୍ୟସ୍ତ ହେଉଥିଲେ ଏବଂ ଗୁକେଶ ତାଙ୍କର ଏହି ଦୁର୍ବଳତାର ସୁଯୋଗ ନେଇ ଖେଳର ଶେଷ ରାଉଣ୍ଡରେ ତାଙ୍କୁ ପରାସ୍ତ କରିଥିଲେ । ଗୁକେଶ ଏହି ବିଜୟରେ ବହୁତ ଖୁସି ଦେଖାଯାଉଥିଲେ । ପ୍ଳେଇଂ ଏରିନା ଲବିରେ, ସେ ତାଙ୍କର ଦୀର୍ଘକାଳୀନ ପୋଲିଶ୍ ପ୍ରଶିକ୍ଷକ ଗ୍ରେଜୋର୍ଜ ଗାଜେୱସ୍କିଙ୍କୁ ଏକ ହାଇ ପଞ୍ଚ ସହିତ ସ୍ୱାଗତ କରିଥିଲେ । ଏହା ଗୁକେଶଙ୍କ ପାଇଁ ଏକ ପ୍ରତ୍ୟାବର୍ତ୍ତନ ବିଜୟ ଥିଲା, ଯିଏକି ନରୱେ ଚେସର ପ୍ରଥମ ରାଉଣ୍ଡରେ କଳା ଗୋଟିରେ ଖେଳି ମ୍ୟାଗ୍ନସ୍ କାର୍ଲସନ୍ଙ୍କ ଠାରୁ ହାରିଯାଇଥିଲେ । ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟରେ କ୍ଲାସିକ୍ ଫର୍ମାଟରେ ଦୁଇ ବର୍ଷ ମଧ୍ୟରେ ଏହା ଦ୍ୱିତୀୟ ଥର ଘଟୁଛି ଯେ, ଜଣେ ଯୁବ ଭାରତୀୟ ଖେଳାଳି କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । ଗତ ବର୍ଷ, ଆର. ପ୍ରଜ୍ଞାନନ୍ଦା ତାଙ୍କୁ ସମାନ ଟୁର୍ଣ୍ଣାମେଣ୍ଟରେ ପରାସ୍ତ କରିଥିଲେ । ଏହି ବର୍ଷ, ବିଶ୍ୱ ·ମ୍ପିଅନ ଡି. ଗୁକେଶ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । କାର୍ଲସନ ଅଧିକାଂଶ ଖେଳ ପାଇଁ ଅଧିକାଂଶ ସମୟ ନିୟନ୍ତ୍ରଣରେ ଥିବା ପରି ମନେ ହେଉଥିଲା, କିନ୍ତୁ ଷ୍ଟାଭେଞ୍ଜରର ଅପ୍ରତ୍ୟାଶିତ ପାଗ ପରି, ଆଖି ପିଛୁଳାକେ ସବୁକିଛି ବଦଳିଗଲା । ହଙ୍ଗେରିଆନ ବଂଶୋଦ୍ଭବ ମହାନ ଆମେରିକୀୟ ଚେସ୍ ଖେଳାଳି ସୁସାନ ପୋଲଗାର ଗୁକେଶଙ୍କ ହାତରେ କାର୍ଲସେନଙ୍କ ପରାଜୟକୁ ତାଙ୍କ କ୍ୟାରିୟରର ସବୁଠାରୁ ଯନ୍ତ୍ରଣାଦାୟକ ପରାଜୟ ବୋଲି କହିଥିଲେ । ସେ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ‘କାର୍ଲସେନ କ୍ୱଚିତ କ୍ଳାସିକାଲ ଚେସ୍ ଫର୍ମାଟରେ ହାରିଥାନ୍ତି, ଏବଂ ସେ କ୍ୱଚିତ ବଡ଼ ଭୁଲ କରନ୍ତି । ନରୱେରେ ଗୁକେଶଙ୍କ ବିପକ୍ଷରେ ଷଷ୍ଠ ରାଉଣ୍ଡରେ, ସେ କଳା ଗୋଟି ସହିତ ବହୁତ ଭଲ ଖେଳୁଥିଲେ । ଘଣ୍ଟାରେ ଅଧିକ ସମୟ ଥିବାରୁ ସେ ଜିତିବା ସ୍ଥିତିରେ ଥିଲେ । କିନ୍ତୁ ଗୁକେଶ ହାର ମାନି ନଥିଲେ । ସେ ଲଢ଼ି ·ଲିଥିଲେ ଏବଂ କାର୍ଲସେନଙ୍କ ବାଜି ଧିରେ ଧିରେ ଶେଷ ହୋଇଗଲା । ତା’ପରେ ଯେତେବେଳେ ଉଭୟ ସମୟ ·ପରେ ଥିଲେ, କାର୍ଲସେନ ଏକ ବଡ଼ ଭୁଲ କରିଥିଲେ, ହେଉଁଥିପାଇଁ ତାଙ୍କୁ ହାରିବାକୁ ପଡ଼ିଥିଲା । ଏହା ତାଙ୍କ ଚମକ୍ରାର କ୍ୟାରିୟରର ସବୁଠାରୁ ଯନ୍ତ୍ରଣାଦାୟକ ପରାଜୟ ମଧ୍ୟରୁ ଗୋଟିଏ ।’