ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

0 59

ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସ୍ଥାନୀୟ ବାଲିପିଣ୍ଡି ହରିଜନ ସାହିର ଜନୈକ ଯୁବକକୁ ଗିରଫ କରି ପୋକ୍ସୋ କୋର୍ଟକୁ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଯୁବକ ଜଣକ ହେଲେ ହେଲେ ଅଜୟ କୁମାର ବେହେରା(୨୭) ଓରଫ୍ ଅଜୁ ।ଏ ନେଇ କେସ୍ ନଂ ୩୭୦/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଗତ ତିନି ବର୍ଷ ହେଲା ଅଜୟ ବୁଗୁଡା ଅଞ୍ଚଳର ଜନୈକା ନାବାଳିକା ସହିତ ସମ୍ପର୍କ ରଖୁଆସୁଥିଲା। ଏ ବିଷୟ ନାବାଳିକାର ପରିବାର ଲୋକେ ଜାଣିବା ପରେ ତାକୁ ଆକଟ କରି ରଖୁଥିଲେ । ଏଥିରେ ଯୁବକ ଜଣକ ବିବ୍ରତ ହୋଇ ନାବାଳିକାର ଫଟୋ ଭାଇରାଲ୍ କରିବା ନେଇ ତାଙ୍କର ପରିବାରକୁ ଧମକ ଦେଇଥିଲା । ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଗତ ୮ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ପୋଲିସ ଅଜୁକୁ ଗିରଫ ସହ କୋର୍ଟ ଚାଲାଣ କରିଥିବା ନେଇ ତଦନୁକାରୀ ଅଧୂକାରୀ ଏଆଇ ଜ୍ୟୋତିଶ୍ରୀ ସାହୁଙ୍କଠାରୁ ପ୍ରକାଶ ପାଇଛି।

Leave A Reply

Your email address will not be published.