ନୂତନ ଧାନ ମଣ୍ଡି କୁ ବିରୋଧ କରି ତହସିଲଦାର ଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ

Shiuni village residents submit demands to Tehsildar opposing new dhan mandi

0 123

ଧର୍ମଗଡ : ଧର୍ମଗଡ ଉପଖଣ୍ଡ କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଅଧିନ ରେ ଶିଉନି ଗ୍ରାମ ରହିଛି। ଏହି ଗ୍ରାମ ର ଚାଷୀମାନେ ଦୀର୍ଘବର୍ଷ ହେବ ଆମପାଣି ନିୟନ୍ତ୍ରିତ ବଜାର କମିଟିର ମଣ୍ଡି ରେ ଧାନ ବିକ୍ରି କରି ଆସୁଛନ୍ତି। ତେବେ ରାଜସ୍ବ ବିଭାଗ ପକ୍ଷରୁ ଆସନ୍ତା ଖରିଫ ମଣ୍ଡି ଠାରୁ ଶିଉନି ଗ୍ରାମ ର ଚାଷି ଙ୍କୁ ବରାଡ଼ଙ୍ଗା ଗ୍ରାମ ପଞ୍ଚାୟତ ଠାରେ ହେବାକୁ ଥିବା ନୂତନ ମଣ୍ଡି ରେ ଧାନ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରିବା ନେଇ ଖବର ଚାଷି ଙ୍କୁ ହସ୍ତଗତ ହୋଇଛି।ତେବେ ଏହାକୁ ବିରୋଧ କରି ଗୁରୁବାର ବରାଡ଼ଙ୍ଗା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ଙ୍କ ନେତୃତ୍ୱରେ ଶିଉନି ଗ୍ରାମ ର ଚାଷୀମାନେ କୋକସରା ତହସିଲ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି  ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ ଙ୍କୁ ଭେଟି  ନୂତନ ମଣ୍ଡି ରେ ଧାନ ବିକ୍ରି ପାଇଁ ଶିଉନି ଚାଷି ଙ୍କୁ ଧାନ ପରିବହନ ପାଇଁ ଭଲ ରାସ୍ତା ନଥିବା, ଆମପାଣି ଠାରୁ ନୂତନ ମଣ୍ଡି ର ଦୂରତା ଅଧିକ ଥିବା,ନୂତନ ମଣ୍ଡି ରେ ଚାଷି ଙ୍କ ଧାନ ସୁରକ୍ଷିତ ପାଇଁ ଆନୁସଙ୍ଗିକ ଭିତ୍ତିଭୂମି ନଥିବା ନେଇ ଏକ ଲିଖିତ ଦାବିପତ୍ର ଦେବାସହ ପୁର୍ଭଭଳି ଆମପାଣି ମଣ୍ଡି ରେ ଧାନ ବିକ୍ରି କରିବା ପାଇଁ ଦାବି କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ,ମଣ୍ଟୁ ଧଙ୍ଗଡା ମାଝୀ ,ସୁବାଷ ବେହେରା, ଗୋବିନ୍ଦ ମାଝୀ,ହିମାଞ୍ଚଳ ପୁଝାରୀ, କାର୍ତ୍ତିକ ରାଉତ ,ଦେବାନନ୍ଦ ରାଉତ, ମୋହନ ରାଉତ, ଜଗନ୍ନାଥ ପୁଝାରୀ, ନରେନ୍ଦ୍ର ଧଙ୍ଗଡା ମାଝୀ,ସମନ୍ତ ପଣ୍ଡା, ପରମେଶ୍ବର ଧଙ୍ଗଡା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ତହସିଲଦାର ଶ୍ରୀ ନାଗ ଏହା ଉପରେ ତଦନ୍ତ କରି ଚାଷି ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Leave A Reply

Your email address will not be published.