ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଓଡ଼ିଶା

The whole of Odisha wishes Pandian

0 182

ଭୁବନେଶ୍ୱର,୫ା୧୨ : ୫- ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦ୍ୱିତୀୟ ଇନିଂସ ପାଇଁ ଭିକେଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଓଡ଼ିଶା । ପ୍ରତିଦିନ ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପାଇଁ ଜମୁଛି ଭିଡ଼ । ରାଜ୍ୟର ସାମଗ୍ରିକ ବିକାଶରେ ସରକାରଙ୍କ ୫-ଟି ନୀତିର ରହିଛି ଗୁରୁତ୍ୱ । ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି ହେଉ କି ମମତା, ବିଜୁ ସ୍ୱାସ୍ଥ୍ୟ ଭଳି ଯୋଜନା କିମ୍ବା ରାସ୍ତା ସେତୁ ହେଉ କି କ୍ରୀଡ଼ା ଓ ପର୍ଯ୍ୟଟନର ଭିତ୍ତିଭୂମି ସବୁ କାମ ଚାଲିଛି ୫-ଟି ଅଧୀନରେ । ଏବେ ପୁଣି ଯୋଡ଼ି ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା । ରାଜ୍ୟ ବିକାଶ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ଏକ୍‌ କରିଦେଇଛନ୍ତି ୫-ଟି ଅଧ୍ୟକ୍ଷ । ସରକାରୀ ଚାକିରୀରୁ ଅବ୍ୟାହତି ନେଇ ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପରେ ତାଙ୍କ ପ୍ରତି ବଢ଼ୁଛି ଶୁଭେଚ୍ଛା ଓ ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ଗଠନର ସାରଥୀ ସାଜିଛନ୍ତି ୫-ଟି ଅଧ୍ୟକ୍ଷ । ସରକାରୀ ଚାକିରି ଛାଡ଼ି ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇଛନ୍ତି । ନିଷ୍ଠାର ସହ ନିଃସ୍ୱାର୍ଥପର ଭାବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୂରଣ କରିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ସ୍ପଷ୍ଟ କରିଛନ୍ତି । ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ଉପରେ ବିଭିନ୍ନ ସରକାରୀ ସଂଗଠନ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ବିଶ୍ୱାସ ବଢ଼ିଛି । ନୀବନ ନିବାସରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ସଂଗଠନ ସଦସ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ବିଜେଡ଼ିର ଅନେକ ବରିଷ୍ଠ ନେତା, ବିଧାୟକ, ମନ୍ତ୍ରୀ ଓ କର୍ମକର୍ତ୍ତା ମଧ୍ୟ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଉଛନ୍ତି । ଯାତ୍ରା କଳାକାର ସଂଘ, ଖଣ୍ଡଗିରି ସଂକୀର୍ତ୍ତନମଣ୍ଡଳି ଭଳି ଅନେକ ସଂଗଠନ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଦାବି ବିଷୟରେ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ-୨୦୩୬କୁ ନଜରରେ ରଖି ବିକାଶର ଧାରାକୁ ତ୍ୱରାନ୍ୱିତ କରିଚାଲିଛନ୍ତି ୫-ଟି ଅଧ୍ୟକ୍ଷ । ରାଜ୍ୟ ଗଠନର ୧୦୦ବର୍ଷ ପୂର୍ତ୍ତିରେ ବିକଶିତ ଓଡ଼ିଶା ନବୀନ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ସମସ୍ତଙ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.