ପାରାଦୀପ ବନ୍ଦରକୁ ସର୍ବ ଶ୍ରେଷ୍ଠ ବୃହ ବନ୍ଦର ମାଲା ସମ୍ମାନ ହାସଲ

Paradip Port wins Best Large Port Mala award

0 98

ପାରାଦୀପ, : ଚଳିତ ବର୍ଷର ଶ୍ରେଷ୍ଠ ବନ୍ଦର ଭାବେ ପାରାଦୀପ ବନ୍ଦରକୁ ମିଳିଛି ମର୍ଜ୍ୟାଦାଜନକ ସମ୍ମାନରେ ସମ୍ମାନୀତ କରାଯାଇଛି । ମୁମ୍ବାଇ ଠାରେ ଏକଜିମ୍ ଇଣ୍ଡିଆ ପକ୍ଷରୁ ୧୫ତମ ବାର୍ଷିକ ସମାରୋହରେ ପାରାଦୀପ ବନ୍ଦରକୁ ମାଲା ଶ୍ରେଷ୍ଟ ବନ୍ଦର ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ନୌବାଣିଜ୍ୟିକ କ୍ଷେତ୍ରରେ ପାରାଦୀପ ବନ୍ଦର ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଏହି ସମ୍ମାନ ପାରାଦୀପ ବନ୍ଦରର ଦକ୍ଷତା, ପଣ୍ୟ ପରିବହନ କ୍ଷେତ୍ରରେ ଯେଉଁ ଶ୍ରେଷ୍ଟତ୍ୱ ପ୍ରଦର୍ଶନ କରିଛି ଏହା ତାହାର ପ୍ରତିଫଳନ ା ପାରାଦୀପ ବନ୍ଦର ଯାତାୟତ ପ୍ରବନ୍ଧକ ଜି, ଏଡିସନ୍ ପାରାଦୀପ ବନ୍ଦର ପକ୍ଷରୁ ଏହି ସ୍ୱତନ୍ତ୍ର ସମ୍ମାନ ଗ୍ରହଣ କରିଛନ୍ତି । ମାଲା ସମ୍ମାନ ଏକ ମର୍ଜ୍ୟାଦାଜନକ ପୁରସ୍କାର ଦେଶର ବୃହତ୍ତ ଶିଳ୍ପ ସଂସ୍ଥାମାନଙ୍କର ଦକ୍ଷତା ଓ କାର୍ଯ୍ୟଶୈଳୀକୁ ଦେଖି ପୁରସ୍କୃତ କରିଥାଏ । ଏହି ପୁରସ୍କାର ପାରାଦୀପ ବନ୍ଦରକୁ ମିଳିବା ପରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ କଠିନ ପରିଶ୍ରମର ଫଳ ପାରାଦୀପ ବନ୍ଦରକୁ ମିଳିଛି ବୋଲି କହିଛନ୍ତି । ପାରାଦୀପ ବନ୍ଦରକୁ ଏହା ଏକ ପ୍ରେରଣା ବୋଲି କହିଛନ୍ତି, ଆଗାମୀ ଦିନରେ ଆମେ ଏହି ଭଳି କାର୍ଯ୍ୟଧାରାକୁ ବଜାୟ ରଖିବୁ ବୋଲି କହିଛନ୍ତି । ପାରାଦୀପ ବନ୍ଦର ଏହାର କାର୍ଯ୍ୟ ଦକ୍ଷତା, କ୍ଷମତାରେ ବୃଦ୍ଧି କରି ଆଗାମୀ ଦିନମାନଙ୍କରେ ସମଗ୍ର ବିଶ୍ୱର ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିବ ବୋଲି କହିଛନ୍ତି ।

Leave A Reply

Your email address will not be published.