ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ

Five-day training for PGT teachers concludes

0 101

ଭୁବନେଶ୍ୱର, 18/7: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ୍ ଆର୍. ଆୟାର, ଅବସରପ୍ରାପ୍ତ ଶିକ୍ଷା ବିଭାଗର ପ୍ରଫେସର ଡ଼.ବିମଳ ଚରଣ ସ୍ୱାଇଁ, ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ମାଳୀ, ଯୁଗ୍ମ ନିର୍ଦ୍ଦେଶିକା ସ୍ନିଗ୍ଧା ମିଶ୍ର, ଉପ ନିର୍ଦ୍ଦେଶିକା ସିଏଚ୍. ବିଜୟ ଲକ୍ଷ୍ମୀ ଏବଂ ଡ଼. ଜ୍ୟୋତି ପ୍ରକାଶ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୨୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଅନେକ ବିଷୟ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବିଶେଷ କରି ସେମାନଙ୍କ ବ୍ୟକ୍ତିଗତ ବିକାଶ ଦିଗରେ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା । ଶିକ୍ଷକମାନେ ପ୍ରଶିକ୍ଷିତ ହେଲେ ସେମାନେ ଆଗାମୀ ପିଢ଼ିକୁ ସଠିକ୍ ଢଙ୍ଗରେ ଗଢ଼ି ପାରିବେ । ଏହି ଅବସରରେ ନିର୍ଦ୍ଦେଶକ ଶ୍ରୀ ଆୟାର୍ ଯୋଗଦେଇ କହିଛନ୍ତି, ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ହିଁ ସେମାନଙ୍କ ଶିକ୍ଷକତା ଯାତ୍ରାର ଶୁଭାରମ୍ଭ ହୋଇଛି । ଏହିଠାରୁ ବାହାରିବା ପରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନ କରିବେ । ସମାଜରେ ଏକ ପରିବର୍ତ୍ତନ ଆଣିବେ ବୋଲି ମତ ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ଶ୍ରୀ ଆୟାର୍ । ସେହିପରି ପ୍ରଫେସର ଶ୍ରୀ ସ୍ୱାଇଁ ଶ୍ରେଣୀଗୃହରେ ଶିକ୍ଷକମାନେ କିପରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବେ ତଥା ଏନ୍ଇପି – ୨୦୨୦ ଉପରେ କାର୍ଯ୍ୟ କରିବେ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ସ୍ୱାଇଁଙ୍କ ମତରେ ଶିକ୍ଷା ବ୍ୟବସ୍ଥା ଚାରୋଟି ସ୍ତମ୍ଭକୁ ନେଇ ଗଠିତ, ଯଥା- ଜ୍ଞାନ ଆହରଣ ଇଚ୍ଛା, ଜ୍ଞାନକୁ କାର୍ଯ୍ୟରେ ଲଗାଇବା, ଭଲ ମଣିଷ ହେବା ଏବଂ ମିଳିମିଶି ରହିବା । ତେବେ, କାର୍ଯ୍ୟକ୍ରମକୁ ପିଜିଟି ଶିକ୍ଷୟିତ୍ରୀ ଶୁନୁଲତା ଘଡ଼ାଇ ପରିଚାଳନା କରିଥିବା ବେଳେ ପିଜିଟି ଶିକ୍ଷକ ଦିବ୍ୟସିଂହ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହ ପ୍ରଶିକ୍ଷଣକୁ ଆହୁରି କିପରି କ୍ରୀୟାଶିଳ ଏବଂ ଉନ୍ନତ କରାଯାଇପାରିବ ସେ ନେଇ ପ୍ରଶିକ୍ଷାର୍ଥୀମାନେ ମତ ପୋଷଣ କରିଥିଲେ ।

Leave A Reply

Your email address will not be published.