ଆଜି ପୁରୁଷୋତ୍ତମପୁର ରେ ନୂତନ ଏସ ଡି ପି ଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲେ ପୁରୁଷୋତ୍ତମୁର ସେବା ସାମ୍ବାଦିକ ସଂଘ କର୍ମକର୍ତ୍ତା ମାନେ | ପୂର୍ବତନ ଏସ ଡି ପିଓ ଡ଼ଃ ଦୀପକ କୁମାର ମିଶ୍ରଙ୍କ ଅଚାନକ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ଏସ ଡି ପି ଓଭାବେ ଭଞ୍ଜ ନଗର ଠାରେ ଅବସ୍ଥାପିତ ଥିବା ସୁଜିତ କୁମାର ନାୟକ ପୁରୁଷୋତ୍ତମପୁର ଠାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି | ତାଙ୍କୁ ଆଜି ପୁରୁଷୋତ୍ତମପୁର ସେବା ସାମ୍ବାଦିକ ସଂଘ ତରଫରୁ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣେଇଥିଲେ | ଶ୍ରୀଯୁକ୍ତ ଏସ ଡି ପି ଓ ସାମ୍ବାଦିକ ମାନଙ୍କ ପରିଚୟ ପଚାରି ବୁଝିଥିଲେ ଏବଂ ସେମାନଙ୍କର ମଧ୍ୟରେ ଯୁବ ସାମ୍ବାଦିକମାନଙ୍କୁ ଦେଖି ଖୁସି ବ୍ୟକ୍ତ କରିଥିଲେ |ଏସ ଡି ପିଓ ଙ୍କୁ ସାମ୍ବାଦିକ ମାନଙ୍କ କିଛି ପ୍ରଶ୍ନପଚାରି ଥିଲେ | ତାର ଉତ୍ତରରେ ଶ୍ରୀଯୁକ୍ତ ନାୟକ ପ୍ରଥମେ ମହିଳା ମାନଙ୍କୁ ଅଗ୍ରାଧିକାର, ଗାଁ ଓ ଗହଳି ସହିତ କିଛି ପଂଚାୟତରେ ଚୋରି, ରାହାଜାନି,ଡକାୟତ ଓ ହତ୍ୟା ଉପରେ ଆସାମୀ ମାନଙ୍କର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେହି ଗ୍ରାମରେ ବରିଷ୍ଟ ନାଗରିକ, ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଏବଂ ସେ ଗ୍ରାମର ପୂର୍ବତନ ଏବଂ ବର୍ତମାନର ସରପଂଚ ଓ ସମିତି ସଭ୍ୟ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରି ଲୋକ ମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ କହିଥିଲେ | ଏବଂ ପୁରୁଷୋତ୍ତମପୁର ସହରର ସମସ୍ତ ଜନ ସାଧାରଣ ପୋଲିସ କୁ ପ୍ରତେକ କାର୍ଯ୍ୟରେ ସହଯୋଗ କରି ସୂଚନା ପ୍ରଦାନ କଲେ ବହୁତ ଗୁଡିଏ ଅଘଟଣ କୁ ଏଡେଇ ଦେଇପାରିଵା ବୋଲି ମତ ଦେଇଥିଲେ | ଏହାସହ ଦକ୍ଷିଣ ଓଡ଼ିଶାର ପ୍ରତିଷ୍ଠିତ ଦେବୀ ମା ତାରାତାରିଣୀଙ୍କର ବାରମାସ ରେ ତେର ଯାତ୍ରା ସହିତ ଚୈତ୍ର ମାସର ମଙ୍ଗଳ ବାର ଯାତ୍ରା କୁ କିପରି ସୁରୁଖୁରୁରେ ମାଙ୍କ ଆଶୀର୍ବାଦରେ ସମାପନ କରିପାରିବେ ତାହା ଉପରେ ମଧ୍ୟ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ର ଅସୁବିଧାରେ ଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରାଥମିକତା ଓ ଉତ୍ତମ ସେବା ଯୋଗେଇଦେବା ପାଇଁ କହି ଥିଲେ |ପରିଶେଷରେ ମା ତାରାତାରିଣୀ ଓମାସିଂହାସିନୀ ଙ୍କ ସେବା କରିବାକୁ ସୁଯୋଗ ମିଳିଥିବାରୁ ତାଙ୍କ ପାଖରେ ଚିର କୃତଜ୍ଞ ବୋଲି କହିଥିଲେ