ପୁରୁଷୋତ୍ତମପୁର ବ୍ଳକ ବାଲିଆ ଗ୍ରାମରେ ଥିବା ମାତାରିଣୀ ରାଇସ ମିଲ ର ଦୁଇଟି ଗୋଦାମ କୁ ସିଲ କଲା ଯୋଗାଣ ବିଭାଗ ଅଧିକାରୀ

0 93
ଗଞ୍ଜାମ ଜିଲ୍ଲା ମୁଖ୍ୟ ଜିଲ୍ଲା ଯୋଗଣ ଅଧୂକାରିଙ୍କ ଡିଜିଟାଲ ଦସ୍ତଖତକୁ ଜାଲିଆତି କରି ଡିପୋକୁ ଚାଉଳ ଚାଲାଣ କରୁଥିବା ଘଟଣାର ଫର୍ଦ୍ଦା ଫାସ ହୋଇଛି | ଘଟଣାଟି ଘଟିଛି ପୁରୁଷୋତ୍ତମପୂର ବ୍ଳକଅନ୍ତର୍ଗତ ଵାଲିଆ ଗ୍ରାମର ମା’ ତାରିଣୀ ରାଇସ୍ ମିଲରେ |  ଚାଉଳ ପୈଠ କରିବାକୁ ଡେଲିଭରି ସାର୍ଟିଫିକେଟ୍ ପ୍ରଦାନ ଏବେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଥରେ ନୁହଁ ବାରମ୍ବାର ଭକ୍ତ ଭାଇସ୍ ମିଲ୍‌କୁ ହିଁ ଏହିପରି ଡେଲିଭରି ସାର୍ଟିଫିକେଟ୍ ମିଳୁଥୁବା ଘଟଣା ଗଞ୍ଜାମ ଜିଲ୍ଲାଠୁ ନେଇ ରାଜ୍ୟ ପର୍ଯ୍ୟନ୍ତ ଚହଳ ପକାଇଛି। ଜଣେ  ନୁହେଁ ଦୁଇ ଦୁଇ  ଅଧିକାରୀକଙ୍କ ଡିଜିଟାଲ ଦସ୍ତଖତକୁ ତଞ୍ଚକତା କରି  ବ୍ଲକଠାରୁ ଜିଲ୍ଲା ଅଫିସ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରି ଆସୁଛନ୍ତି  ତାରିଣୀ ରାଇସ ମିଲ ମାଲିକ । ପୂର୍ବରୁ ମଧ୍ୟ ଏଭଳି ଜାଲିଆତିକୁ ଯୋଗାଣ ବିଭାଗ ଆଖି ବୁଜି ଚୁପ ରହି ଯାଇଥିବା ବେଳେ  ଅବସ୍ଥା  ସାଙ୍ଘାତିକ ହେବାରୁ ଯୋଗାଣ ବିଭାଗ ର ନିଦ ହଜିଯାଇଥିଲା | ଘଟଣାକୁ ନେଇ ଏବେ  ରାଜ୍ୟସ୍ତରରୁ ତଦନ୍ତ ଆରମ୍ଭ ହୋଇଛି  । ଓ ଯୋଗାଣ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ  ହୋଇଛନ୍ତି  |ତେବେ ରାଇସ ମିଲର ମାଲିକ ବର୍ତ୍ତମାନ ଫେରାର ହୋଇ ଯାଇଥିଲା ବେଳେ ମାଲିକଙ୍କୁ କେବେ ଗିରଫ ହେବ ଓ ଭିଜିଲାନ୍ସ ଚଢ଼ାଉ ହେବ ତାହାହିଁ ସମସ୍ତଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି | ପୁରୁ ଷୋତ୍ତମପୁର ବ୍ଲକ ବାଲିଆ ଗ୍ରାମର ମା’ ତାରିଣୀ ରାଇସ୍ ମିଲ୍‌କୁ ଯୋଗାଣ ବିଭାଗ ଠାରୁ ହଜାର, ହଜାର ଟନ ଧାନ ନେଇ ଲକ୍ଷା ଧିକଟନ ର ଚାଉଳ ପୈଠ କରିବାକୁ ନିର୍ଦ୍ଧେଶ  ରହିଥିଲେ ମଧ୍ୟ ନିର୍ଦ୍ଦେଶରଅବମାନନା କରି ଆସିଛି ମା ତାରିଣୀ ରାଇସ ମିଲ  | ମାଲିକ କୁଆଡେ ଯୋଗାଣ ବିଭାଗ କୁ ହାତ ବାରିସୀ କରି  ଚାଉଳ ଦେବା କଥାକୁ ସମୁର୍ଣ୍ଣ ଏଡାଇ ଯାଉଛନ୍ତି | ଏହି ଘଟଣା ଜିଲ୍ଲା ଯୋଗାଣ ବିଭାଗ ଜାଣି ମଧ୍ୟ ନଦେଖି ରହିବା ଓ ଯୋଗାଣ ଅଧିକାରୀ ଭିଜିଲାନ୍ସ ଟ୍ରାପ ରେ ପଡିବା ଏହି ଘଟଣା ଟିକୁ ଆହୁରି ପ୍ରଶ୍ନ ବାଚୀ ସୃଷ୍ଟି କରିଛି |  ତେବେ ଯୋଗାଣ ବିଭାଗର କିଛି କର୍ମଚାରୀଙ୍କ କହିବା କଥା କି ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ଡିଜିଟାଲ ଦସ୍ତଖତ କୁ ଜାଲିକରି ମାଲିକ ଡେଲିଭେରି ସାର୍ଟିଫିକେଟ ଡିପୋକୁ ପ୍ରଦାନ କରିଥାନ୍ତି | ଏହି ଘଟଣା ଯେତେବେଳେ ଧରା ପଡିଲା ଓ ମାଲିକ କୁ ଗିରଫ କରିବା ପାଇଁ ନିଷ୍ପତି ନିଆଗଲା ସେତେବେଳେ ମାଲିକ କୁଆଡେ ଫେରାର ହୋଇ ଗଲେ  ଅନ୍ୟପକ୍ଷରେ ଗତ ୧୦ ତାରିଖରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଯୋଗାଣ ଅଧୁକାରୀ ଭାବେ ଦାୟିତ୍ଵ ନେଇଥିବା ପ୍ରଦ୍ୟୁମ୍ନ କୁମାର ରାଉତରାୟ କହିଛନ୍ତି ଯେ, ଏହି ଘଟଣା ରାଜ୍ୟ ଯୋଗାଣ ବିଭାଗର ବୈଷୟିକ ପ୍ରତିନିଧ ଦଳ ତଦନ୍ତ କରୁଛନ୍ତି | ତେବେ ରାଜ୍ୟ ଯୋଗାଣ ବିଭାଗ ତରଫରୁ ଏକ ମିଳିତ ଟିମ ଗଠନ କରାଯାଇ  ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଓ ଅନ୍ୟ ଅଧିକାରୀ ମାନଙ୍କୁ ନେଇ ତଥା  ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଙ୍କ ନେତୃତ୍ୱ ରେ ଦୁଇଦିନ ହେଲା  ତାରିଣୀ ରାଇସ ମିଲକୁ ଯାଇ ତନାଘନା କରି  ବାଲିଆ ଗ୍ରାମରେ ଥିବା ଗୋଟିଏ ଗୋଦାମ ଓ କେ ଏନ ପୁର  ମିଲ ପାଖରେ ଥିବା ଗୋଟିଏ ଗୋଦାମ ମୋଟ ଦୁଇଟି ଗୋଦାମକୁ ସିଲ କରିଛନ୍ତି |  ଲୋକଙ୍କ କହିବା କଥା ଯେତାରିଣୀ ମିଲ ର ମାଲିକ ଙ୍କ ସହିତ ଜିଲ୍ଲା ଯୋଗାଣ ବିଭାଗ ର ଯେଉଁ କେତେଜଣ କର୍ମଚାରୀ  କିମ୍ବା ଅଧିକାରୀ ଜଡିତ ଅଛନ୍ତି ସେମାନଙ୍କ ଉପରେ ମଧ୍ୟ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ | ତେବେ ଏହି ତଦନ୍ତ ଦାଇତ୍ୱରେ ଥିବା ଅଧିକାରୀମାନେ ହେଲେ, ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ଛତ୍ରପୁର ଅତିରିକ୍ତ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ବାଗ, ବ୍ରହ୍ମପୁରମୁନିସିପାଲିଟି ର ଅତିରିକ୍ତ ଯୋଗାଣ ଅଧିକାରୀ ଲକ୍ଷ୍ମଣ ରାଓ,  ଦିଗ ପହଣ୍ଡି ବ୍ଳକ ଯୋଗାଣ ଅଧିକାରୀ ଓ ପୁରୁଷୋତ୍ତମପୁର ବ୍ଳକ ଦାଇତ୍ୱ ରେ ଥିବା ଯୋଗାଣ ଅଧିକାରୀ ମାନେ ସହଯୋଗ କରିଥିଲେ
Leave A Reply

Your email address will not be published.