ପୁରୁଷୋତ୍ତମପୁର ବ୍ଳକ ଭଏସ୍ ଅଫ୍ ମିଡିଆ ତରଫରୁ ସାମ୍ବାଦିକ ମାନଙ୍କ ଉନ୍ନତି ସକାଶେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ,

0 205

ପୁରୁଷୋତ୍ତମପୁର ବ୍ଳକ  ଭଏସ ଅଫ ମିଡ଼ିଆ ସେବା ସାମ୍ବାଦିକ ସଙ୍ଘ ତରଫରୁ ସାତ ଦଫା ଦାବି ସମ୍ବଳିତ ଏକ ଦାବିପତ୍ରମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସଂଘର ସଭାପତି ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରସନ୍ନ କୁମାର ଦାଶ ଙ୍କ ନେତୃତ୍ୱ ରେ ତହସିଲଦାର ବିନୋଦ କୁମାର ବେହେରା ଙ୍କୁ ପ୍ରଦାନ କରା ଯାଇଛି | ଏବଂ ତହସିଲଦାର  ଦାବିପତ୍ର  ଉପରେ ବ୍ଳକ ର କାର୍ଯ୍ୟ ରତ ସାମ୍ବାଦିକ ଙ୍କ ସମସ୍ୟା ବିଷୟ ରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ। ପ୍ରଦତ୍ତ ଦାବୀ ଗୁଡିକ ହେଲା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସୁରକ୍ଷା ଆଇନ ଅତିଶୀଘ୍ର ଲାଗୁକରିବା, ବରିଷ୍ଠ ଓ ବୟସ୍କ ସାମ୍ବାଦିକ ମାନଙ୍କୁ ପେନସନ ବ୍ୟବସ୍ଥା ର ପ୍ରଚଳନ, ରାଜ୍ୟରେ ସରକାର ଅଧିସ୍ୱୀକୃତି କମିଟି ଗଠନ କରି ଜିଲ୍ଲା ଠାରୁ ବ୍ଲକ ସ୍ତରୀୟ ସାମ୍ବାଦିକ ମାନଙ୍କୁ ଅଧିସ୍ୱୀକୃତି ପ୍ରଦାନ, ସାମ୍ବାଦିକ ଙ୍କୁ ସରକାର ଙ୍କ ଦ୍ଵାରା ପ୍ରଦତ୍ତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରେ ବାପା, ମା ଓ ୨୫ ବର୍ଷରୁ ଉର୍ଦ୍ଧ ବାପାଙ୍କ ଉପରେ ନିର୍ଭର ଶିଳ ପୁଅ,ଝିଅ ଙ୍କୁ ବୀମାରେ ସାମିଲ କରିବା, ମିଡ଼ିଆ ଏକାଡେମୀ ଗଠନ କରିବା ଆଦି ମୁଖ୍ୟ ଦାବୀ ଥିଲା | ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସାମ୍ବାଦିକ ମାନେ ହେଲେ  ବ୍ଲକ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ଗୌଡ଼, କୋଷଧକ୍ଷ  ଅମିତ କୁମାର ମହାପାତ୍ର,ଉପସଭାପତି କେ ତ୍ରିଲୋଚନ ପାତ୍ର,ଙ୍କ ସହ  ମାଧବା ନନ୍ଦ ଦାଶ,  ତ୍ରିଲୋଚନ ଦାଶ, ଶାନ୍ତନୁ ପଣ୍ଡା, ଶୁଭଙ୍କରୀ ଦାଶ, ଶୁଭଙ୍କର ଦାଶ, ଅରବିନ୍ଦ ଗୌଡ଼, ଉମାକାନ୍ତ ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.