ନୂଆଦିଲ୍ଲୀ: ପ୍ରତ୍ୟାହୃତ ହେଲା ନ୍ୟୁଜିଲାଣ୍ଡର ଧୂମ୍ରପାନ ନିଷେଧ ନିୟମ । ନ୍ୟୁଜିଲାଣ୍ଡର ନୂତନ ସରକାର ଦେଶରେ ଥିବା ଧୂମ୍ରପାନ ନିୟମକୁ ପ୍ରତ୍ୟାହୃତ କରିବାକୁ ଯୋଜନା କରୁଛନ୍ତି । ସରକାରଙ୍କ କହିବା ଅନୁଯାୟୀ, ଟ୍ୟାକ୍ସ କଟ୍ ଯୋଗୁଁ ହେଉଥିବା ରାଜସ୍ୱ ଅଭାବକୁ ପୂରଣ କରିବା ପାଇଁ ଏହି ଅ ।ଇନ ପ୍ରତ୍ୟାହୃତ କରାଯିବ । ଦେଶର ଅର୍ଥମନ୍ତ୍ରୀ ନିକୋଲା ୱିଲିସ୍ କହିଛନ୍ତି ସରକାର ଏହି ଆଇନଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିନେବେ । ଏହି ଆଇନ ପୂର୍ବ ଜାସିନ୍ଦା ଆର୍ଡନ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିଲା । ଏହି ଆଇନ ଅନୁଯାୟୀ, ଦେଶରେ ସିଗାରେଟ୍ ବିକ୍ରି ଉପରେ ବ୍ୟାନ ଲଗାଯାଇଥିଲା । ଏହି ଆଇନରେ ରହିଛି ଯେ, ୨୦୦୮ ପରେ ଜନ୍ମ ହୋଇଥିବା କୌଣସି ବ୍ୟକ୍ତିକୁ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରାଯିବ ନାହିଁ । ଏହାର ଉଦ୍ଦେଶ୍ୟ ଥିଲା ଯୁବ ବର୍ଗଙ୍କୁ ଧୂମ୍ରପାନର ଖରାପ ଅଭ୍ୟାସର ଦୂରେଇ ରଖିବା ଥିଲା । ତେବେ ଏହି ଆଇନ ପ୍ରତ୍ୟାହାର ଏଭଳି ସମୟରେ ଆସିଛି ଯେତେବେଳେ, ନ୍ୟୁଜିଲାଣ୍ଡର କିଛି ଆଇନପ୍ରଣେତା ନୂତନ ପ୍ରଧାନମନ୍ତ୍ରୀ କ୍ରିସ ଲକ୍ସନଙ୍କ ସମେତ ଚୁକ୍ତି ରଖିଥିଲେ ଯେ, ବ୍ୟାନ୍ ଫଳରେ ତମାଖୁର କଳାବଜାରୀ ବଢ଼ିବ । ସେପେଟେ ହଠାତ୍ ଏଭଳି ଭାବରେ ଆଇନ ପ୍ରତ୍ୟାହୃତ କରିବା ଯୋଜନା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ତୀବ୍ର ସମାଲୋଚନାର ଶିକାର ହୋଇଛି । ସୂଚନାଥାଉକି, ଏହି ଆଇନକୁ ବିଶ୍ୱସ୍ତରରେ ଖୁବ୍ ପ୍ରଶଂସା କରାଯାଇ ଥିଲା । କାରଣ ଏଥିରେ ତମାଖୁ ଖୁଚୁରା ବିକ୍ରେତାଙ୍କ ସଂଖ୍ୟାକୁ ସୀମିତ କରିବା ଏବଂ ସିଗାରେଟରେ ନିକୋଟିନ ସ୍ତରକୁ କମ୍ କରିବା ସାମିଲ୍ ରହିଥିଲା । ଏମିତିକି ନ୍ୟୁଜିଲାଣ୍ଡ୍ର ଏହି ଆଇନ ବ୍ରିଟେନର ଋିଷି ସୁନକ ସରକାରଙ୍କୁ ମଧ୍ୟ ଅନୁପ୍ରାଣିତ କରିଥିଲା ଏବଂ ଯୁବ ସମାଜ ପାଇଁ ଧୂମ୍ରପାନ ଉପରେ ବ୍ୟାନ୍ ଲଗାଯାଇଛି ।