ଇଣ୍ଡିଆ ମେଣ୍ଟ ପରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାବଦରେ ଆଗାମୀ ୩ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆରଜେଡି ସାଂସଦ ମନୋଜ ଝା । ବୈଠକରେ ଯାହା ନିଷ୍ପତ୍ତି ନିଆଯାଇଛି ତାହା ସର୍ବ ସହମତିରେ ନିଆଯାଇଥିବା କହିଛନ୍ତି ସାଂସଦ ଜୟନ୍ତ ଚୌଧୁରୀ । ସେହିପରି ଇଭିଏମ ଓ ସଂସଦରୁ ବିରୋଧୀ ସାଂସଦଙ୍କ ନିଲମ୍ବନ ଘଟଣା ଉପରେ ଚର୍ଚ୍ଚା କରାଯାଇଥିବା ସୂଚନା ଦିଆଯାଇଛି । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ବିହାର ରାଜଧାନୀ ପଟନାରେ ପୋଷ୍ଟର ଲଗାଇଲେ ନୀତୀଶ କୁମାରଙ୍କ ସମର୍ଥକ । ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପୋଷ୍ଟର ଲଗାଇ ଦାବି କରିଛନ୍ତି ସମର୍ଥକ । ପଟନାରେ ସ୍ଥାନେ ସ୍ଥାନେ ଏଭଳି ବିଶାଳ ପୋଷ୍ଟର ଓ ହୋଡିଂ ଦେଖିବାକୁ ମିଳିଛି । ପୋଷ୍ଟରରେ ଲେଖା ହୋଇଛି ଯଦି ବିଜୟ ଚାହୁଁଛି ତେବେ ଏକ ନିଶ୍ଚୟ ଦରକାର ଏକ ନୀତୀଶ ଦରକାର । ଜେଡିୟୁ କହିଛି ମେଂଟରେ ସବୁଠୁ ସ୍ୱଚ୍ଛ ଭାବମୂର୍ତ୍ତିର ନେତା ହେଉଛନ୍ତି ନୀତୀଶ । ତେଣୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ନୀତୀଶ ସବୁଠୁ ଭଲ ଚେହେରା ।