ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ରେଳ କର୍ମଚାରୀ ସମ୍ମାନିତ

Four railway employees honored for commendable work

0 139

ଭୁବନେଶ୍ୱର, 28/7: ଉତ୍ସର୍ଗୀକୃତ ଏବଂ ସତର୍କତାକୁ ସ୍ୱୀକୃତି ଦେଇ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଟ୍ରେନ ପରିଚାଳନାର ନିରାପତ୍ତା ଏବଂ ଦକ୍ଷତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ସତର୍କତା ପାଇଁ ଚାରି ଜଣ ରେଳ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି । ଡବପାଲରେ କାର୍ଯ୍ୟରତ ଟ୍ରାକ ମେଣ୍ଟେନର-୪ ବୀରେନ୍ଦ୍ର ପ୍ରସାଦ ଗୋରାଇଂ, କୁମ୍ଭାର ସୋଡ଼ରା ଠାରେ କାର୍ଯ୍ୟରତ ଟ୍ରାକ ମେଣ୍ଟେନର-୪ ରୋହିତ କୁମାର, ଜଖପୁରାରେ ଟ୍ରାଫିକ ପଏଣ୍ଟସମ୍ୟାନ ଅଭିମନ୍ୟୁ ଦଳେଇ ଏବଂ ଜରପଡ଼ା ଠାରେ କାର୍ଯ୍ୟରତ ଟ୍ରାକ ମେଣ୍ଟେନର-୧ ଗୌତମ ମାଝୀ ସେମାନଙ୍କର ନିୟମିତ କର୍ତ୍ତବ୍ୟ ସମ୍ପାଦନ ସମୟରେ ଅସାଧାରଣ ସତର୍କତା ପ୍ରଦର୍ଶନ କରିଛନ୍ତି ଏବଂ ଉପସ୍ଥିତି ବୁଦ୍ଧିର ପ୍ରଦର୍ଶନ କରି ଦ୍ରୁତ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି ଯାହା ଟ୍ରେନଗୁଡ଼ିକର ନିରାପଦ ଏବଂ ସୁଗମ ପରିଚାଳନା ସୁନିଶ୍ଚିତ କରିବାରେ ସହାୟକ ହେଇଛି । ଉକ୍ତ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କର୍ମଚାରୀମାନଙ୍କର ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ । ବିଶେଷକରି ରେଳ କର୍ମଚାରୀମାନେ ପ୍ରାୟତଃ କଷ୍ଟକର ପରିସ୍ଥିତିରେ କାମ କରନ୍ତି ରେଳ ସେବାର ନିରାପତ୍ତା ଏବଂ ବିଶ୍ୱସନୀୟତା ବଜାୟ ରଖିବାରେ ଟ୍ରାକ୍, ସିଗନାଲ ଏବଂ ଓଏଚ୍ଇ ମେଣ୍ଟେନର୍ସ, ଲୋକୋ ପାଇଲଟ୍, ଟେକ୍ନିସିଆନ୍ ଏବଂ ଷ୍ଟେସନ ଅପରେଟରମାନଙ୍କ ସହ ସମସ୍ତ ଆଗଧାଡ଼ିର କର୍ମଚାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପୂର୍ବତଟ ରେଳପଥ ସୁରକ୍ଷା ଏବଂ କାର୍ଯ୍ୟ ଦକ୍ଷତାର ଉକ୍ରର୍ଷତା ଏବଂ ଜନସାଧାରଣଙ୍କ ସେବାରେ ରେଳ କର୍ମଚାରୀଙ୍କ ଉତ୍ସାର୍ଗିକୃତ ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ।

Leave A Reply

Your email address will not be published.