ଫୋକସ୍‌ରେ ବିକାଶ ଓ ଲୋକାଭିମୁଖୀ ଯୋଜନା

Development and people-oriented planning in focus

0 195

ଭୁବନେଶ୍ୱର,୯ା୧୨(ଡିକେ ନ୍ୟୁଜ): ବିଜେଡିର ବଡ଼ ଷ୍ଟ୍ରାଟେଜି । ୧୫ରେ ବସିବ କାର୍ଯ୍ୟକାରିଣୀ । ପ୍ରତିଷ୍ଠା ଦିବସ ପାଇଁ ସ୍ଥିର ହେବ କାର୍ଯ୍ୟକ୍ରମ । ଫୋକସରେ ବିକାଶ ଓ ଲୋକାଭିମୁଖୀ ଯୋଜନା । ୧୯୯୭ ଡିସେମ୍ବର ୨୬ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଜନ୍ମ ନେଇଥିଲା ବିଜୁ ଜନତା ଦଳ । ୨୦୦୦ ମସିହାରୁ ଏଯାଏ ଅପ୍ରତିଦ୍ୱନ୍ଦ୍ୱୀ ଆଞ୍ଚଳିକ ଦଳ ଭାବେ ରାଜ୍ୟରେ ଶାସନ ଭାର ଗ୍ରହଣ କରିଆସିଛି । ଲୋକାଭିମୁଖୀ ଯୋଜନା ଓ ସୁଶାସନ ପାଇଁ ପୂରା ଦେଶରେ ଶକ୍ତିଶାଳୀ ଓ ଲୋକପ୍ରିୟ ଆଞ୍ଚଳିକ ଦଳ ଭାବେ ବିଜେଡି ବେଶ୍‌ ପରିଚିତ । ରାଜନେତିକ ଦଳରୁ ବିଜେଡି ଏବେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରତିଷ୍ଠା ଦିବସ ପୂର୍ବରୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୫ ତାରିଖରେ ବସିବାକୁ ଯାଉଛି ଦଳର କାର୍ଯ୍ୟକାରିଣୀ । ଏଥିରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଇଁ ଖସଡ଼ା ପ୍ରସ୍ତୁତ ସହ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବ ଦଳ । ବୈଠକରେ ଦଳର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ମଧ୍ୟ ଆଲୋଚନା ହେବ । ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଘରେଘରେ ପହଞ୍ଚାବାରେ ବିଜେଡି ସଫଳ ହୋଇଛି । ପ୍ରତିଷ୍ଠା ଦିବସ ପୂର୍ବରୁ ପଦଯାତ୍ରା ଓ ପ୍ରଶିକ୍ଷଣ ଶିବିର ସହ ତୃଣମୂଳ ସ୍ତରରେ ବିଭିନ୍ନ ଜନସେବା କାର୍ଯ୍ୟକ୍ରମ ଜାରି ରହିଛି ଦଳ । ବିଭିନ୍ନ ଜିଲ୍ଲାରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ସଫଳ ହେଉଛି । ନିର୍ବାଚନ ପ୍ରସ୍ତୁତି ନୁହେଁ, ବରଂ ଓଡ଼ିଶାବାସୀଙ୍କ ସେବା କରିବାକୁ ବିଜେଡି ନେତା ଓ କର୍ମୀମାନେ ସବୁବେଳେ ପ୍ରସ୍ତୁତ ବୋଲି ଦଳର ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି । ଆଗାମୀ ୨୬ ତାରିଖରେ ପ୍ରତିଷ୍ଠା ଦିବସ ସହ ୨୪ ପାଇଁ ବିଜେଡି ଆରମ୍ଭ କରିଛି ସମରସଜ୍ଜା । ଲୋକପ୍ରିୟ ଓ ଶକ୍ତିଶାଳୀ ଆଞ୍ଚଳିକ ଦଳର ଖ୍ୟାତି ଅର୍ଜନ କରିଥିବା ବିଜେଡିର ଦାୟିତ୍ୱ ଦିନକୁ ଦିନ ବଢୁଥିବାରୁ କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ନବୀନ ଗୁରୁମନ୍ତ୍ର ଦେବେ ।

Leave A Reply

Your email address will not be published.