ଫ୍ରେଞ୍ଚ ଓପନ: ଫାଇନାଲରେ ବିଶ୍ୱର ୧ନଂ ସିନରଙ୍କୁ ହରାଇ ଅଲକାରାଜ ଚାମ୍ପିଅନ୍

French Open: Alcaraz becomes champion after losing to world No. 1 seed in final

0 85

ପ୍ୟାରିସ, ୯ା୮ : ବିଶ୍ୱର ଏକ ନମ୍ବର ଖେଳାଳି ଜାନିକ ସିନରଙ୍କୁ ୪-୬, ୬-୭ (୪-୭), ୬-୪, ୭-୬ (୭-୪), ୭-୬ (୧୦-୨) ସେଟରେ ପରାଜିତ କରି ଦୁଇ ନମ୍ବର ଖେଳାଳି କାର୍ଲୋସ ଅଲକାରାଜ ଫ୍ରେଞ୍ଚ ଓପନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସିନର ଏବଂ ଅଲକାରାଜ ଦୁଇ ଯୁବ ଖେଳାଳି । ଜଣେ ବିଶ୍ୱର ୧ ନମ୍ବର, ଆଉ ଜଣେ ୨ ନମ୍ବର । ଭରପୂର ଉତ୍ସାହ, ଅଦମ୍ୟ ସାହସ ଏବଂ ଶରୀରରେ ଅପାର ଶକ୍ତି । ରୋଲାଣ୍ଡ-ଗାରୋସରେ ·ଲିଥିଲା ସିଙ୍ଗଲ୍ସ ଫାଇନାଲ ଲଢେଇ । କିଏ କାହାଠୁ ଊଣା ନଥିଲେ, କେହି ବି ହାର ମାନିବାକୁ ପ୍ରସ୍ତୁତ ନଥିଲେ । ଦର୍ଶକ ବି ଉତ୍ସାହିତ ଥିଲେ । ଦୀର୍ଘ ୫ ଘଣ୍ଟା ୨୯ ମିନିଟ ଧରି ·ଲିଥିଲା ଲଢେଇ, କ୍ଳାନ୍ତ ଜଣା ପଡ଼ୁନଥିଲେ ଦୁହେଁ । ପ୍ରତ୍ୟେକ ସେଟ୍ ପରେ ଦୁଇ ଖେଳାଳି ଏକ ନୂଆ ଫୂର୍ତ୍ତି ନେଇ ଖେଳ ଜାରି ରଖିଥିଲେ । ବୟସ ଅଧିକ ନୁହଁ, କିନ୍ତୁ ଦୁହିଁଙ୍କ ଖେଳରେ ଭରି ରହିଥିଲା ସ୍ୱସୃଜନର କଳାତ୍ମକ ଦିଗ । ଯାହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଥିଲା । କିନ୍ତୁ ଦ୍ୱିତୀୟ ସେଟ୍ ପରେ ଅଲକାରାଜ ଯେଉଁ ଭଳି ପ୍ରତ୍ୟାବର୍ତ୍ତନ କଲେ ତାହା ଥିଲା ଅବିଶ୍ୱସନୀୟ, ଅଦ୍ଭୁତ ଓ ଅକଳ୍ପନୀୟ । ୨୩ ବର୍ଷୀୟ ଇଟାଲୀ ତାରକା ସିନର ପ୍ରଥମ ସେଟକୁ ୬-୪ରେ ଜିତିବା ପରେ ଦ୍ୱିତୀୟ ସେଟ୍ ହୋଇଥିଲା ତୀବ୍ର ସଂଘର୍ଷପୂର୍ଣ୍ଣ । ଶେଷରେ ଟାଇବ୍ରେକରରେ ସିନର ୭ (୭)-୬ (୪) ଏହି ସେଟକୁ ଜିତି ଅଗ୍ରଣୀ ଲାଭ କରିଥିଲେ । କିନ୍ତୁ ତୃତୀୟ ସେଟରେ ଅଲକାରାଜ ପ୍ରତ୍ୟାବର୍ତ୍ତନ କରି ୬-୪ରେ ଜିତିଲେ । ଚତୁର୍ଥ ସେଟରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହୋଇଯିବ ବୋଲି ମନେ ହେଉଥିଲା । ମାତ୍ର ଦୁଇ ଖେଳାଳି ଜବରଦସ୍ତ ଲେଇ କଲେ । ଏହି ସେଟରେ ବି ଶେଷରେ ଟାଇବ୍ରେକରରେ ନିର୍ଣ୍ଣୟ ହେଲା । ଅଲକାରାଜ ୭(୭)-୬(୩)ରେ ଜିତିବା ପରେ ଖେଳ ପଞ୍ଚମ ସେଟକୁ ଯାଇଥିଲା । ଅନ୍ତିମ ସେଟ୍ ଅଧିକ ରୋମାଞ୍ଚକର ଥିଲା । କେତେବେଳେ ଅଲକାରାଜ ତ ପୁଣି କେତେବେଳେ ସିନର ଆଗଉ ଥିଲେ । ପୁଣି ଏ ସେଟ୍ ଟାଇବ୍ରେକରକୁ ଯାଇଥିଲା । ଟାଇବ୍ରେକର ମଧ୍ୟ ରୋମାଞ୍ଚକର ହୋଇଥିଲା । ସିନରଙ୍କୁ ବିଶେଷ ସୁଯୋଗ ନଦେଇ ଅଲକାରାଜ ୬-୬ (୧୦-୨)ରେ ବିଜୟୀ ହୋଇ କ୍ୟାରିୟରରେ କ୍ରମାନ୍ୱୟରେ ଦ୍ୱିତୀୟ ଫ୍ରେଞ୍ଚ ଓପନ ଟାଇଟଲ ଏବଂ ପଞ୍ଚମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ଗୌରବ ଲାଭ କରିଥିଲେ । ଶେଷ ୩ ସେଟକୁ ଅଲକାରାଜ କବ୍ଜା କରି ମ୍ୟାଚ୍ ଜିତିଥିଲେ ବି ଶେଷ ଦୁଇ ସେଟ୍ ତୀବ୍ର ପ୍ରତିଦ୍ୱ­ନ୍ଦ୍ୱିତାପୂର୍ଣ୍ଣ ଥିଲା । ଫ୍ରେଞ୍ଚ ଓପନ ଇତିହାସରେ ଏକ ଶ୍ରେଷ୍ଠ ମ୍ୟାଚ ଦେଖିବାକୁ ମିଳିଥିଲା ଅଲକାରାଜ ପୂର୍ବରୁ ୨୦୨୪ରେ ଫ୍ରେଞ୍ଚ ଓପନ ଓ ୱିମ୍ବଲଡନ, ୨୦୨୩ରେ ୱିମ୍ବଲଡନ ଓ ୨୦୨୨ରେ ୟୁଏସ୍ ଓପନ ଜିତିଥିଲେ । ରୋଲାଣ୍ଡ-ଗାରୋସରେ ଆଜିର ଫାଇନାଲ ଥିଲା ସବୁଠୁ ଦୀର୍ଘତମ, ଯାହା ୫ ଘଣ୍ଟା ୨୯ ମିନିଟ୍ ·ଲିଥିଲା । ସିନର ଗତ ବର୍ଷ ୟୁଏସ୍ ଓପନ, ଅଷ୍ଟ୍ରେଲିଆ ଓପନ ଜିତିଥିଲେ । ଚଳିତ ବର୍ଷ ମଧ୍ୟ ଅଷ୍ଟ୍ରେଲିଆ ଓପନ ଟାଇଟଲ ସହ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ଫ୍ରେଞ୍ଚ ଓପନରେ ତାଙ୍କ ଯାତ୍ରାରେ ବ୍ରେକ ଲଗାଇଛନ୍ତି ଅଲକାରାଜ ।

Leave A Reply

Your email address will not be published.