ଲାଞ୍ଜିଗଡ଼,: ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତ ଲିଟିବୁଣ୍ଡେଲ ଗ୍ରାମ ନିକଟରେ ରବିବାର ବଜ୍ରପାତରେ ଗାଇ ବଳଦ, ବାଛୁରୀ,ଛେଳି, ମେଣ୍ଢାର ମୃତ୍ୟୁ ଘଟିଛି । ପ୍ରକାଶ ଦିନ ୩ଟା ସମୟରେ ବର୍ଷା ଶହ ବଜ୍ରପାତ ହୋଇଥିଲା । ଏହି ସମୟରେ ଲିଟିବୁଣ୍ଡେଲ ଗ୍ରାମର କାଖନୁ ମାଝୀର ୩ଟି ଗାଈ,୧ ବାଛୁରୀ, ୪ ଛେଳି ଓ ଗୋଟିଏ ମେଣ୍ଢାର ଗାଁ ନକଟସ୍ଥ ଜଙ୍ଗଲରେ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା ।
ଘଟଣା ସ୍ଥଳରେ ହିଁ ୧୦ଗୋଟିର ମୃତ୍ୟୁ ଘଟିଥିଲା । ଗରିବ ଆଦିବାସୀ ଲୋକ ବର୍ତ୍ତମାନ ଚାଷ କାମ ଚାଲିଥିବା ବେଳେ ୩ଟି ବଳଦ ମୃତ୍ୟୁ ହୋଇଥିବା ଯୋଗୁଁ କିପରି ନିଜ ଜମିରେ ଚାଷ କରିବେ ସେନେଇ ହତାଶ ହୋଇ ପଡିଛନ୍ତି । ପାହାଡ ଜଙ୍ଗଲ ମଝିରେ ଲିଟିବୁଣ୍ଡେଲ ରହିଥିବା ବେଳେ ରାସ୍ତା, ବିଜୁଳି, ମୋବାଇଲ ସେବା ଏମାନଙ୍କୁ ପାଇଁ ଅପହଞ୍ଚ ହୋଇ ରହିଛି । ବିଳମ୍ବରେ ଖବର ପାଇ ପ୍ରାଣୀ ଚିକିତ୍ସାଳୟ ଓ ଆରଆଇ ପକ୍ଷରୁ ତଦନ୍ତ କରୁଥିବା ସୂଚନା ମିଳିଛି । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।