ପୁରୀ,୧ା୧୨ : ପୁରୀ ବଡ଼ଦାଣ୍ଡରେ ଟନେଲ ସଦୃଶ ବ୍ୟାରିକେଡ କରାଯିବ । ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡ କରାଯିବ । ମରିଚିକୋଟଠାରୁ ଟନେଲ ଭଳି ଶୀତତାପ ନିୟନ୍ତ୍ରଣ ବ୍ୟାରିକେଡରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଭିତରେ ସବୁ ପ୍ରକାର ସୁବିଧା ରହିବ । ବର୍ଷ ସାରା ରହିବ ବ୍ୟାରିକେଡ । ଏଥିପାଇଁ ଶ୍ରୀମନ୍ଦିରଠାରୁ ମରଚିକୋଟ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଠାଯିବ । ରଥଯାତ୍ରା ସମୟରେ ଏହି ଡେଡିକେଟେଡ୍ ବ୍ୟାରିକେଡ ହଟାଯିବ । ଏହି ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ମିଳିଥିବା ଫିଡବ୍ୟାକ ଆଧାରରେ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଉଛି । ଏଠି ପ୍ରଶ୍ନ ଉଠୁଛି ଏହି ରାସ୍ତାକୁ ସଂଯୋଗ କରୁଥିବା ହରଚଣ୍ଡୀ ସାହି, ବାସେଳି ସାହି, ମାର୍କେଣ୍ଡେଶ୍ୱର ସାହି, ଦୋଳମଣ୍ଡପ ସାହି ମାଟିମଣ୍ଡପ ସାହି କାଳିକାଦେବୀ ସାହି ଲୋକ ଓ ଗାଡ଼ିମୋଟର କେମିତି ଯିବେ ।