ବନାଞ୍ଚଳରେ ପାରା କର୍ମଚାରୀଙ୍କ ଉପରେ ଶୋଷଣ ଅଭିଯୋଗ

Allegations of exploitation against Para staff in Banachal

0 194

ରାୟଗଡ଼ା, 28/7: ରାୟଗଡ଼ା ବନଖଣ୍ଡ ଅଧୀନ କାଶୀପୁର ବନାଞ୍ଚଳରୁ ଗୁରୁତର ଅଭିଯୋଗ ଆସିଛି । ଦୀର୍ଘ ୧୫ ବର୍ଷ ଧରି ଏହି ବନାଞ୍ଚଳରେ କାର୍ଯ୍ୟରତ ପାରା କର୍ମଚାରୀମାନେ ବନାଞ୍ଚଳ ଅଧିକାରୀ ଓ ବନପାଳଙ୍କ ଦ୍ୱାରା ଦୃବ୍ୟବହାର, ଶୋଷଣ ଓ ଜାତିଗତ ବେଦଭାବ ହେଉଥିବା ଅଭିଯୋଗ କରିଛନ୍ତି । ଏହି ସମ୍ବନ୍ଧରେ ସେମାନେ ରାୟଗଡ଼ା ବନଖଣ୍ଡ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦାଖଲ କରି ତଦନ୍ତ ଓ ନ୍ୟାୟ ଆବଶ୍ୟକତା ରଖିଛନ୍ତି । ପାରା କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ବନାଞ୍ଚଳ ଅଧିକାରୀ ଅନ୍ତର୍ଯାମୀ ସାହୁ ଯେତେବେଳେ କାଶୀପୁରରେ ଯୋଗଦେଲେ, ସେତେବେଳେଠାରୁ ସେମାନଙ୍କ ଉପରେ ଆକ୍ରୋଶ ଓ ଅସମ୍ମାନ ବ୍ୟବହାର ଆରମ୍ଭ ସେ ନିୟମିତ ଭାବେ ପାରା କର୍ମଚାରୀଙ୍କୁ କାମରୁ ବିଦା କରି ନୂଆ ଲୋକଙ୍କୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ । ସେମାନେ କହିଛନ୍ତି ଯେ ସେମାନଙ୍କୁ ତାଲିକାଭୁକ୍ତ ନ ଥିବା ସତ୍ତେ୍ୱ ଓଫିସର ଘରେ ହେଉଥିବା ନିର୍ମାଣ କାମ, ଫରେଷ୍ଟ ପ୍ରୋଟେକ୍ସନ, ନିର୍ମାଣ କାର୍ଯ୍ୟ ଓ ପ୍ଲାଣ୍ଟେସନ କାମରେ ଲଗାଯାଉଛି । ଏହି କାମ ପାଇଁ ନିଯୁକ୍ତ ନ ହେଲେ ମଧ୍ୟ କେବଳ ଆଦେଶ ରେ ନିଜର ଜୀବନକୁ ବିପଦରେ ଦେଇ କାର୍ଯ୍ୟ କରୁଛନ୍ତି । ଏହିପରି ଅନ୍ୟ ଗୁରୁତର ଅଭିଯୋଗ ହେଉଛି ମାଣ୍ଡିବିଶିରେ ନିଯୁକ୍ତ ବନପାଳ ସୁରେଶ ମିଶ୍ର ଦ୍ୱାରା ଜାତି ଆଧାରିତ ବିଭେଦ ତିଆରି କରି ପାରା କର୍ମଚାରୀଙ୍କୁ ଭିନ୍ନ ଭିନ୍ନ କାମ ଦିଆଯାଉଛି ଏବଂ ଜାତି ଉପରେ ଆଧାର କରି କମେଣ୍ଟ ଦିଆଯାଉଛି । ପାରା କର୍ମଚାରୀମାନେ ଏହିଥିରେ ଅନ୍ୟ ଏକ ଚିନ୍ତାଜନକ ଦିଶାରେ ଆଙ୍ଗୁଳି ଉଠାଇଛନ୍ତି – ତାହା ହେଉଛି ଗ୍ରାମୀଣ ଶ୍ରମିକଙ୍କୁ ବନ ବିଭାଗର କାର୍ଯ୍ୟରେ ସଠିକ୍ ମଜୁରି ନ ମିଳିବା । ଏହି ଦୁଃସ୍ଥିତି ଯୋଗୁଁ ସେମାନେ ଯେତେବେଳେ ଗ୍ରାମ ଯାଆନ୍ତି, ସେଠାରେ ଗ୍ରାମବାସୀଙ୍କ ଭୟଙ୍କର ବିରୋଧର ସାମନା କରୁଥାନ୍ତି । ଅନେକ ଥର ଏହି ସମସ୍ୟା ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସହଯୋଗ ମିଳୁନାହିଁ ବୋଲି ଅଭିଯୋଗ ହୋଇଛି । ବଦଳରେ ତାଙ୍କୁ ଶତ୍ରୁ ଭାବରେ ଦେଖାଯାଉଛି ଓ ଆକ୍ରୋଶର ଶିକାର ହେଉଛନ୍ତି । ଏହି ଗୁରୁତ୍ତ୍ୱପୂର୍ଣ୍ଣ ଅଭିଯୋଗ ଉପରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ମହାଶୟ ପ୍ରତିକ୍ରିୟା ଜଣାଇ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାର ସଠିକ ତଦନ୍ତ କରାଯିବ ଓ ଦୋଷୀଙ୍କ ବିରୁଦ୍ଧରେ ଉଚିତ ବ୍ୟବସ୍ଥା ଗ୍ରହଣ କରାଯିବ । ସେ ଏହା ମଧ୍ୟ କହିଛନ୍ତି ଯେ, କୌଣସି କର୍ମଚାରୀ ଉପରେ ଅନ୍ୟାୟ କିମ୍ବା ଅବୈଧ ବ୍ୟବହାର ହେବାକୁ ଦିଆଯିବ ନାହିଁ । ବନଖଣ୍ଡ ଅଧିକାରୀଙ୍କ ଏହି ଆଶ୍ୱାସନ ପରେ ପାରା କର୍ମଚାରୀମାନେ ଅପେକ୍ଷା କରୁଛନ୍ତି ଯେ ବର୍ତ୍ତମାନ ବାସ୍ତବରେ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ମିଳିବ ।

Leave A Reply

Your email address will not be published.